ଫାଶୀ ସମ୍ପର୍କରେ କ'ଣ କୁହନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାରର ଅବସରପ୍ରାପ୍ତ ସୁରିଣ୍ଟେଣ୍ଡଣ୍ଟ ଜାଣନ୍ତୁ

Published By : Prameya-News7 Bureau | January 14, 2020 IST

ନିର୍ଭୟା ଦୋଷୀଙ୍କୁ ଆସନ୍ତା ୨୨ରେ ଫାଶୀ ଦିଆଯିବ । ଆଉ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା । ଏସବୁ ଭିତରେ ବ୍ରହ୍ମପୁର ମଣ୍ଡଳକାରାଗାର କଥା ମନେ ପଡିବା ସ୍ୱଭାବିକ । କାରଣ ସ୍ୱାଧୀନତା ପୂର୍ବରୁ ଅର୍ଥାତ୍ ୧୯୪୩ ମସିହାରେ ଶହୀଦ୍ ଲକ୍ଷ୍ମଣ ନାୟକଙ୍କୁ ଏଠାରେ ଫାଶୀ ଦିଆ ଯାଇଥିଲା । ଆଉ ୧୯୯୪ରେ ଶେଷ ଥର ଏଠାରେ ଲକ୍ଷ୍ମଣ ନାୟକ ନାମକ ଜଣେ ଦୋଷୀଙ୍କୁ ବି ଏଠି ଫାଶୀୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ତେବେ ଏହି ଜେଲ୍‌ରେ ଫାଶୀ ଦେବାର କ'ଣ ବ୍ୟବସ୍ଥା ରହିଛି ଏବଂ ବିଶେଷଜ୍ଞ କ'ଣ କହୁଛନ୍ତି ଆସନ୍ତୁ ନଜର ପକାଇବା ।

{"id":211349,"sizeSlug":"large"}

କୌଣସି ଦୋଷୀକୁ ଫାଶୀ ଦଣ୍ଡାଦେଶ ହେବା ପରେ ଅଭିଯୁକ୍ତକୁ ଜେଲ୍‌ର ଏକ କୋଠରୀରେ ଏକାକୀ ରଖାଯାଏ । କାହା ସହ ମିଳାମିଶା କରିବାକୁ ସୁଯୋଗ ଦିଆଯାଏନି । ସ୍ୱାସ୍ଥ୍ୟ ସହ ଖାଦ୍ୟପେୟ ପ୍ରତି ଯତ୍ନ ନେବାକୁ ପଡିଥାଏ । ସପ୍ତାହକ ପୂର୍ବରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ।

{"id":211350,"sizeSlug":"large"}

ଦୋଷୀର ରେଗୁଲାର୍ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଏ । ଯଦି ସ୍ୱାସ୍ଥ୍ୟ ଖରାପ ହୁଏ, ସେଥିପ୍ରତି ଯତ୍ନ ନେଇ ଡାକ୍ତରଙ୍କୁ ଚିକିତ୍ସା କରିବାକୁ ପଡିଥାଏ। ଯଦି ସ୍ୱାସ୍ଥ୍ୟରେ କ୍ରମାଗତ ଅବନତି ଘଟେ ସଙ୍ଗେ ସଙ୍ଗେ କୋର୍ଟକୁ ଅବଗତ କରାଇବାର ବିଧି ରହିଥିବା କହିଛନ୍ତି ଅବସରପ୍ରାପ୍ତ ବରିଷ୍ଠ ଜେଲ୍ ସୁପରିଟେଣ୍ଡେଣ୍ଟ ବୀରେନ୍ଦ୍ର କୁମାର ପାତ୍ର।

{"id":211351,"sizeSlug":"large"}

ପୂର୍ବରୁ ଫାଶୀ ଦଉଡି ମାନିଲାରୁ ଅଣା ଯାଉଥିଲା ।ଏବେ ଭାରତର କେତେକ ସ୍ଥାନରେ ଦଉଡି ଉପଲବ୍ଧ ହେଉଛି। ୧୫ ଦିନ ପୂର୍ବରୁ ଘାତକ ଦଉଡିକୁ ଘିଅ, ଅମୁଲ୍‌ କିମ୍ବା ସାବୁନ୍‌ରେ ମାଲିସ୍ କରିଥାନ୍ତି । ସବୁଠାରୁ ବଡ କଥା ହେଉଛି ଘାତକ ମିଳିବା । ଘାତକ ମିଳିବା ପରେ ଫାଶୀ ଦେବାର କୌଶଳ ପରୀକ୍ଷା ଏବଂ ପ୍ରସ୍ତୁତି ଆରମ୍ଭ କରିଥାନ୍ତି ।     

