ବିଧାନସଭା ନିର୍ବାଚନ: ସରିଲା ଭୋଟ ଗ୍ରହଣ, ଏବେ ଦେଖନ୍ତୁ କ'ଣ କହୁଛି Exit poll ରିପୋର୍ଟ

Published By : Prameya-News7 Bureau | April 29, 2021 IST

ପଶ୍ଚିମବଙ୍ଗ ବିଧାନସଭା ଲାଗି ଗୁରୁବାର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି। ଏହା ସହ ଗୁରୁବାର ଦେଶର ୫ଟି ରାଜ୍ୟର ବିଧାନସଭା ଲାଗି  ଚୂଡ଼ାନ୍ତ ଭୋଟଗ୍ରହଣ ଶେଷ ହୋଇଛି। ତେବେ ସମସ୍ତଙ୍କ ନଜର ଏବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ରହିଛି। ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଲାଗି ଏଥର ନିର୍ବାଚନରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱୀତା ହୋଇଛି। ଶାସକ ତୃଣମୂଳ କଂଗ୍ରେସ ସହ ବିଜେପି ଓ ବାମପନ୍ଥୀ-କଂଗ୍ରେସ ମେଣ୍ଟ ପ୍ରତିଦ୍ୱନ୍ଦ୍ୱୀତା କରିଛନ୍ତି।

ସେପଟେ ତାମିଲନାଡୁରେ ୨୩୪ ସଦସୀୟ ବିଧାନସଭା ନିମନ୍ତେ ଭୋଟ ଗ୍ରହଣ ଶେଷ ହୋଇଥିଲେ ବି ୨ ମେ ଭୋଟ ଗଣତି ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି କେରଳର ୧୪୦ ସଦସୀୟ ବିଧାନସଭା ଲାଗି ଭୋଟ ଗ୍ରହଣ ମଧ୍ୟ ସରିଛି। ଆସାମର ୧୩୦ ଓ ପୁଡୁଚେରୀର ୩୦ ସଦସୀୟ ବିଧାନସଭା ଲାଗି ଭୋଟ ଗ୍ରହଣ ହୋଇ ସାରିଥିବା ବେଳେ ବିଭିନ୍ନ ସଂସ୍ଥା ଆଗାମୀ ସରକାର ନେଇ ଭୋଟ ପରବର୍ତ୍ତି ଆକଳନ କରି ରଖିଛନ୍ତି। କେବଳ ବେଙ୍ଗଲକୁ ବାଦ ଦେଲେ ଅନ୍ୟ ୪ଟି ରାଜ୍ୟର ଏଜିଟ୍‌ ପୋଲ ରିପୋର୍ଟ ଏବେ ଆସିବାରେ ଲାଗିଛି।  

୫ଟି ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ଏଥର ଇଣ୍ଡିଆ ଟୁଡେ, ଟାଇମ୍ସ ନାଓ, ଏବିପି ସି ଭୋଟର ସର୍ଭେ, ଜନକି ବାତ୍, ଇଣ୍ଡିଆ ଟିଭି, ନ୍ୟୁଜ୍‌ ୨୪ ଓ ଟୁଡେଜ୍ ଚାଣକ୍ୟ, ରିପବ୍ଲିକ-ସିଏନଏକ୍ସ ଓ ଟିଏନ୍ ସି-ଭୋଟର ଆଦି ଏକଜିଟ୍‌ ପୋଲ କରିଛନ୍ତି।  ତେବେ ରିପୋର୍ଟରୁ କଣ ଫଳାଫଳ ଆସୁଛି ଏବେ ଏହା ଉପରେ ସମସ୍ତଙ୍କ ନଜର। ପଶ୍ଚିମବଙ୍ଗରେ କିଏ ହେବ ଖେଳାଳି ନମ୍ବର ୱାନ, ଆସାମରେ ରହିବ ନା ଓଲଟିବ, କେରଳରେ କାହାର ହେବ ବାଜିମାତ୍, ତାମିଲନାଡୁରେ କିଏ ନୂଆ ନେତା ଓ ପୁଡୁଚେରୀରେ ଚୌକି କାହାର ତା ଉପରେ ସାରା ଦେଶର ନଜର । ତେବେ କଣ କହୁଛି ଏଜିଟ୍‌ ପୋଲ ଆସନ୍ତୁ ଜାଣିବା।   

ଟାଇମ୍ସ ଅଫ ଇଣ୍ଡିଆ ଏକଜିଟ୍‌ ପୋଲ ରିପୋର୍ଟରେ ବିଜେପି ଆସାମରେ ନିଜର ସରକାର ସୁରକ୍ଷିତ କରୁଥିବାର ଦେଖା ଯାଉଛି। ଏଠାରେ ବିଜେପି ହାତକୁ ୭୫ରୁ ୮୫ଟି ଆସନ ଆସୁଥିବା ଆକଳନ କରାଯାଉଛି। ୧୨୬ ସଦସୀୟ ଆସମା ବିଧାନସଭାରେ ମ୍ୟାଜିକ ନମ୍ବର ୬୪ ଓ ବିଜେପି ବହୁମତରେ ପୁଣି କ୍ଷମତାକୁ ଫେରୁଥିବା ଆକଳନ କରିଛି ଟାଇମ୍ସ ଅଫ ଇଣ୍ଡିଆ।

