ବିଶେଷଜ୍ଞଙ୍କ ଚେତାବନୀ : ଲକ୍ ଡାଉନ୍ ୧୦ ସପ୍ତାହରୁ କମ୍ ରହିଲେ ଖରାପ ହେବ ଭାରତରେ ଅବସ୍ଥା

Published By : Prameya-News7 Bureau | April 23, 2020 IST

ନୂଆଦିଲ୍ଲୀ ୨୩।୪: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଭାରତରେ ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ୪୦ ଦିନିଆ ଲକ୍ ଡାଉନ୍ ବଳବତ୍ତର ରହିଛି । ଲକ୍ ଡାଉନ୍ ଶେଷ ହେବାକୁ ଲୋକମାନେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି । କିନ୍ତୁ ବିଶ୍ବର ଅଗ୍ରଣୀ ମେଡିକାଲ ଜର୍ଣ୍ଣାଲ ଲାନସେଟର ସମ୍ପାଦକ ରିଚାର୍ଡ ହର୍ଟନ୍ କହିଛନ୍ତି ଯେ, ଲକ୍ ଡାଉନ୍ ହଟାଇବାକୁ ଭାରତ ତରବରିଆ ହେବା ଉଚିତ୍ ନୁହେଁ, କିନ୍ତୁ ଅତି କମରେ ୧୦ ସପ୍ତାହ ପର୍ଯ୍ୟନ୍ତ ଲକ୍ ଡାଉନ୍ କରାଯିବା ଉଚିତ୍।

ବର୍ତ୍ତମାନ ଭାରତରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଚାଲିଛି ଯାହା ମେ ୩ରେ ଶେଷ ହେବ । ଲୋକମାନେ ଆଶା କରୁଛନ୍ତି ଯେ ଆସନ୍ତା ୩ ତାରିଖରୁ ଲକ୍ ଡାଉନ୍ ଶେଷ ହୋଇଯିବ । ତେବେ ଗଣମାଧ୍ୟମରେ ରିଚାର୍ଡ ହର୍ଟନ୍ ପରାମର୍ଶ ଦେଇଛନ୍ତି ଯେ, ଲକ୍ ଡାଉନ୍ ହଟାଇବାକୁ ଭାରତ ତରବରିଆ ହେବା ଉଚିତ୍ ନୁହେଁ ଏବଂ ଅତି କମରେ ୧୦ ସପ୍ତାହ ପର୍ଯ୍ୟନ୍ତ ଲକ୍ ଡାଉନ୍ ବିଷୟରେ ବିଚାର କରିବା ଉଚିତ୍ ।

ରିଚାର୍ଡ ହର୍ଟନ୍ କହିଛନ୍ତି ଯେ, ଏହି ମହାମାରୀ କୌଣସି ଦେଶରେ ସ୍ଥାୟୀ ନୁହେଁ । ଏହା ନିଜେ ଶେଷ ହେବ । ଆମ ଦେଶରେ ଭାଇରସ୍ ନିୟନ୍ତ୍ରଣ କରିବା ପାଇଁ ସଠିକ୍ ଦିଗରେ କାର୍ଯ୍ୟ କରାଯାଉଛି । ଯଦି ଭାରତରେ ଲକ୍ ଡାଉନ୍ ସଫଳ ହୁଏ, ତେବେ ଏହି ମହାମାରୀ ନିଶ୍ଚିତ ଭାବରେ ୧୦ ସପ୍ତାହ ମଧ୍ୟରେ ଶେଷ ହେବ । ଯଦି ଏହାର ଶେଷରେ ଭାଇରସ୍ ସଂକ୍ରମଣ ବନ୍ଦ ହୋଇଯାଏ ତେବେ ପୁଣି ସବୁକିଛି ସ୍ବାଭାବିକ ହୋଇପାରେ ।

ଏହା ନିଶ୍ଚିତ ଯେ ପରିସ୍ଥିତି ସ୍ବାଭାବିକ ନୁହେଁ । ଆମକୁ ଶାରୀରିକ ଦୂରତା ବଜାୟ ରଖିବାକୁ ପଡିବ । ଆମକୁ ମାସ୍କ ପିନ୍ଧିବାକୁ ପଡିବ । ବ୍ୟକ୍ତିଗତ ଭାବରେ ସ୍ବଚ୍ଛତା ବିଷୟରେ ମଧ୍ୟ ବହୁତ ସତର୍କ ରହିବାକୁ ପଡିପାରେ । ଏଭଳି ପରିସ୍ଥିତିରେ ଲକ୍ ଡାଉନର ପ୍ରାରମ୍ଭିକ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡିବ । ଲକ୍ ଡାଉନ୍ ରେ ଆପଣ ବହୁତ ସମୟ ଦେଇଛନ୍ତି ଏବଂ ପରିଶ୍ରମ କରିଛନ୍ତି । ଏହାକୁ ନଷ୍ଟ କରନ୍ତୁ ନାହିଁ । ଏହାକୁ ଯଥାସମ୍ଭବ ଜାରି ରଖନ୍ତୁ । ଅତିକମରେ ୧୦ ସପ୍ତାହ ପାଇଁ ।

ଚୀନ୍‌ର ଉଦାହରଣ ଦେଇ ରିଚାର୍ଡ ହର୍ଟନ୍ କହିଛନ୍ତି ଯେ, ଚୀନ୍ ୱୁହାନ୍ ରୁ କରୋନୋ ଭାଇରସ୍ ଉତ୍ପନ୍ନ ହୋଇଥିଲା । ଏଠାରେ କେବଳ ୧୦ ସପ୍ତାହର ଆକ୍ରମଣାତ୍ମକ ଲକ୍ ଡାଉନ୍ କରାଯିବା ଯୋଗୁଁ ଏହି ରୋଗର ବିସ୍ତାରକୁ ରୋକିବାରେ ସଫଳତା ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.