ଖାଦ୍ୟ-ପାନୀୟ ଦ୍ବାରା ବ୍ୟାପିଥାଏ କି କରୋନା ଭାଇରସ୍ ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୩: କରୋନା ମହାମାରୀର ସଂକ୍ରମଣ ଯେମିତି ଥମିବାର ନାଁ ନେଉନି । ସାରା ବିଶ୍ବରେ ଏପର୍ଯ୍ୟନ୍ତ ସାଢେ ସାତ ଲକ୍ଷ ଲୋକ ଏହି ଭାଇରସ୍ କବଳରେ । ଏହାର ସଂକ୍ରମଣକୁ ରୋକିବା ପାଇଁ ଭାରତ ସମେତ ଅନେକ ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି ଭାଇରସ୍ ପାଇଁ ଏପର୍ଯ୍ୟନ୍ତ କୌଣସି ଟୀକା ଆବିଷ୍କାର ହୋଇନାହିଁ ।
ସାମାଜିକ ଦୂରତା ଦ୍ବାରା ଏହାକୁ କେବଳ ହରାଇ ହେବ ବୋଲି କୁହାଯାଉଛି । ଏଥିପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇ ଲୋକଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଉଛି । ଏମିତିରେ କିଛି ଲୋକ ଲକ୍ ଡାଉନ୍ ଯୋଗୁଁ ଘରେ ଏକା ଥିବା ଯୋଗୁଁ ଡେଲିଭରିଂ ଆପ୍ ଜରିଆରେ ଖାଦ୍ୟ ମଗାଉଛନ୍ତି । ସେମାନଙ୍କ ମନରେ ଏହି ଭାଇରସ୍ କୁ ନେଇ ପ୍ରଶ୍ନ ଉଠୁଛି ଯେ, ଏହି ଭାଇରସ୍ ଖାଦ୍ୟ ପଦାର୍ଥରୁ ଅଥବା ଦୋକାନ ଯିବା ଏବଂ ଅନଲାଇନ୍ ଡେଲିଭରି ଦ୍ବାରା ବ୍ୟାପିଥାଏ କି ?
‘ବିବିସି’ର ଏକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ଏମିତି କୌଣସି ମାମଲା ସାମ୍ନାକୁ ଆସିନାହିଁ ଯାହା ପ୍ରମାଣିତ କରିପାରିବ ଯେ କରୋନା ଭଇରସ୍ ସଂକ୍ରମଣ ଖାଦ୍ୟ ଦ୍ବାରା ବ୍ୟାପିପାରେ । ଯଦିଓ ଏକ୍ସପର୍ଟ ଏହା ଉପଦେଶ ଦେଉଛନ୍ତି କି ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା ବର୍ତ୍ତମାନ ପରିସ୍ଥିତିରେ ସବୁଠୁ ସୁରକ୍ଷିତ ରହିବ । ଏକ୍ସପର୍ଟଙ୍କ ମୁତାବିକ ଦୋକାନକୁ ଯାଇ ଖାଦ୍ୟ ଆଣିବା ଏବଂ ଖାଦ୍ୟ ଡେଲିଭରି ଖାଦ୍ୟ ପ୍ୟାକ୍ ହେବା ପରେ ଜଣଙ୍କ ହାତରୁ ଅନ୍ୟ ଜଣଙ୍କ ହାତକୁ ଯାଇଥାଏ ଯାହା ଚିନ୍ତାଜନକ ।

