Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||

ଏମିତି ଏକ ଜୀବ ଯାହାର ରକ୍ତର ରଙ୍ଗ ନୀଳ : ସବୁଠାରୁ ମହଙ୍ଗା ଏହି ରକ୍ତ ଲିଟରକୁ ୧୧ ଲକ୍ଷ ଟଙ୍କା

13/03/2020 at 1:17 PM

ଆପଣ ଜାଣିଥିବେ ସବୁ ଜୀବର ରକ୍ତ ରଙ୍ଗ ନାଲି | ତେବେ ଏମିତି ବି କୌଣସି ଜୀବ ଅଛଇ ଯାହାର ରକ୍ତ ରଙ୍ଗ ନୀଳ ତାହା ଆପଣ ଆଗରୁ ଜାଣିନଥିବେ | ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ କିନ୍ତୁ ଏହା ସତ | ଏହି ଜୀବର ରକ୍ତ ନୀଳ ରଙ୍ଗର | ତେବେ ସବୁଠାରୁ ମହତ୍ଵପୂର୍ଣ୍ଣ କଥା ହେଲା ଏହାର ରକ୍ତ ଲିଟର ପିଚା ୧୧ ଲକ୍ଷ ଟଙ୍କା |

ନୀଳ ରକ୍ତର ଏହି ଜୀବର ନାମ ହେଲା ହର୍ଷ ସୁ | ଏହା ଦୁର୍ଲଭ ପ୍ରଜାତିର କଙ୍କଡା | ବିଶେଷଜ୍ଞଙ୍କ କହିବାନୁଯାୟୀ, ହର୍ଷ ସୁ କଙ୍କଡା ଦୁନିଆର ସବୁଠାରୁ ପୁରୁଣା ଜୀବ ମଧ୍ୟରେ ଗୋଟିଏ | ଏହି କଙ୍କଡା ପୃଥିବୀପୃଷ୍ଠରେ ପଖାପାଖି ୪୫ କୋଟି ବର୍ଷ ହେଲା ଅଛି | ଏହି କଙ୍କଡା ଆଟ୍ଲାଣ୍ଟିକ , ହିନ୍ଦ ଏବଂ ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳେ | ଏହି କଙ୍କଡା ବସନ୍ତ ଋତୁ ଅର୍ଥାତ ମେ ରୁ ଜୁନ ମାସ ମଧ୍ୟରେ ଦେଖିବାକୁ ମିଳେ | ତେବେ ସବୁଠାରୁ ମହତ୍ଵପୂର୍ଣ୍ଣ କଥା ହେଲା ପୂର୍ଣମୀ ସମୟରେ ଏହି କଙ୍କଡା ସମୁଦ୍ର ତଟକୁ ଚାଲିଆସେ |  

ଆସନ୍ତୁ ଜାଣିବା ଏହି କଙ୍କଡାର ନୀଳ ରକ୍ତ ସମ୍ପର୍କରେ | ଆନ୍ତର୍ଜାତୀୟ ବଜାରରେ ଏହି କଙ୍କଡାର ରକ୍ତ ମୂଲ୍ୟ ଲିଟର ପିଛା ୧୧ ଲକ୍ଷ ଟଙ୍କା | ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ତରଳ ପଦାର୍ଥ ବୋଲି ମଧ୍ୟ କୁହାଯାଏ | ବିଶେଷକରି ଔଷଧ କମ୍ପାନୀ ଏହି ରକ୍ତକୁ ବିଭିନ୍ନ ଔଷଧ ତିଆରି କରିବାରେ ବ୍ୟବହାର କରିଥାନ୍ତି | ବୈଜ୍ଞାନିକଙ୍କ କହିବାନୁଯାୟୀ, ୧୯୭୦ ମସିହାରୁ ଏହି କଙ୍କଡାର ରକ୍ତ ବ୍ୟବହାର କରାଯାଉଛି | ଆଇବି ଏବଂ ଟୀକାକରଣ ପାଇଁ ବ୍ୟବହାର ହେଉଥିବା ମେଡିକାଲ ଉପକରଣରେ ଏହା ସାମିଲ ରହିଛି | ଆଟ୍ଲାଣ୍ଟିକ ଷ୍ଟେଟ୍ସ ମରିନ ଫିସରିଜ କମିଶନଙ୍କ କହିବାନୁଯାୟୀ, ପ୍ରତ୍ୟେକ ବର୍ଷ ୫ କୋଟି ହର୍ଷ ସୁ କଙ୍କଡାଙ୍କୁ ମେଡିକାଲ କାମ ପାଇଁ ବ୍ୟବହାର କରାଯାଏ | 

ବିଶେଷଜ୍ଞଙ୍କ କହିବାନୁଯାୟୀ, ହର୍ଷ ସୁ କଙ୍କଡାର ନୀଳ ରକ୍ତରେ ତମ୍ବା ରହିଛି | ଏହାସହ ଏହାର ରକ୍ତ ଏକ ବିଶେଷ ରସାୟନ ରହିଛି ଯାହା କୌଣସି ବ୍ୟାକ୍ଟେରିଆ ପାଖରେ ଜମା ହୋଇଯାଇଥାଏ ଯାହାଫଳରେ ତାଙ୍କୁ ଚିହ୍ନିବା ସହଜ ହୋଇଥାଏ | କଙ୍କଡାର ହୃଦୟ ପାଖରେ କଣା କରି ତାର ରକ୍ତ ବାହାର କରାଯାଇଥାଏ | ଗୋଟିଏ କଙ୍କଡାରୁ ୩୦ ପ୍ରତିଶତ ରକ୍ତ ବାହାର କରାଯାଇଥାଏ | ରକ୍ତ ବାହାର କରି ସାରିବା ପରେ ତାଙ୍କୁ ପୁଣିଥରେ ସମୁଦ୍ରରେ ଛାଡି ଦିଆଯାଇଥାଏ | ରିପୋର୍ଟ ଅନୁଯାୟୀ, ରକ୍ତ ବାହାର କରିବା ସମୟରେ ୧୦ ରୁ ୩୦ ପ୍ରତିଶତ କଙ୍କଡା ମରି ଯାଇଥାନ୍ତି |

ବର୍ତ୍ତମାନ ଦୁନିଆରେ ହର୍ଷ ସୁ କଙ୍କଡାର ୪ଟି ପ୍ରଜାତି ରହିଛନ୍ତି | ଅନେକ ପ୍ରଜାତି ଶିକାର ଏବଂ ପ୍ରଦୂଷଣର ଶିକାର ହୋଇଛନ୍ତି | ଏମାନଙ୍କ ରକ୍ତ ପାଇଁ ଏହି କଙ୍କଡାର କଳା ବଜାରୀ ମଧ୍ୟ ହୁଏ | 

   Related Posts