ବ୍ରିଟେନକୁ ଆସିପାରେ କୋଭିଡ ତୃତୀୟ ଲହର: ଚେତାବନୀ ଦେଲେ ବିଶେଷଜ୍ଞ, ଆଗକୁ ଭୋଗିବେ !

Published By : Prameya-News7 Bureau | June 02, 2021 IST

ବ୍ରିଟେନ ୨/୦୬ : ବ୍ରିଟେନକୁ ଆସୁଛି କୋଭିଡ ତୃତୀୟ ଲହର । ଏନେଇ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ହେଲେ ଏଠାକାର ସ୍ଥିତି ଦେଖିଲେ ଲାଗୁନି ଯେ, ଲୋଙ୍କୁ ରହିଛି କଭୋଡିର ଭୟ । ରାସ୍ତା ଘାଟରେ ଭିଡ ଦେଖିଲେ ମନେ ହୁଏନି କି ଏଠାକୋର ଲୋକେ କେବେ ସଂକ୍ରମଣରକୁ ହୋଇଥିଲେ ଶିକାର । ପରିବାର ସହ ଲୋକେ ବିଚ୍ ଯାଇ ହଲିଡେକୁ ଉପଭୋଗ କରୁଛନ୍ତି । କେବଳ ସେତିକି ନୁହେଁ ନଦୀ କୂଳରେ ଖୋଲା ଦେହରେ ସନସାଇନର ବି ମଜା ନେଉଛନ୍ତି ।

wp:gallery {"ids":[460268],"linkTo":"none"} /wp:gallery

କେବଳ ବିଚ୍ ନୁହେ ପାର୍କରେ ବି କୌଣସି କଟକଣା ନାହିଁ । ପିଲାମାନେ ବିନା ଦ୍ୱିଧାରେ ଏଠାରେ ସବୁକିଛି ଅନଜୟ କରୁଛନ୍ତି । ଏପରିକି ରେଷ୍ଟୁରାଣ୍ଟ, ମଲ, ସ୍କୁଲ କଲେଜରେ ସୋସିଆଲ ଡିଷ୍ଟାନସିଂ କଥା ନକହିବା ଭଲ । ନା ଅଛି ସାମାଜିକ ଦୂରତା ନାଁ କୋଭିଡ କଟକଣା । ଏପରି ସ୍ଥିତିରେ ବିଶେଷଜ୍ଞମାନେ ତୃତୀୟ ଲହର ଆସିବେ ନେଇ ଚେତାବନୀ ଦେଇସାରକିଲେଣି । କାରଣ ଏଇ କିଛିଦିନରେ ୩୦୦୦ରୁ ଅଧିକ ନୂଆ କୋଭିଡ କେସ୍ ସାମ୍ନାକୁ ଆସିଛି ।

wp:gallery {"ids":[460270],"linkTo":"none"} /wp:gallery

ପରୀକ୍ଷା କରିବାକୁ ଜଣାପଡିଛି ପୁଣିଥରେ ଲୋକେ କୋଭିଡର ଶିକାର ହେବାକୁ ଯାଉଛନ୍ତି । ବିଶେଷଜ୍ଞମାନେ ଏପରି କହିଛନ୍ତି କି, ଏହି ଲହର ଆଗଭଳି ବହୁତ ଭୟାବହ ହୋଇପାରେ । ଏପରିକି ଭାରତ ତୁଳନାରେ ସ୍ଥିତି ଖରାପ ହୋଇପାରେ । ଦରକାର ପଡିଲେ ମୃତ୍ୟୁ ସଂଖ୍ୟା ବି ବଢିପାରେ। କେବଳ ସେତିକି ନୁହେଁ ବର୍ତ୍ତମାନ ଭାରତରରେ ଯେପରି ସ୍ଥିତି ଅର୍ଥା ଅକ୍ସିଜେନ୍ ଅଭାବ ମଧ୍ୟ ଦେଖାଦେଇପାରେ ।

wp:gallery {"ids":[460271],"linkTo":"none"} /wp:gallery

ଏସବୁକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ହସ୍ପିଟାଲରେ ବେଡ୍ ସଂଖ୍ୟା ବଢାଇବା ସହ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ, ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି । ଏଠାରେ ପ୍ରାୟ ୭୫ ପ୍ରତିଶତ ଲୋକଙ୍କର ଟିକାକରଣ ସରିଛି । ଆଉ ବାକି ୨୫ ପ୍ରତିଶତ ଲୋକେ ଟିକା ନେଇନାହାଁନ୍ତି । କିଛିଦିନ ତଳେ କୋଭିଡ କେସ୍ କମିବାରୁ ଲୋକଙ୍କ ପାଇଁ କଟକଣା କୋହଳ କରାଯାଇଥିଲା । ଏମିତିକି ବାର, ପବ, ରେଷ୍ଟୁରାଣ୍ଟ ସବୁ ଖୋଲିବାକୁ ନିର୍ଦ୍ଦେଶ ଥିଲା । ହେଲେ ଏବେ ପୁଣିଥରେ ଭାଇରସର ଆତଙ୍କ ଦେଖାଦେଲାଣି । ଲୋକେ ଏବେଠାରୁ ସଚେତନ ନେହେଲେ ଆଗକୁ ପରିଣାମ ଭୋଗିବେ ଏଥିରେ ସନ୍ଦେହ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.