Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଉତ୍ତରାଖଣ୍ଡରେ ପୁଣି ବିପର୍ଯ୍ୟୟ ଆଶଙ୍କା: ଋଷିଗଙ୍ଗା ମୁହାଣକୁ ଚଉଡା କଲେ ବିଶେଷଜ୍ଞଙ୍କ ଟିମ୍

23/02/2021 at 12:39 PM

ଡେରାଡୁନ ୨୩/୦୨ : ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତିର ତାଣ୍ଡବ ପରେ ପୁଣିଥରେ ଆଉ ଏକ ବିପଦ ନେଇ ଆଶଙ୍କା କରାଯାଉଛି। ୩୦ ଜଣିଆ ଏକ୍ସପର୍ଟଙ୍କ ଏକ ଟିମ ଋଷିଗଙ୍ଗା ନଦୀର ମୁହାଣକୁ ପାଖାପାଖି ୧୫ ଫୁଟ ଚଉଡା କରିଛନ୍ତି। ପାଣି ଜମା ହୋଇ ଏଠାରେ ଏକ ହ୍ରଦ ସୃଷ୍ଟି ହୋଇଛି। ଅଧିକ ପାଣି ଚାପରେ ଏହା ଭାଙ୍ଗିଯିବାର ଆଶଙ୍କା ରହିଛି। ରେଣିରେ ହୋଇଥିବା ହିମସ୍ଖଳନ ପରେ ଋଷିଗଙ୍ଗା ଉପରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦର ତଦାରଖ ପାଇଁ ଏକ୍ସପର୍ଟ ଟିମ ଶନିବାର ଦିନ ଏଠାକୁ ଯାଇଥିଲେ। ଉତ୍ତରାଖଣ୍ଡରେ ଫେବୃଆରୀ ୭ ତାରିଖରେ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ହୋଇଥିବା ଜଳ ପ୍ରଳୟରେ ପାଖାପାଖି ୬୮ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୧୪୦ ଜଣ ଏବେ ବି ନିଖୋଜ ଅଛନ୍ତି।

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ (ଏସଡିଆରଏଫ) କାମାଣ୍ଡେଣ୍ଟ ନବନୀତ ଭୁଲ୍ଲରଙ୍କ କହିବାନୁଯାୟୀ, ତାଙ୍କ ଟିମ ହ୍ରଦ ମୁହାଣକୁ ୧୫ ଫୁଟ ଚଉଡା କରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ଏଠାରୁ ପାଣି ଦ୍ରୁତ ଗତିରେ ନିଷ୍କାସିତ ହେଉଛି। ଏହା ଏକ ସାହସିକ ପ୍ରୟାସ ଥିଲା ବୋଲି ସେ କହିଛନ୍ତି। ଟିମ୍ ହ୍ରଦ ମୁହାଣକୁ ବହୁତ କଷ୍ଟରେ ଚଉଡା କରିଛି। ବର୍ତ୍ତମାନ ହ୍ରଦ ଫାଟିବା କିମ୍ବା ଚମୋଲି ଭଳି ବିଭୀଷିକା ପୁଣିଥରେ ହେବାର ସମ୍ଭାବନା କମ ହୋଇଯାଇଛି। ଟିମ୍ ସଦସ୍ୟ ହୃଦ ମୁହଁକୁ ଆହୁରି ଚଉଡା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ନବନୀତ କହିଛନ୍ତି।

ଏହି ଟିମରେ ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣ ଓ ୟୁଏସଏସିର ୪-୪ ବୈଜ୍ଞାନିକ ସାମିଲ ଅଛନ୍ତି। ଏହି ଟିମ୍ କଠିନ ପଦଯାତ୍ରା କରି ହ୍ରଦ ଯାଏଁ ପହଞ୍ଚିଥିଲେ। ରେଣି ଗ୍ରାମ ପଞ୍ଚାୟତ ପାଖାପାଖି ଅଞ୍ଚଳର ରାସ୍ତା ଜଳ ପ୍ରଳୟରେ ଭାସି ଯାଇଥିଲା ଓ ଏକ ବିଶାଳ ଅଞ୍ଚଳରେ କାଦୁଅ ମାଟି ଜମି ଯାଇଛି ସେଥିପାଇଁ ଟିମ ସଦସ୍ୟଙ୍କୁ ହ୍ରଦ ଯାଏଁ ସୁରକ୍ଷିତ ଭାବେ ପହଞ୍ଚିବାକୁ ଅଧିକ ପରିଶ୍ରମ କରିବାକୁ ପଡିଥିଲା। ଟିମ୍ ସହ ନେହରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟନିୟରିଙ୍ଗର ଏକ ପର୍ବତାରୋହଣ ଦଳ ଓ ଏସଡିଆରଏଫ ଯବାନ ମଧ୍ୟ ସାମିଲ ଅଛନ୍ତି।

ଉତ୍ତରାଖଣ୍ଡ ଚମୋଲିରେ ଋଷିଗଙ୍ଗା ମୁହାଣରେ ସୃଷ୍ଟି ହୋଇଥିବା ହ୍ରଦରେ ପ୍ରାୟ ୪.୮୦ କୋଟି ଲିଟର ପାଣି ଥିବାର ଆକଳନ କରାଯାଉଛି। ଏହି ଆକଳନ ହିସାବରେ ହ୍ରଦ ପ୍ରାୟ ୪୮ ହଜାର ଘନ ଲିଟର ପାଣି ଅଛି। ଯଦି ଏହା ଭାଙ୍ଗିଯାଏ ତାହେଲେ ବଡ ଧରଣର ଦୁର୍ଘଟଣା ହୋଇପାରେ।

   Related Posts