Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

Today’s Chanakya Exit Poll: ଆରଜେଡି-କଂଗ୍ରେସ ମେଣ୍ଟକୁ ମିଳିପାରେ ୧୮୦ରୁ ଅଧିକ ସିଟ୍, ଧରାଶାୟୀ ହେବ ଏନଡିଏ

7/11/2020 at 8:59 PM

ପାଟନା ୦୭।୧୧: ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସଂପନ୍ନ ହୋଇଛି। ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହେବା ମାତ୍ରେ ଅନେକ ଚ୍ୟାନେଲ ପକ୍ଷରୁ ଭୋଟ୍ ବାହୁଡା ମତ୍ ବା ଏକଜିଟ୍ ପୋଲସ୍‌ ଆସିବାରେ ଲାଗିଛି। ଏହି କ୍ରମରେ ଟୁଡେ ଚାଣକ୍ୟର ଏକଜିଟ୍ ପୋଲ୍‌ ଅନୁଯାୟୀ ବିହାର ନିର୍ବାଚନରେ ରାଷ୍ଟ୍ରୀୟ  ଜନତା ଦଳ(ଆରଜେଡି) ଏବଂ ମେଣ୍ଟକୁ ୪୪ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ରହିଛି। ଅନ୍ୟପଟେ ଏନଡିଏ ଧରାଶାୟୀ ହେବାର ସମ୍ଭାବନା ରହିଛି।

ଟୁଡେ ଚାଣକ୍ୟର ଏକଜିଟ୍ ପୋଲ୍‌ ଅନୁଯାୟୀ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ବିଜେପି ଓ ଜେଡିୟୁ ମେଣ୍ଟ ମୂଳପୋଛ ହେଉଥିବା ନଜର ଆସୁଛି। ମହାମେଣ୍ଟ ସରକାର ଗଠନ କରୁଥିବା ଏବଂ ତେଜସ୍ଵୀ ଯାଦବ ମୁଖ୍ୟମନ୍ତ୍ରୀ ହେଉଥିବା ଏକଜିଟ୍‌ ପୋଲ୍‌ରେ କୁହାଯାଇଛି। ଏକଜିଟ୍‌ ପୋଲ୍‌ ଅନୁସାରେ ଆରଜେଡି-କଂଗ୍ରେସ ମେଣ୍ଟକୁ ୧୮୦ରୁ ଅଧିକ ଆସନ ମିଳୁଥିବା ବେଳେ ବିଜେପି-ଜେଡିୟୁକୁ ୫୫ ଆସନ ଏବଂ ଅନ୍ୟ ଖାତାରେ ୪ ଯାଉଥିବାର ସମ୍ଭାବନା ରହିଛି।

ଏକଜିଟ୍ ପୋଲ୍ ଅନୁଯାୟୀ ୪୪ ପ୍ରତିଶତ ବିହାରବାସୀ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ପଛରେ ରହିଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ୩୫ ପ୍ରତିଶତ ଜନତା ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି। ଏହା ନୀତିଶ କୁମାରଙ୍କ ପାଇଁ ସବୁଠୁ ବଡ ଝଟକା ସଦୃଶ ହୋଇଛି।

   Related Posts