Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

ସୁଟିଂ ବେଳେ ଭୂତ ଲାଗିଗଲା…

12/08/2020 at 2:03 PM

ଭୁବନେଶ୍ୱର ୧୨।୦୮:  ଫିଲ୍ମ ସୁଟିଂ ଚାଲିଥିଲା  କୋରାପୁଟର ପୂଜାରୀପୁଟ ଗାଁରେ ନିଚ୍ଛକ ଗ୍ରାମାଞ୍ଚଳ ବ୍ୟାକଡ୍ରପ ଦେଖି ଫିଲ୍ମ ସୁଟିଂ ପାଇଁ ସେହିଠାରେ ସ୍ଥିର ହୋଇଥାଏ। ସିନର ଡେସ୍କ୍ରିପସନ ଥାଏ ଯେ ଗାଁ ଠାକୁରାଣୀ ପାଖରେ ବାଜା ବାଜୁଥିବା କାଳିସୀ ନିକଟରେ ପୂଜାର୍ଚ୍ଚନା କରୁଥିବେ ଗାଁ ଲୋକେ। ସେତିକିବେଳେ ଫିଲ୍ମର ହିରୋ ଘଟଣାସ୍ଥଳରେ ପହଞ୍ଚିବ। ପୂଜାରୀପୁଟର ଗାଁର ଶେଷ ମୁଣ୍ଡରେ ଏକ ବିରାଟ ତେନ୍ତୁଳି ଗଛ ତଳେ ଥିବା ଠାକୁରାଣୀଙ୍କ ପୀଠ ନିକଟରେ ଏହାର ସୁଟିଂ ପାଇଁ ବ୍ୟବସ୍ଥା ହୋଇଥାଏ। କୋରାପୁଟର ଜଣାଶୁଣା ଥିଏଟର ଆର୍ଟିଷ୍ଟ ଆତ୍ମାନନ୍ଦ ନାୟକ କାଳିସୀ ଭୂମିକାରେ ଥାଆନ୍ତି ଏଥିସହିତ ସ୍ଥାନୀୟ ଦୁଇତିନି ଜଣ କଳାକାର କାଳିସୀ ସିନଟିକୁ ଜୀବନ୍ତ କରି ତୋଳିବା ପାଇଁ ଝୁଣା ଧୁଆଁ ଧରି ପ୍ରସ୍ତୁତ ହୋଇଥାଆନ୍ତି। କୋରାପୁଟ ଅଞ୍ଚଳର ପ୍ରସିଦ୍ଧ ଗୁରମାଈ ବାଦ୍ୟ ବଜାଉଛନ୍ତି ସ୍ଥାନୀୟ କଳାକାରମାନେ। କାଳିସୀ ନିକଟରେ ଛୋଟଛୋଟ ପିଲାମାନେ ପଡୁଥାନ୍ତି। ମହିଳାମାନେ ପୂଜାର୍ଚ୍ଚନା କରୁଥାନ୍ତି।   ସିନ୍‌ଟି ଥିଲା ଗାଁରେ କାଳିସୀ ପାଖରେ ପିଲାମାନଙ୍କ ରୋଗ ଭଲ କରିବାକୁ ପହଞ୍ଚୁଥିବା ଲୋକମାନଙ୍କୁ ଫିଲ୍ମର ହିରୋ ପ୍ରକାଶ ବୁଝାଇବ। ଏହି ସମୟରେ ଯୁକ୍ତି ତର୍କ ହେବ। ପ୍ରକାଶ ବୁଝାଇବ ଯେ ସେ ଏହି ଗାଁର ପିଲା ଗାଁର ହିତ ପାଇଁ ସେ ଏସବୁ କହୁଛି। କିନ୍ତୁ ଲୋକେ ତାକୁ ଦୂରଦୂର କରିବେ।  

ଯେତେବେଳେ ବାଜା ବାଜିଛି ଗାଁ ଲୋକେ ଚାରିକଡ଼େ ଏକାଠି ହୋଇଛନ୍ତି । ଗୁରମାଈ ବାଦ୍ୟ ବି ବାଜୁଛି ଏବଂ କାଳିସୀ ନାଚୁଛି। ଏହି ସମୟରେ ହଠାତ ଦେଖାଦେଲା ଗାଁର ଜଣେ ମହିଳା ଭିତରକୁ ଧସେଇ ପଶି ଆସିଲେ ଏବଂ ସେ ନାଚିବାରେ ଲାଗିଲେ। କ୍ୟାମେରାମ୍ୟାନ ଭାବିଲେ ଯେହେତୁ ଆଦିବାସୀମାନଙ୍କର ଗୀତବାଦ୍ୟ ସହିତ ନିବିଡ଼ ସଂପର୍କ ରହିଛି । ତେଣୁ ମହିଳା ଜଣକ ନିଶ୍ଚୟ ନାଚୁଛନ୍ତି। ମହିଳା ଜଣକ ନିଜର ମୁକୁଳା ବାଳ କରି ଏମିତି ନାଚିବାର ଦେଖି କ୍ୟାମେମ୍ୟାନ ସେ ଭିଜୁଆଲ ନେବାରେ ବ୍ୟସ୍ତ ଥାଆନ୍ତି। ଏହି ସମୟରେ ଆଉ ଜଣେ ଯୁବକ ମଧ୍ୟ ଘଟଣା ସ୍ଥଳକୁ ପଶି ଆସିଲେ। ତଳେ ଗଡ଼ି , ଜିଭ କାଢ଼ି ସେ ନାନାଦି ଅଜବ କାର୍ଯ୍ୟ ସବୁ କରି ଚାଲିଲେ ଲାଗିଲା କିଛି ଗୋଟେ ଅସ୍ବାଭାବିକ ହେଉଛି।

