ରାହୁଲଙ୍କୁ ବିତାଡିତ କଂଗ୍ରେସ ନେତା କୃଷ୍ଣ ସଗରିଆଙ୍କ ୩ଟି ପ୍ରଶ୍ନ
24/01/2019 at 6:36 PM

ଭୁବନେଶ୍ବର ୨୪|୧: ରାହୁଲ ଓଡିଶା ଆଗମନ ଦେଖି କଂଗ୍ରେସ ବିତାଡିତ ନେତା ପ୍ରଶ୍ନ ବାଣ ମାରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଗତକାଲି ଶ୍ରୀକାନ୍ତ ଜେନା ପ୍ରଶ୍ନ ବାଣ ଛାଡିଥିବା ବେଳେ ଆଜି ତିନିଟି ପ୍ରଶ୍ନ କରିଛନ୍ତି କଂଗ୍ରେସ ଛାଡ଼ିଥିବା କୃଷ୍ଣଚନ୍ଦ୍ର ସଗରିଆ।

୧- ରାଜ୍ୟରେ ଚୋର ଚୌକିଦାର ଭାଇଭାଇ, ରାହୁଲ କାହା ସାଥିରେ ଖଣି ଲୁଟେରାଙ୍କ ସହ ନା ଜନ ସାଧାରଣଙ୍କ ସହ ଅଛନ୍ତି?

୨- କାହାକୁ ମୁଖ୍ୟମନ୍ତ୍ରୀ କରିବେ। ୯୪ପ୍ରତିଶତ ଦଳିତ ଆଦିବାସୀଙ୍କ ମଧ୍ୟରୁ ଜଣେ ନା ଜଣେ ପଟ୍ଟନାୟକଙ୍କୁ

୩- ମଣ୍ଡଳ କମିଶନ ସୁପାରିଶ ଲାଗୁ ହୋଇନାହିଁ ।ଏସସି, ଏସଟି ଓ ଓବିସି ସଂରକ୍ଷଣ ନେଇ କାହିଁକି ଚୁପ, ତାର ଉତ୍ତର ରାହୁଲ ରଖିବାକୁ କହିଛନ୍ତି କୃଷ୍ଣ ସଗରିଆ।
ସୂଚନାଯୋଗ୍ୟ ଯେ, ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିବାବେଳେ କୃଷ୍ଣ ସଗରିଆଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଥିଲା । କୃଷ୍ଣ ଦଳର ନେତୃତ୍ତ୍ବକୁ ମାନୁ ନଥିଲେ । ଦଳୀୟ ନେତୃତ୍ତ୍ବ ସହିତ ଆଲୋଚନା ନକରି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ସେହିଭଳି ତାଙ୍କୁ ଦିଆଯାଇଥିବା ଦଳୀୟ ପଦବୀକୁ ମଧ୍ୟ ସେ ଗ୍ରହଣ କରିନଥିଲେ । ବରଂ କଂଗ୍ରେସ କାର୍ଯ୍ୟାଳୟରେ ବୈଠକ ଚାଲିଥିବାବେଳେ ସମାନ୍ତରାଳଭାବେ ସେ ଏକ ସମାବେଶର ଆୟୋଜନ କରିଥିଲେ । ଏଥିପାଇଁ ଦଳରୁ ମଧ୍ୟ କୌଣସି ଅନୁମତି ନେଇନଥିଲେ ବୋଲି ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । କୃଷ୍ଣ ସଗରିଆଙ୍କୁ ଶ୍ରୀକାନ୍ତ ଜେନା ଉସୁକାଉଥିବା ଅଭିଯୋଗ ମଧ୍ୟ ହୋଇଥିଲା ।