{"id":211352,"sizeSlug":"large"}

ଫାଶୀ ପୂର୍ବ ରାତିରେ ଅଭିଯୁକ୍ତଙ୍କୁ ଦଣ୍ଡ ସମ୍ପର୍କରେ ଅବଗତ କରାଯାଏ । ରାତିରେ ଯେମିତି କୌଣସି ଅଘଟଣ ନହୁଏ ସେଥିପ୍ରତି ଜେଲ୍ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଧ୍ୟାନ ଦେଇଥାନ୍ତି। ଫାଶୀ ଖବର ଶୁଣି ସାଧାରଣତଃ ନିଦ ଆସିନଥାଏ। ତାର ମନକୁ ଟିକେ ସତେଜ୍ ରଖିବାକୁ ଗୀତା କି ଅନ୍ୟ ଧାର୍ମିକ ବହି ଅଥବା ମନୋରଞ୍ଜନ ସରଞ୍ଜାମ ପ୍ରଦାନ କରାଯିବା ବ୍ୟବସ୍ଥା ଥିବା କହିଛନ୍ତି ବିଶେଷଜ୍ଞ।

{"id":211353,"sizeSlug":"large"}

ବଡି ଭୋରରେଫାଶୀ ଦିଆଯିବାକୁ ଥିବା ବ୍ୟକ୍ତିକୁ ଉଠାଇ ଗାଧୋଇବାକୁ କୁହାଯାଏ। ପରେ ନୂଆ ବସ୍ତ୍ର ପରିଧାନ କରିବାକୁ ଦିଆଯାଏ। ସୁପରିଟେଣ୍ଡେଣ୍ଟ ଏବଂ ଜେଲର୍ ଆଞ୍ଚଳିକ ଭାଷାରେ ଫାଶୀ କ'ଣ ପାଇଁ ଦିଆଯିବ ତାହା ଶୁଣାଇଥାନ୍ତି। ପରେ ସୁପରିଟେଣ୍ଡେଣ୍ଟ  ଅଭିଯୁକ୍ତଙ୍କୁ ଘାତକକୁ ହସ୍ତାନ୍ତର କରନ୍ତି

{"id":211354,"sizeSlug":"large"}

। ଘାତକ ଅପରାଧୀକୁ ଫାଶୀ ଖୁଣ୍ଟକୁ ନେଇଥାଏ। ସେତେବେଳେ ସୁପରିଟେଣ୍ଡେଣ୍ଟ, ଜେଲର୍, ମାଜିଷ୍ଟ୍ରେଟ୍ ଓ ଡାକ୍ତର ଉପସ୍ଥିତ ରିହବା ବିଧେୟ ରହିଛି। ସୁପରିଟେଣ୍ଡେଣ୍ଟଙ୍କ ହାତର ଇସାରା ମାତ୍ରେ ଘାତକ ଫାଶୀଖୁଣ୍ଟର ଲିଭରକୁଟାଣିଥାଏ। ଓଜନ ହିସାବରେ ରଖାଯାଇଥିବା ଫାଶି ତଳକୁ ଓହଳିବାର ଅଧ ଘଣ୍ଟା ସମୟ ପର୍ଯ୍ୟନ୍ତ ରଖାଯାଇଥାଏ।

{"id":211355,"sizeSlug":"large"}

ଡାକ୍ତର ଯାଞ୍ଚ କରି ଡେଥ୍ ଘୋଷଣା କରିବା ପରେ ଡେଡ୍‌ବଡି ତଳକୁ ଅଣାଯାଏ । ଏହାପରେ ପରିବାରବର୍ଗଙ୍କୁ ମର ଶରୀର ନେବାକୁ ଅନୁମତି ଦିଆଯାଏ । ଯଦି ପରିବାରବର୍ଗ ମର ଶରୀର ନନିଅନ୍ତି ତେବେ ଜେଲ୍ କର୍ତ୍ତୃପକ୍ଷ ମର ଶରୀରର ଦାହ କରିବା ବ୍ୟବସ୍ଥା କରିଥାନ୍ତି।

{"id":211356,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.