ପଶ୍ଚିମବଙ୍ଗ
ରିପବ୍ଲିକ୍‌ ସିଏନଏକ୍ସ-ତୃଣମୂଳ-୧୨୮-୧୩୮ ବିଜେପି-୧୩୮-୧୪୮ ବାମପନ୍ଥୀ ଓ କଂଗ୍ରେସ-୧୧-୨୦ ଅନ୍ୟ -0
ଏବିପି ସି-ଭୋଟର - ତୃଣମୂଳ -୧୫୨-୧୬୪ ବିଜେପି-୧୦୯-୧୨୧ ବାମ+କଂଗ୍ରେସ -୧୪-୨୫ ଅନ୍ୟ-0
ଟିଭି-9 ଭାରତବର୍ଷ-ତୃଣମୂଳ-୧୪୨-୧୫୨ ବିଜେପି -୧୨୫-୧୩୫ ବାମ+କଂଗ୍ରେସ -୧୬-୨୬ ଅନ୍ୟ-0

ଆସାମ
ରିପବ୍ଲିକ୍‌ ସିଏନଏକ୍ସ – ବିଜେପି-୭୮-୮୪ କଂଗ୍ରେସ-୪୦-୫୦ ତୃତୀୟ ସାମୁଖ୍ୟ ୧-୩ ଅନ୍ୟ -0
ଇଣ୍ଡିଆଟୁଡେ ଆକ୍ସେସ୍‌ ମାଇଁ ଇଣ୍ଡିଆ- ବିଜେପି-୭୫-୮୫ କଂଗ୍ରେସ-୪୦-୫୦ ଅନ୍ୟ -୧-୪
ନ୍ୟୁଜ୍-24 ଟୁଡେଜ୍‌ ଚାଣକ୍ୟ-ବିଜେପି-୬୧-୭୯ କଂଗ୍ରେସ ୪୭-୬୫ ଅନ୍ୟ -୦

ତାମିଲନାଡୁ
ରିପବ୍ଲିକ୍‌ ସିଏନଏକ୍ସ –ଏଆଇଡିଏମକେ-୫୮-୬୮ ଡିଏମକେ +- ୧୬୦-୧୭୦ ଏମଏନଏମ-0 ଅନ୍ୟ-0
ଏବିପି ସି-ଭୋଟର-ଏଆଇଡିଏମକେ-୫୮-୭୦ ଡିଏମକେ +- ୧୬୦-୧୭୨ ଏମଏନଏମ-0-୨ ଅନ୍ୟ-0-୫
ଟିଭି-9 ଭାରତବର୍ଷ-ଏଆଇଡିଏମକେ-୭୫-୮୫ ଡିଏମକେ +- ୧୪୩-୧୫୩ ଏମଏନଏମ-0-୨ ଅନ୍ୟ-0-୫
ନ୍ୟୁଜ୍-24 ଟୁଡେଜ୍‌ ଚାଣକ୍ୟ-ଏଆଇଡିଏମକେ-୪୬-୬୮ ଡିଏମକେ +- ୧୬୪-୧୮୬ ଏମଏନଏମ-0 ଅନ୍ୟ-0-୬

କେରଳ
ରିପବ୍ଲିକ୍‌ ସିଏନଏକ୍ସ – ଏଲଡିଏଫ-୭୨-୮୦ ୟୁଡିଏଫ- ୫୮-୬୪ ଏନଡିଏ-୧-୫ ଅନ୍ୟ -0
ବିପି ସି-ଭୋଟର-ଏଲଡିଏଫ-୭୧-୭୭ ୟୁଡିଏଫ-୬୨-୬୮ ଏନଡିଏ-୦-୨ ଅନ୍ୟ -୦
ଟିଭି-9 ଭାରତବର୍ଷ-ଏଲଡିଏଫ-୭୦-୮୦ ୟୁଡିଏଫ-୫୯-୬୯ ଏନଡିଏ-୦-୨ ଅନ୍ୟ-୦
ନ୍ୟୁଜ୍-24 ଟୁଡେଜ୍‌ ଚାଣକ୍ୟ-ଏଲଡିଏଫ-୯୩-୧୧୧ ୟୁଡିଏଫ-୨୬-୪୪ ଏନଡିଏ-୦ ଅନ୍ୟ -୨-୧୨

ପୁଡୁଚେରୀ
ଏବିପି ସି-ଭୋଟର-ବିଜେପି ୧୯-୨୩ କଂଗ୍ରେସ ୬-୧୦ ଏଏମଏମକେ-୦ ଅନ୍ୟ-୦
ରିପବ୍ଲିକ୍‌ ସିଏନଏକ୍ସ-ବିଜେପି-୧୬-୨୦ କଂଗ୍ରେସ ୧୧-୧୩ ଏଏମଏମକେ-୦ ଅନ୍ୟ-୦
ଟିଭି-9 ଭାରତବର୍ଷ-ବିଜେପି-୧୭-୧୯ କଂଗ୍ରେସ ୧୧-୧୩ ଏଏମଏମକେ-୦ ଅନ୍ୟ-୦


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.