ପ୍ରବାସୀ ଫେରନ୍ତା ଓଡ଼ିଆଙ୍କ ପାଇଁ ଖର୍ଚ୍ଚ ଅଟକଳ , ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରହିବେ ୧୪ ଦିନ
28/04/2020 at 2:00 PM

ଭୁବନେଶ୍ୱର ୨୮।୦୪: ପ୍ରବାସୀ ଫେରନ୍ତା ଓଡ଼ିଆଙ୍କ ପାଇଁ ଖର୍ଚ୍ଚ ଅଟକଳ । ଓଡ଼ିଶା ଫେରିବାକୁ ଥିବା ସମସ୍ତ ଓଡ଼ିଆ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ୧୪ଦିନ କ୍ବାରେଣ୍ଟାଇନରେ ରହିବେ । ତେବେ ସେମାନଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହାର ଏକ ଆକଳନ କରିଛି SRC ।

ସେହି ଅନୁସାରେ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଅସ୍ଥାୟୀ ମେଡିକାଲ କ୍ୟାମ୍ପର ବ୍ୟବସ୍ଥା କଥା ବୁଝୁଥିବା ପଞ୍ଜାୟତିରାଜ ଏବଂ ନଗରଉନ୍ନୟନ ବିଭାଗ ଖର୍ଚ୍ଚ ବ୍ୟବସ୍ଥା କରିବେ ବୋଲି ଏସଆରସି ଏହି ଦୁଇ ବିଭାଗକୁ ଚିଠି ଲେଖିଛନ୍ତି । ଯେଉଁ ଓଡ଼ିଆ ଫେରିବେ ସେମାନଙ୍କର ଦିନକୁ ଖାଇବା ଖର୍ଚ୍ଚ ୧୨୦ ଟଙ୍କା। ୧୪ରୁ କମ୍ ବର୍ଷ ପିଲାଙ୍କ ପାଇଁ ଦିନକୁ ୧୦୦ ଟଙ୍କା ୧୪ ଦିନ କ୍ବାରେଣ୍ଟାଇନ ବେଳେ ବ୍ୟକ୍ତିଗତ ହାଇଜିନ୍ କିଟ୍ ପାଇଁ ୩୦୦ ଟଙ୍କା । ଅସ୍ଥାୟୀ ମେଡିକାଲ କ୍ୟାମ୍ପ ରକ୍ଷଣା ବେକ୍ଷଣ ପାଇଁ ଦିନକୁ ୨ ହଜାର ଟଙ୍କା ଖର୍ଚ୍ଚ ହେବ। ତା ସହିତ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ବ୍ୟକ୍ତିଗତ ଗୋପନୀୟତା ରକ୍ଷା, ସୁରକ୍ଷା ଓ ସମ୍ମାନ ରକ୍ଷା କରାଯାଇ ପାରିବ ସେଥି ପ୍ରତିଧ୍ୟାନ ଦେବାକୁ କୁହାଯାଇଛି ।