Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୋକସଭା ଏଗଜିଟ୍ ପୋଲ ରିପୋର୍ଟ : ଆମେଠୀରେ ରାହୁଲ ଗାନ୍ଧି ହାରିପାରନ୍ତି ନିର୍ବାଚନ

21/05/2019 at 8:00 PM

ନୂଆଦିଲ୍ଲୀ ୨୧।୫ : ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଏଗଜିଟ୍ ପୋଲ ଏନଡିଏକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପ୍ରଦାନ କରିଛି। ଯଦି ଏଗଜିଟ୍ ପୋଲକୁ ବିଶ୍ବାସ କରାଯାଏ, ତେବେ ଏଥର ନିର୍ବାଚନରେ ବହୁତ ବଡ ପରିବର୍ତ୍ତନର ସଙ୍କେତ ମିଳୁଛି। ତେବେ ଏହି ସବୁ ପରିବର୍ତ୍ତନରେ ଯାହା ସବୁଠୁ ବଡ ପରିବର୍ତ୍ତନ ବୋଲି ଆଶଙ୍କା କରାଯାଉଛି  ତାହା ହେଉଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ବାଚନରେ ପ୍ରଦର୍ଶନ। ଏଗଜିଟ୍ ପୋଲ ରିପୋର୍ଟ ଅନୁସାରେ ରାହୁଲ ଆମେଠୀରେ ନିର୍ବାଚନ ହାରୁଛନ୍ତି। କେବଳ ରାହୁଲ ନୁହଁନ୍ତି ସପା ନେତା ମୁଲାୟମଙ୍କ ରାସ୍ତା ମଧ୍ୟ ସହଜ ଲାଗୁନି ଏବେ।

ଆଜତକ-ଏକ୍ସିସ ମାଇଁ ଇଣ୍ଡିଆ ଏଗଜିଟ୍ ପୋଲ ଅନୁସାରେ ୟୁପିରେ ମହାମେଣ୍ଟର ସେପରି ପ୍ରଭାବ ଦେଖାଯାଉ ନଥିବା କୁହାଯାଇଛି । ଏହି ରିପୋର୍ଟକୁ ଯଦି ବିଶ୍ବାସକୁ ନିଆଯାଏ, ତେବେ ୟୁପିର ୮୦ଟି ଲୋକସଭା ଆସନରୁ  ବିଜେପିକୁ ୬୨ରୁ ୬୮ଟି ସିଟ୍ ମିଳିବାକୁଥିବା ନେଇ ଅନୁମାନ କରାଯାଉଥିବା ବେଳେ ସପା-ବସପା-ଆରଏଲଡି ଖାତାକୁ ଅତିବେଶିରେ ୧୦ରୁ ୧୬ଟି ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି। ସେହିଭଳି କଂଗ୍ରେସର କଥା ବିଚାର କରିବା ବେଳେ ଏଠାରେ ଦଳର ନିଜର ୨ଟି ସିଟ୍ ଆମେଠୀ ଓ ରାୟବରେଲୀକୁ ରକ୍ଷା କରିବା ମଧ୍ୟ ଦଳ ପକ୍ଷେ ସମ୍ଭବ ନୁହେଁ ବୋଲି କୁହାଯାଇଛି।

ଆମେଠୀରେ ରାହୁଲଙ୍କ ବିରୋଧରେ ବିଜେପିର ସ୍ମୃତି ଇରାନୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସ୍ମୃତି ଓ ରାହୁଲଙ୍କ ମଧ୍ୟରେ ନିର୍ବାଚନରେ କଡା ଟକ୍କର ମଧ୍ୟ ହୋଇଛି । ତେବେ ରିପୋର୍ଟର ବିଶ୍ଲେଷଣରୁ ରାୟବରେଲୀରୁ ସୋନିଆଙ୍କ ଜିତର ସ୍ପଷ୍ଟ ସଙ୍କେଟ ମିଲୁଛି । ହେଲେ ଆମେଠୀ କଥା ଏଥର ଏକଗଜିଟ୍ ପୋଲରେ ଭିନ୍ନ ରୂପେ ଦେଖାଯାଛି। ତେବେ ୨୩ ତାରିଖ ଭୋଟ ଗଣନା ପରେ ଏଗଜିଟ୍ ପୋଲ ରିପୋର୍ଟର ସତ୍ୟାସତ୍ୟ ସାମ୍ନାକୁ ଆସିଯିବ ବୋଲି କହିଛନ୍ତି ବିଶେଷଜ୍ଞ।

   Related Posts