ଏସବୁ କାର୍ଯ୍ୟ ହିରୋ ପ୍ରକାଶ ବା ପ୍ରୀତିରାଜ ଶତପଥୀ ପହଞ୍ଚି ବନ୍ଦ କରିବା ପୂର୍ବରୁ ଘଟଣାସ୍ଥଳକୁ ପ୍ରବେଶ କଲେ ଗାଁ ମୁଖିଆ, ସେ ବୁଝାଇଲେ ଯେ ଏହି ଦୁଇ ଜଣଙ୍କୁ କାଳିସୀ ଲାଗିଗଲାଣି। ତୁଣେ ବନ୍ଦ କର ଏ ସୁଟିଂ। ହିରୋ କହିଥାନ୍ତା ବନ୍ଦ କର ବକବାସ କିନ୍ତୁ ସେଠାରେ ଗାଁ ମୁଖିଆ ବିରକ୍ତ ହୋଇ ବନ୍ଦ କର ଏ ବକବାସ ବନ୍ଦ କର। ସମସ୍ତେ ତଟସ୍ଥ। କାଳିସୀ ଲାଗିଥିବା ସେହି ଯୁବତୀ ନିକଟସ୍ଥ ଘରର ବୋହୂ। ଘରେ ରୋଷେଇ କରୁଥିବା ସମୟରେ ହଠାତ ତାଙ୍କୁ କାଳିସୀ ଲାଗିଥିଲା ଏବଂ ସେ ସେଠାରୁ ଦୌଡ଼ି ଆସିଥିଲେ ସୁଟିଂ ସ୍ଥଳକୁ । ସେହିପରି ଅନ୍ୟ ଆଦିବାସୀ ଯୁବକ ଏମିତି ଅସ୍ବାଭାବିକ ଆଚରଣ କରିଥିଲେ ଯେ ତାଙ୍କୁ ଜଣେ ଖୁବ ଜୋରେ ଚଟକଣା ଲଗାଇଥିଲେ। ତଥାପି ତାଙ୍କ ଅବସ୍ଥା ସୁଧୁରିନଥିଲା। ତାଙ୍କ ମୁହଁରୁ ରକ୍ତ ବାହାରୁଥାଏ। ଏସବୁ ଦେଖି ସୁଟିଂ ବନ୍ଦ କରି ସମସ୍ତେ ଚୁପ ହୋଇ ବସି ରହିଲେ। ଚିନ୍ତାଥାଏ କେମିତି ସିନ୍‌ର ସୁଟିଂ ସରିବ। ଏମିତି ବି ସିଡ୍ୟୁଲ ବହୁ ପଛରେ ଚାଲୁଥାଏ। ଗାଁ ଲୋକଙ୍କୁ ବୁଝାଶୁଝା କରାଗଲା। ଆଉ ଗୁରମାଈ ଗୀତର ଧୁନ ବାଜିବନି ବୋଲି ସ୍ଥିର ହେଲା। ଏବଂ ଯେତେ ଶୀଘ୍ର ହେବ ସେହିଠାରେ ସୁଟିଂ ସାରିବା ଲାଗି  ସମସ୍ତେ ଲାଗି ପଡ଼ିଲେ।

ଏହା ଥିଲା ଫିଲ୍ମ ଫେରିଆ ସୁଟିଂ ସମୟର ଘଟଣା। ସେଦିନ ଥିଲା ମେ ୨୭ ତାରିଖ ରାତି ପ୍ରାୟ ସାଢ଼େ ୯ କିମ୍ବା ୧୦ ହେବ ୨୦୧୮ ମସିହା । ଏମିତି ଘଟଣା ଭିତରେ ସୁଟିଂ ସରିବାକୁ  ରାତି ପ୍ରାୟ ୧୨ଟା ହୋଇଗଲା। କିନ୍ତୁ ଗାଁର ଆଦିବାସୀମାନେ କହିଲେ ଯେ ତୁମେ ବାଜା ବଜାଅ ଏବଂ  ଆମେ ନାଚିବୁ । ସେୟା ହେଲା ଆସିଥିବା ସ୍ଥାନୀୟ କଳାକାର ଖୁବ ସୁନ୍ଦର ଗୀତଟିଏ ସୁର କରି ବଜାଇଲେ । ଆଦିବାସୀମାନେ ହାତକୁ ହାତ ଧରି ଏକାଠି ହୋଇ ନାଚିଥିଲେ। ସେମାନଙ୍କ ସାଙ୍ଗରେ ସୁଟିଂ ସେଟର୍‌ର ଥିବା ପ୍ରିତିରାଜ ଶତପଥୀ, ଜିନାସାମଲ, ଦେବୀଦତ୍ତ, ଶିବାନୀ ଖରାଙ୍କ ସହ ସମସ୍ତେ ବି ନାଚିଥିଲେ। ଫିଲ୍ମ ଫେରିଆ ଅଗଷ୍ଟ ୧୫ ତାରିଖରେ ଟିଭିରେ ପ୍ରିମିୟର ହେବ। ଆସନ୍ତା ସ୍ବାଧୀନତା ଦିବସ ଦିନ ୨.୩୦ରେ ନ୍ୟୁଜ ସେଭେନରେ ଏହି ଫିଲ୍ମଟି ଆସିବ। ଦର୍ଶକ ଏହି ସିନ୍‌ଟକୁ ଫିଲ୍ମରେ ଠିକ୍‌ ୨୮ ମିନିଟ ବେଳେ ଜାଣିପାରିବେ। 

   Related Posts