Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ବିଜେପୁର ଉପ ନିର୍ବାଚନ: ଶତୃକୁ ସାନ ଭାବିଲେ ଏଥର ଫଶିଯାଇପାରେ ବିଜେଡି, ଜାଣନ୍ତୁ କାହିଁକି

9/10/2019 at 5:10 PM

ଭୁବନେଶ୍ବର୯|୧୦: ଗତ ଦୁଇବର୍ଷ ମଧ୍ୟରେ ଶାସକ ବିଜୁ ଜନତା ଦଳ ଦୁଇ ଦୁଇଟି ନିର୍ବାଚନରେ ବିଜେପୁର ଆସନ ଜିତିଛି । ତେବେ ଆସନ୍ତା ଅକ୍ଟୋବର ୨୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନରେ ଶାସକଦଳ ପାଇଁ ବିଜୟ ଏତେ ସହଜସାଧ୍ୟ ହେବ ନାହିଁ ବୋଲି ରାଜନୈତିକ ବିଷାରଦମାନେ ମନେ କରନ୍ତି ।

ଗତ ୨୦୧୮ ମସିହାରେ ଏହି ଆସନରୁ ଲଗାତର ତିନିଥର ଜିତିଥିବା କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ପରେ ଏଠାରେ ଉପ ନିର୍ବାଚନ ହୋଇଥିଲା । ତେବେ ସୁବଳଙ୍କ ପତ୍ନୀ ରୀତା ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଥିବାରୁ ପଲ୍ଲା ଓଲଟିଯାଇଥିଲା । କଂଗ୍ରେସ ଦୁର୍ଗ ବୋଲାଯାଉଥିବା ବିଜେପୁର ବିଜୁ ଜନତା ଦଳ ହାତକୁ ଚାଲିଯାଇଥିଲା ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆକାର୍ଡ ଖୋଳିଲେ । ଦକ୍ଷିଣ ଓଡିଶାର ତାଙ୍କ ପାରଂପରିକ ଆସନ ହିଞ୍ଜିଳି ସାଙ୍ଗକୁ ବିଜେପୁରରୁ ମଧ୍ୟ ନିଜେ ଲଢିଲେ । ପଶ୍ଚିମଓଡିଶାବାସୀଙ୍କୁ ସେ ଏକ ବାର୍ତ୍ତା ଦେବାକୁ ଚାହିଁଲେଯେ, ସେ ସେମାନଙ୍କ ସହ ଅଛନ୍ତି । ବିଜେପୁରବାସୀ ମଧ୍ୟ ନବୀନଙ୍କୁ ୫୬ହଜାର ଭୋଟ ବ୍ୟବଧାନରେ ଜିତାଇଲେ । କିନ୍ତୁ ନବୀନ ହିଞ୍ଜିଳକୁ ହାତରେ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ଫଳରେ ବିଜେପୁରରେ ଏବେ ଉପ ନିର୍ବାଚନ ହେଉଛି । ଏଥର ପୁଣି ରୀତାଙ୍କୁ ଦଳୀୟ ପ୍ରାର୍ଥୀଭାବେ ନବୀନ ବାଛିଛନ୍ତି ।

ତେବେ ୪୩ ହଜାର ଭୋଟ ବ୍ୟବଧାନରେ ୨୦୧୮ ଉପ ନିର୍ବାଚନ ଜିତିଥିବା ରୀତାଙ୍କ ପାଇଁ ଏଥର ନିର୍ବାଚନୀ ଯୁଦ୍ଧ ଖୁବ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ପ୍ରଥମତଃ ବିଧାୟିକା ହିସାବରେ ନିଜର ଦକ୍ଷତା ପ୍ରମାଣ କରିବାକୁ ରୀତାଙ୍କୁ ବହୁତ କମ ସମୟ ମିଳିଥିଲା । ଦ୍ବିତୀୟତଃ ଗତଥର ରୀତା ନିଜ ଲୋକପ୍ରିୟ ପତିଙ୍କ ବିୟୋଗ ଯୋଗୁଁ ପାଇଥିବା ଜନ ସହାନୁଭୂତି ଏଥର ପାଇବା ସମ୍ଭାବନା କମ ।

ତୃତୀୟତଃ ଶାସକ ବିଜୁ ଜନତା ଦଳ ମଧ୍ୟରେ ବିଜେପୁର ଉପ ନିର୍ବାଚନ ପାଇଁ  ବହୁ ଆଶାୟୀ ପ୍ରାର୍ଥୀ ଥିଲେ । lତେଣୁ ସେମାନେ ଟିକଟରୁ ବଂଚିତ ହେବାପରେ ଦଳ ପାଇଁ ଆନ୍ତରିକତାର ସହ କେତେ କାମ କରିବେ ସେ ନେଇ ସଂଦେହ ରହିଛି ।

ସବୁଠୁ ବଡକଥା ହେଲା ରୀତାଙ୍କ ବିପକ୍ଷରେ ଏଥର ଲଢୁଛନ୍ତି ସନତ ଗଡତିଆ । ସନତ ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଲଢି ମାତ୍ର ୫୬ ହଜାର ଭୋଟ ବ୍ୟବଧାନରେ ହାରିଥିଲେ । ଏଥର ବିଜେପିରୁ ମଧ୍ୟ ବହୁ ଆଶାୟୀ ଥିବା ସତ୍ତ୍ବେ ସେ ବିଜେପି ପ୍ରାର୍ଥୀ ହେବାରେ ସକ୍ଷମ ହୋଇଛନ୍ତି । ସେଥିପାଇଁ ଦଳୀୟ ମହଲ ଓ ସାଧାରଣ ଭୋଟରଙ୍କ ମଧ୍ୟରେ ତାଙ୍କର ପତିଆରା ବଢିଛି । ସେ ଦଳୀୟ କର୍ମୀଙ୍କ ସହ ସର୍ବଦା ରହି ଆସିଛନ୍ତି ଏବଂ ଏଥର କଡା ଟକ୍କର ଦେବେବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । ତେବେ ଭାରତୀୟ ଜନତାପାର୍ଟି ଗତ ଉପ ନିର୍ବାଚନରେ ଯେଉଁ ଆଗ୍ରହ ଓ ଉତ୍ସାହାର ସହ ନିର୍ବାଚନ ଲଢୁଥିଲା ଏଥର ସେଥିରେ ଭଟ୍ଟାପଡିବା ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଶାସକ ବିଜୁ ଜନତା ଦଳ ଏହି ଆସନ ଜିତି ହେଟ୍ରିକ କରିବ ବୋଲି ଆଶା ବାନ୍ଧିଛି । ବରଗଡ ଜିଲ୍ଲାର ଟାଣୁଆ ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ କହିବା ଅନୁଯାଇ ଆମେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ବିଜେପୁରବାସୀ ନିଶ୍ଚୟ ଟାଣ କରିବେ ।

   Related Posts