ସେହିଭଳି ‘ହେଲ୍ଥଶଟସ’ ଏକ ରିପୋର୍ଟ ଅନୁଯାୟୀ କୌଣସି ପାର୍ସଲ ଯେତେବେଳେ କୌଣସି ସଂକ୍ରମିତ ବ୍ୟକ୍ତି ଅଥବା ସ୍ଥାନ ସଂସ୍ପର୍ଶରେ ଆସେନାହିଁ ସେତେବେଳ ପର୍ଯ୍ୟନ୍ତ ସେହି ପାର୍ସଲ ସୁରକ୍ଷିତ ଅଟେ । ‘ହେଲ୍ଥଶଟସ’ ଏକ ରିପୋର୍ଟ ଅନୁଯାୟୀ ଲକ୍ ଡାଉନ୍ ପରିସ୍ଥିତିରେ ଘରୁ ବାହାରକୁ ବାହାରିବା ଚିନ୍ତାଧାରା ତ୍ୟାଗ କରିଦେବା ଉଚିତ୍ । ବାହାର ଦୋକାନକୁ ଯିବା ଅପେକ୍ଷା ଭଲ ହୋମ୍ ଡେଲିଭରି । ଏହାଦ୍ବାରା ଲୋକ ଘରେ ରହିଥାନ୍ତି ଏବଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାରୁ ବଞ୍ଚିଥାନ୍ତି । ସାମାଜିକ ଦୂରତା ରକ୍ଷା କରିବା ସମୟରେ ଲୋକଙ୍କୁ ପରସ୍ପରଟାରୁ ୩ ଫୁଟ ଦୂରତା ରକ୍ଷା କରିବା ଉଚିତ୍ ।

ହେଲ୍ଥ ଏକ୍ସପର୍ଟଙ୍କ ଅନୁଯାୟୀ, ଲୋକମାନେ ଜିନିଷକୁ ଦେଖିବା, କ୍ୟାସ୍ ନେଣଦେଣ ଏବଂ ବିଲ୍ ଯାଞ୍ଚ କରିବା ଭଳି କାମ କରିବା ଦ୍ବାରା ଲୋକମାନଙ୍କ ସଂସ୍ପର୍ଶରେ ଆସିଥାନ୍ତି । ସେହିଭଳି ହୋମ୍ ଡେଲିଭରି କରୁଥିବା ବ୍ୟକ୍ତିଙ୍କୁ ଏହି ମହାମାରୀ ସମୟରେ ପ୍ଲାଷ୍ଟିକ୍ ବ୍ୟାଗ୍ କୁ ମାତ୍ର ଥରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ବିବିସିର ଖବର ଅନୁଯାୟୀ, ଯଦି ଆପଣ ବାହାରୁ ପ୍ୟାକେଟ୍ ଖାଦ୍ୟ ମଗାଉଛନ୍ତି ତେବେ ତାହାକୁ ବ୍ୟବହାର କରିବା ପୂର୍ବରୁ କିଛି ସମୟ ସେମିତି ରହିବାକୁ ଦିଅନ୍ତୁ ଅଥବା ସ୍ପ୍ରେ କରିଦିଅନ୍ତୁ । ଏହା ବ୍ୟତୀତ ଯେଉଁ ପ୍ଲାଷ୍ଟିକ୍ ଅଥବା ଫଏଲ ପେପରରେ ଖାଦ୍ୟ ପ୍ୟାକ୍ ହୋଇ ଆସିଛି ତାହାକି ସାନିଟାଇଜ୍ ଓ୍ବାଇପ୍ ଦ୍ବାରା ଭଲ ଭାବେ ପୋଛି ଦିଅନ୍ତୁ । ସେହିଭଳି ଫଳ ଅଥବା ପରିବା ମଗାଉଥିଲେ ଏକଥାର ଧ୍ୟାନ ରଖନ୍ତୁ ଯେ ତାହା ଜଣଙ୍କ ହାତରୁ ଅନ୍ୟ ଜଣଙ୍କ ହାତକୁ ଯାଇଥିବ । ଏଥିପାଇଁ ଏସବୁ ଜିନିଷକୁ ରଖିବା ପୂର୍ବରୁ ପାଣି ଦ୍ବାରା ଭଲଭାବେ ଧୋଇଦିଅନ୍ତୁ ତାପରେ ସୁରକ୍ଷିତ ଭାବେ ରଖନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.