ପେଞ୍ଚ ଟାଇଗର ରିଜର୍ଭରେ ଦୁର୍ଲଭ ପ୍ରଜାତିର ବିଦେଶୀ ପ୍ରବାସୀ ପକ୍ଷୀ : ଦେଖିବାକୁ ଲୋକଙ୍କ ଭିଡ

Published By : Prameya-News7 Bureau | June 28, 2020 IST

ସିବନି ୨୮/୦୬ : ଛତିଶଗଡ଼ ପେଞ୍ଚ ଟାଇଗର ରିଜର୍ଭ ପାର୍କରେ ଏହି ସମୟରେ ବିଦେଶୀ ପ୍ରବାସୀ ପକ୍ଷୀ ସମସ୍ତଙ୍କୁ ଆକର୍ଷିତ କରୁଛି | ଧଳା ରଙ୍ଗର ସୁନ୍ଦର ପକ୍ଷୀର ବିଶେଷ ପର ତାର ପରିଚୟ | ଏହି ପକ୍ଷୀକୁ ୧୯୫୩ ସଂରକ୍ଷଣରେ ରଖାଯାଇଛି | ପେଞ୍ଚ ଟାଇଗର ରିଜର୍ଭର ପ୍ରବନ୍ଧକ କହିଛନ୍ତି ଯେ, ଏହି ଦୁର୍ଲଭ ପ୍ରଜାତିର ବିଦେଶୀ ପକ୍ଷୀ ଯାହା ଗତ ୪-୫ ଦିନ ହେଲା ପାର୍କରେ ଦେଖିବାକୁ ମିଳିଛି | ଏହି ପକ୍ଷୀମାନଙ୍କର ଏକ ଛୋଟ ସମୂହ ପେଞ୍ଚ ଟାଇଗର ରିଜର୍ଭର ଶୋଭା ବଢ଼ାଉଛି | ପକ୍ଷୀଙ୍କୁ ଦେଖିବାକୁ ଆଖପାଖ ଅଞ୍ଚଳରେ ଲୋକଙ୍କ ଭିଡ ଲାଗି ରହୁଛି |

{"id":292942,"sizeSlug":"large"}

୧୯୫୩ ମସିହାରେ ଆମେରିକାରେ ଗ୍ରେଟ ଇଗ୍ରେଟକୁ ନ୍ୟାସନାଲ ଆଡ଼ବୋନ ସୋସାଇଟିର ପ୍ରତୀକ ଭାବେ ଚୟନ କରାଯାଇଥିଲା | ଏହାର ଗଠନ ପକ୍ଷୀ ସୁରକ୍ଷା ପାଇଁ କରାଯାଇଥିଲା | ଏହି ପକ୍ଷୀର ପର ପାଇଁ ତାଙ୍କୁ ହତ୍ୟା କରାଯାଇଥାଏ | ହତ୍ୟା ରୋକିବା ପାଇଁ ଏହି ପକ୍ଷୀକୁ ଆଡ଼ବୋନ ସୋସାଇଟିର ପ୍ରତୀକ କରାଯାଇଥିଲା | ପେଞ୍ଚ ଟାଇଗର ରିଜର୍ଭର ବଫର ଖବାସା ଏମିତି ଏକ ଗାଁ ଯେଉଁଠାରେ ଅନେକ ବର୍ଷ ହେଲାଣି ଏହି ପକ୍ଷୀ ପ୍ରଜନନ ପାଇଁ ଆସିଥାନ୍ତି |

{"id":292943,"sizeSlug":"large"}

ଏହି ସୁନ୍ଦର ପକ୍ଷୀ ସେଠାକାର ବାତାବରଣ ଓ ପ୍ରକୃତିର ଅନୁକୂଳ ପରିବେଶ ପାଇଁ ସେଠାରେ ପ୍ରଜନନ କରିଥାନ୍ତି | ପ୍ରକୃତିର ସୁନ୍ଦର ମନୋରମ ଦୃଶ୍ୟ ମଧ୍ୟରେ Great Egret ପକ୍ଷୀ ଏଠାରେ ପ୍ରଜନନ କରନ୍ତି ଏବଂ ଏହି ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ପ୍ରତି ବର୍ଷ ବନ୍ୟଜୀବ ପ୍ରେମୀ ଓ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.