ସରକାର ବାହାର ରାଜ୍ୟରୁ କିଣୁଛନ୍ତି କୋଟି କୋଟି ଟଙ୍କାର ବିଜୁଳି , ହେଲେ ସଂପ୍ରସାରଣର ୬ ମାସ ମଧ୍ୟରେ ଓପିଜିସି ହୋଇପାରୁନି ବିଜୁଳି ଉତ୍ପାଦନ…

Published By : Prameya-News7 Bureau | August 12, 2019 IST

ଝାରସୁଗୁଡା୧୨|୮: ରାଜ୍ୟରେ ବିଜୁଳି ସଂକଟ ଏଡ଼ାଇବାକୁ ବାହାର ରାଜ୍ୟରୁ କୋଟି କୋଟ ଟଙ୍କା ଖର୍ଚ୍ଚ କରି ବିଜୁଳି କିଣୁଛନ୍ତି ସରକାର । ହେଲେ ଉଦ୍‌ଘାଟନର ୬ମାସ ପରେ ବି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁନଥିବା ଝାରସୁଗୁଡ଼ା ବନହାରପାଲିରେ ଥିବା ଓପିଜିସି ପ୍ଲାଣ୍ଟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି ।….

{"id":143620}

୧୯୯୦ ମସିହା । ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଓପିଜିସି ଇବ୍‌ ଥର୍ମାଲ । ଝାରସୁଗୁଡ଼ା ବନହାରପାଲିର ଏହି ପ୍ଲାଣ୍ଟରେ ସେତେବେଳେ ୨୧୦ ମେଗାଓ୍ବାଟ୍‌ର ୨ଟି ୟୁନିଟ୍‌ରୁ  ୪୨୦ ମେଗାଓ୍ବାଟ୍‌ ବିଜୁଳି ଉତ୍ପାଦନ ଆରମ୍ଭ ହୋଇଥିଲା । ପରେ ୧୯୯୪ରୁ ଏହି ପ୍ଲାଣ୍ଟର ସମ୍ପ୍ରସାରଣ କରିବାକୁ ନିଆଯାଇଥିଲା ନିଷ୍ପତ୍ତି । ଏଥି ପାଇଁ ବାରମ୍ବାର ଶୁଭ ଦିଆଯାଇଥିବା ବେଳେ ୨୦୧୯ ମାର୍ଚ୍ଚ ୨ରେ ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟ୍‌କୁ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦୁଇ ୟୁନିଟ୍‌ରୁ ୬୬୦ ଲେଖାଏଁ ୧୩୨୦ମେଗାଓ୍ବାଟ୍‌ ବିଜୁଳି ଉତ୍ପାଦନ ହେବା ସହ ରାଜ୍ୟର ବିଜୁଳି ଚାହିଦା ପୂରଣ ହୋଇପାରିବ ବୋଲି ଆଶା କରାଯାଉଥିଲା । ହେଲେ ଏହାକୁ ୬ମାସ ବିତିଥିଲେ ମଧ୍ୟ ସେଇ ଆଶା କେବଳ ଆଶାରେ ହିଁ ରହିଯାଇଛି ।

{"id":143621}

୬ମାସ ତଳେ ଓପିଜିସି ଓ ଆମେରିକାନ୍‌ କମ୍ପାନୀ ଏଇଏସର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ପ୍ଲାଣ୍ଟ ସମ୍ପ୍ରସାରଣ କାମ । ରାଜ୍ୟ ସରକାର ଏଥିପାଇଁ ୧୫ଜହାର କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କଲେ । ମନ୍ତ୍ରୀ ସଚିବଙ୍କ ଉପସ୍ଥିତିରେ ଖୁବ୍‌ ଧୁମ୍‌ଧାମ୍‌ରେ ଲୋକର୍ପଣ ଉତ୍ସବ ମଧ୍ୟ କରାଗଲା । ହେଲେ
ଏହି ପ୍ଲାଣ୍ଟରୁ ଯୋଉଠି ୧୩୨୦ମେଗାଓ୍ବାଟ୍‌ ବିଜୁଳି ଉତ୍ପାଦନ ହେବା କଥା ସେଠି ଏପର୍ଯ୍ୟନ୍ତ ୩୦୦ମେଗାଓ୍ବାଟ୍‌ ବି ଟପୁନି । କାରଖାନାର ବୈଷୟିକ ତ୍ରୁଟି ପାଇଁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଉଛି ।

{"id":143622}

ସେପଟେ ପ୍ଲାଣ୍ଟର ଏଭଳି ଅବସ୍ଥାକୁ ନେଇ ଭବିଷ୍ୟତ ଆଶଙ୍କାରେ କର୍ମଚାରୀ ।

{"id":143623}

ଓଡ଼ିଶା ପାଓ୍ବାର ଜେନେରେସନ କର୍ପୋରେସନ ବା ଓପିଜିସି ସମ୍ପ୍ରସାରଣ ଯୋଜନା ଏବେ ବହୁ ଆଡ଼ମ୍ବରରେ ଲଘୁକ୍ରିୟା ଭଳି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.