Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟକୁ ବିରୋଧ, ଦଳିତ ଯୁବକଙ୍କୁ ନିସ୍ତୁକ ପିଟିଲେ, ଉପରେ ପରିସ୍ରା କଲେ : ବନ୍ଧାହୋଇ ଜେଲ ଗଲେ

30/01/2021 at 7:12 PM

ଚେନ୍ନାଇ ୩୦/୦୧ : ଦେଶରେ ଜାତିବାଦ ହିଂସା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର ପୁଡୁକୋଟ୍ଟାଇ ଜିଲ୍ଲାରେ । ଜଣେ ୧୮ ବର୍ଷୀୟ ଦଳିତ ଯୁବକଙ୍କୁ ୪ ଜଣ ସ୍ଥାନୀୟ ବ୍ୟକ୍ତି ନିସ୍ତୁକ ପିଟିବା ସହ ତାଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି । ପ୍ରଥମେ ଅଭିଯୁକ୍ତମାନେ ଉକ୍ତ ଦଳିତ ଯୁବକଙ୍କୁ ଜାତିଭିତ୍ତିକ ମନ୍ତବ୍ୟ ଦେଇଥିଲେ । ଏହାକୁ ସେ ବିରୋଧ କରିବା ମହଙ୍ଗା ପଡିଥିଲା ।

ପୋଲିସ କହିବା ମୁତାବକ, ପୀଡିତ ଦଳିତ ଯୁବକ ଏବଂ ତାଙ୍କର କିଛି ସମ୍ପର୍କୀୟ ସ୍ଥାନୀୟ ଏକ ପୋଖରୀରେ ମାଛ ଧରୁଥିଲେ । ଏତିକି ବେଳେ ଥାନିକୋଣ୍ଡନ ଗାଁର ଯୁବକ ପ୍ରଦୀପ ସେହି ରାସ୍ତା ଦେଇ ଯାଉଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାରି ମଧ୍ୟରେ ପ୍ରଦୀପ ଉକ୍ତ ଯୁବକଙ୍କୁ ଜାତି ଭିତ୍ତିକ ମନ୍ତବ୍ୟ ଦେଇଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଅଭିଯୁକ୍ତ ପ୍ରଦୀପ ଘଟଣାସ୍ଥଳରୁ ଚାଲିଯାଇଥିଲା ।

କିନ୍ତୁ ପରେ ସେ ଏବଂ ତାର ୩ ଜଣ ସହଯୋଗୀ ଉକ୍ତ ଦଳିତ ଯୁବକଙ୍କୁ କାରରେ ଏକ ନିଛାଟିଆ ସ୍ଥାନକୁ ଉଠାଇ ନେଇଥିଲେ । ସେଠାରେ ତାଙ୍କୁ ନିସ୍ତୁକ ପିଟିବା ସହିତ ତାଙ୍କ ଉପରେ ପରିସ୍ରା କରିବା ଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ ।

ତେବେ କୌଣସି ମତେ ସେ ସେଠାରୁ ଖସିଆସିଥିଲେ । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଏକ ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ପ୍ରଦୀପ ଏବଂ ତାର ୩ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ବିରୁଦ୍ଧରେ ଧାରା ୩୬୫ (ଅପହରଣ), ଧାରା ୩୪୨( ଭୁଲ କାର୍ଯ୍ୟ କରିବା), ଧାରା ୫୦୬ (ଅପରାଧିକ କାର୍ଯ୍ୟକଳାପ), ଧାରା ୨୯୪-ବି (ଅପମାନ କରିବା) ଏବଂ ଧାରା ୩୨୩ (ଆଘାତ ଦେବା) ମାମଲା ରୁଜୁ କରିଛି ପୋଲିସ ।

   Related Posts