ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ହିତାଧିକାରୀଙ୍କ ନାଁ ତ ଚଢ଼ୁଛି, ହେଲେ ମିଳୁନି ଘର

Published By : Prameya-News7 Bureau | June 07, 2019 IST

ଭୁବନେଶ୍ପ୍ରବର ୭/୬: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ହିତାଧିକାରୀଙ୍କ ନାଁ ତ ଚଢ଼ୁଛି, ହେଲେ ମିଳୁନି ଘର । ୨୦୧୬ ଜୁଲାଇରୁ ୨୦୧୯ ଫେବ୍ରୁଆରି ଭିତରେ ରାଜ୍ୟରେ ୪୮ହଜାର ୩୫୩ ହିତାଧିକାରୀ ଏହି ଯୋଜନାରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ହେଲେ ସେମାନଙ୍କ ଭିତରୁ ମାତ୍ର ୨୮ହଜାର ୨୭୫ଜଣ ଓ୍ବାର୍କ ଅର୍ଡ଼ର ବା କାର୍ଯ୍ୟାଦେଶ ପାଇଛନ୍ତି । ୨୦ହଜାରରୁ ଅଧିକ ଲୋକ ଏବେ ବି ଏଥିରୁ ବଞ୍ଚିତ ।ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଓଡ଼ିଶା ସହରାଞ୍ଚଳ ଗୃହ ମିଶନ ନିର୍ଦେଶକ ।

{"id":120702,"width":594,"height":334}

କେବଳ ତାଲିକାରେ ନାଁ ଚଢ଼ୁଛି, ହେଲେ ଘର ମିଳୁନି । ୨୦୧୯ ଫେବ୍ରୁଆରି ସୁଦ୍ଧା ଘର ପାଇବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ଥିବା ୨୦ହଜାରରୁ ଅଧିକ ଲୋକଙ୍କ ନାଁ କେବଳ ତାଲିକାରେ ଗଡ଼ୁଛି । ହେଲେ ମିଳିନି ଓ୍ବାର୍କ ଅର୍ଡ଼ର ବା କାର୍ଯ୍ୟାଦେଶ । ଏଭଳି ସ୍ଥିତିରେ ୨୦୨୨, ମାର୍ଚ୍ଚ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଯୋଗାଇଦେବାର ଯେଉଁ ଯୋଜନା ହୋଇଛି ତାହା କିଭଳି ଫଳପ୍ରଦ ହୋଇପାରିବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓଡ଼ିଶା ଅର୍ବାନ୍‌ ହାଇସିଂ ମିଶନ୍‌ର ଡାଇରେକ୍ଟର ସୁରେଶ କୁମାର ଦଳେଇ ।

{"id":120703,"width":596,"height":335}

୨୦୧୬ ଜୁଲାଇରୁ ୨୦୧୯ ଫେବ୍ରୁଆରୀ ଭିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ୪୮ହଜାର ୩୫୩ ହିତାଧିକାରୀ । ହେଲେ ଏହି ସମୟ ଭିତରେ ମାତ୍ର ୨୮ହଜାର ୨୭୫ ହିତାଧିକାରୀଙ୍କୁ ମିଳିଛି ଓ୍ବାର୍କ ଅର୍ଡ଼ର । ଗଲା ୩ବର୍ଷରେ ୧୦ଟି ପର୍ଯ୍ୟାୟରେ ହିତାଧିକାରୀଙ୍କ ତାଲିକା ତିଆରି ହୋଇଛି । ହେଲେ ବିଡ଼ମ୍ବନା ଏୟା ଯେ, ଅନେକ ଯାଗାରେ ପର୍ଯ୍ୟାୟ ଅନୁସାରେ ହିତାଧିକାରୀ ଚିହ୍ନଟ ହୋଇଥିଲେ ମଧ୍ୟ କାହାରିକୁ ଓ୍ବାର୍ଡ଼ ଅର୍ଡ଼ର ଦିଆଯାଇନାହିଁ । ସରକାରୀ ତଥ୍ୟ କହୁଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ୯ମ ପର୍ଯ୍ୟାୟରେ ୧୭୫୩ଜଣ ହିତାଧିକାରୀ ଚୟନ ହୋଇଛନ୍ତି । ହେଲେ କେହି ଜଣଙ୍କୁ ବି ଏଯାଏଁ ମିଳିନି କାର୍ଯ୍ୟାଦେଶ । ସେହଭଳି ଆସ୍କାରେ ୭ମ ପର୍ଯ୍ୟାୟରେ ୧୫୦, ୮ମ ପର୍ଯ୍ୟାୟରେ ଢ଼େଙ୍କାନାଳରେ ୨୪୭, କାମାକ୍ଷାନଗରରେ ୨୦୦, ଝାରସୁଗଡ଼ାରେ ୬୫୦, ଜଗତସିଂହପୁରରେ ୫୨୮ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କୁ ଏଯାଏଁ ମିଳିନି କାର୍ଯ୍ୟାଦେଶ । ଯଥାଶୀଘ୍ର ଏଥି ପ୍ରତି ଦୃଷ୍ଟି ଦେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି OUHM ଡାଇରେକ୍ଟର ।

{"id":120704,"width":593,"height":333}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.