ପ୍ରଥମ ପର୍ଯ୍ୟାୟର ୪ ଲୋକସଭା ଓ ୨୮ ବିଧାନସଭା ମଧ୍ୟରୁ କେଉଁଦଳ କେତେ ଆସନ ପାଇବ ବୋଲି ଆଶା କରିଛି ଜାଣନ୍ତୁ

Published By : Prameya-News7 Bureau | April 12, 2019 IST

ଭୁବନେଶ୍ବର୧୨|୪: ୪ଲୋକ ସଭା ଏବଂ ୨୮ ବିଧାନସଭାରେ ଭୋଟିଂ ହୋଇସାରିଛି।  ୨୧୭ ଜଣଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇସାରିଛି । ଜନତା ରାୟଙ୍କ କାହା ସପକ୍ଷରେ ଆସିବ ସେ କଥା କାହାରିକୁ ଜଣା ନାହିଁ। କିନ୍ତୁ ତିନି ଦଳ ଆଙ୍କ କଷାକଷି କରି ବଜାବ ଦେଲେଣି। ଆଉ ଥରେ ସରକାର କରିବାକୁ ଲକ୍ଷ୍ୟ ରଖିଥିବା ବିଜେଡି ଲୋକସଭାରେ ୨୦୧୪ର ଫଳାଫଳା ରିପିଟ ହେବବୋଲି ଦାବି କରୁଥିବାବେଳେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ୨୮ବିଧାନସଭା ମଧ୍ୟରୁ ୨୭ ଆସନ  ଅକ୍ତିଆାର କରିବ ବୋଲି  ଦାବି କରୁଛି ।   

{"id":102911}

ବିଜେଡି ଠାରୁ ଆସନ ଛାଡାଇବା ଚକରରେ ଥିବା କଂଗ୍ରେସ ବିତଜେଡିର ଏଭଳି ଦାବିକୁ ଗ୍ରହଣ କରିପାରୁ ନାହିଁ । କଂଗ୍ରେସ ଲୋକସଭା​‌ରେ  ୪ଟିରୁ ୩ଟି ଓ  ବିଧାନସଭାରେ ୨୮ଟିରୁ  ୧୮ ଟି ଆସନରେ ବିଜୟୀ ହେବ ବୋଲି କହିଛି । ବିଜେପି ୪ରୁ ୪ଲୋକସଭା ଓ ବିଧାନସଭାରେ ଅଧାରୁ ଅଧିକ ଆସନ ହତେଇବ ବୋଲି  ଦାବି କରିଛି…

{"id":102912}

ଶେଷ ହେଲା ପ୍ରଥମ ପ୍ରର୍ଯ୍ୟାୟ ଭୋଟ। ଫଳାଫଳକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କ କଷାକଷି । କାହା ସପକ୍ଷରେ ଜନତା ରାୟ ଦେବେ ତାଙ୍କୁ ନେଇ ଜୋର ଧରିଲାଣି ଚର୍ଚ୍ଚା।  ଆହୁରି ତିନୋଟି ପ୍ରର୍ଯ୍ୟାୟ ଭୋଟ ଥିବାରୁ ପ୍ରାସର ଗେମ ଖେଳିବା ଆରମ୍ଭ କରିଛନ୍ତି ତିନି ଦଳ।

{"id":102913}

୪ଟି ଲୋକ ସଭା ଓ ୨୮ ଟି ବିଧାନ ସଭା ଭୋଟ ଗ୍ରହଣ ହୋଇଥିଲା। ୨୦୧୪ ​ରେ ୪ରୁ ୪ ଲୋକସଭା ଆସନରେ କ୍ଲିନ ସୁଇପ କରିଥିଲା ବିଜେଡି ।୨୮ ବିଧାନସଭାରୁ ୨୦ଟି ଆସନକୁ ବିଜେଡି ହାତେଇବାରେ ସଫଳ ହୋଇଥିଲା।  କିନ୍ତୁ ଏଥର ବିଜେଡି ଲୋକସଭାରେ ରେ କ୍ଲିନ ସୁଇପ ରେକର୍ଡ ରିପିଟ କରିବା ସହିତ ୨୭ ଟି ବିଧାନ ସଭା ଆସନରେ ରେ ଜିତିବ ​‌ବୋଲି  ଦାବି କରୁଛି।

{"id":102914}

ବି​‌ଜେଡିର ଏଭଳି ଦାବି ପରେ କଂଗ୍ରେସ ଓ ବିଜେପି ଫଳାଫଳାକୁ ଆପେକ୍ଷା କରିବାକୁ କହିଛନ୍ତି। କାରଣ ଏଥର ଫଲାଫଳ ସମ୍ପୂଣ୍ଣ ଭିନ୍ନ ହେବ। ଗତ ଥର ୨୦୧୪ ରେ ଲୋକ ସଭାରେ ବିଜେପି ନିଲ ଥିବାବେଳେ ୨୮ ବିଧାନସଭାରୁ ମାତ୍ର ଦୁଇଟିରେ  ପଦ୍ମ ପତକା  ଉଡାଇବାରେ ସକ୍ଷମ ହୋଇଥିଲା। କିନ୍ତୁ ଏଥର ଲୋକସଭାରେ କ୍ଲିନ ସୁଇପ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ବିଧାନସଭାରେ ୨୮ ଆସନରୁ ଅଧାରୁ ଅଧିକ ଅକ୍ତିଆର କରିବବୋଲି ଦାବି କରୁଛି।

{"id":102915}

ଏପଟେ କଂଗ୍ରେସ  ୨୦୧୪ରେ  କଂଗ୍ରେସ ଗୋଟିଏ ବି ଲୋକସଭା ଆକ୍ତି ଆାର କରିନିଥିବା ବେଳେ ଏଥର କିନ୍ତୁ ୩ଟିରେ ହାତ ପତକା ଉଡାଇବାକୁ ଦାବି କରିଥିବାବେଳେ ୨୮ରୁ ଏଥର ପୁରା ୧୮ ଆସନ ଆକ୍ତିଆର କରିବ ବୋଲି କହିଛି କଂଗ୍ରେସ।

{"id":102916}

ସରିଛି ପ୍ରଥମ ପ୍ରର୍ଯ୍ୟାୟ ବାକି ଆହୁରି ତିନୋଟି ପ୍ରର୍ଯ୍ୟାୟ। ପ୍ରଥମ ପ୍ରର୍ଯ୍ୟାୟରେ  ଫଳାଫଳ ବାକି ତିନୋଟି ପ୍ରର୍ଯ୍ୟାୟ ପଡିପାରେ । ସେଥିପାଇଁ ତିନି ଦଳ ଫଳା ଫଳା ଯାହା ହେଉନା କାହିଁକି କିନ୍ତୁ ଦାବି କରିଛନ୍ତି ଯେମିତି  ବାକି ନିର୍ବାଚନ ମଣ୍ତଳୀର କର୍ମୀ ହତୋତ୍ସାହ ନହେବେ। ସେଥିପାଇଁ  ଆଙ୍କକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି।

{"id":102917}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.