ଏସସିବି ମେଡିକାଲ ସମ୍ପ୍ରସାରଣ: କ୍ଷତିଗ୍ରସ୍ତଙ୍କ ପାଇଁ ବ୍ୟବସ୍ଥା କରିନି ପ୍ରଶାସନ

Published By : Prameya-News7 Bureau | February 08, 2020 IST

କଟକ୮/୨: ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପରେ କ୍ଷତିଗ୍ରସ୍ତଙ୍କ ପାଇଁ ବ୍ୟବସ୍ଥା କରିନି ପ୍ରଶାସନ। ଏମିତି କିଛି ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ । ଯୋବ୍ରା ବ୍ୟାରେଜ୍ ଛକ ନିକଟରୁ ମାଛ ଭେଣ୍ଡିଂ ଜୋନ୍ ଓ ମାଂସ ମାର୍କେଟ୍ ଉଚ୍ଛେଦ ପରେ ସେମାନଙ୍କୁ ସଠିକ୍ ଢଙ୍ଗରେ ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା ।

ମାତ୍ର ଉଚ୍ଛେଦ ପରେ ପ୍ରଶାସନ ଖଲାସୀ ଲେନ୍‌ରେ ମାଛ ବ୍ୟବସାୟୀ ମାନଙ୍କୁ ବ୍ୟବସାୟ କରିବା ପାଇଁ ଜାଗା ଦେଇଛି ସତ । କିନ୍ତୁ ସେ ଜାଗାରେ କୌଣସି ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ନାହିଁ । ସେପଟେ ଉଚ୍ଛେଦ ପରେ ମାଂସ ଓ ଚିକେନ୍ ବ୍ୟବସାୟୀ ମାନଙ୍କୁ ଏପର୍ଯ୍ୟନ୍ତ ଥଇଥାନ କରାଯାଇ ନଥିବାରୁ ସେମାନେ ଗତ ସପ୍ତାହେ ହେବ ବେପାର କରିପାରୁ ନାହାନ୍ତି ।

ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି, ସେମାନଙ୍କୁ ଯେଉଁ କ୍ଷତିପୁରଣ ରାଶି ଦିଆଯାଇଛି, ସେହି ଟଙ୍କାରେ ବ୍ୟବସାୟୀ ମାନେ ଭିତ୍ତିଭୂମି ପ୍ରସ୍ତୁତ କରିବେ । ପରବର୍ତ୍ତି ପର୍ଯ୍ୟାୟରେ ଖଲାସୀ ଲେନ୍ ରେ ହିଁ ସେମାନଙ୍କ ପାଇଁ ପ୍ରଶାସନ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍ ତିଆରି କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.