Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଏକ୍ସିଟ ପୋଲ୍‌- ମହାରାଷ୍ଟ୍ର ଓ ହରିୟାଣାରେ ବିଜେପିକୁ ସଂଖ୍ୟା ଗରିଷ୍ଠତା

21/10/2019 at 9:54 PM

ନୂଆଦିଲ୍ଲୀ  ୨୧।୧୦ –  ମହାରାଷ୍ଟ୍ର ହରିୟାଣା ପାଇଁ ଶେଷ ହୋଇଛି ଭୋଟ୍ । ବିଭିନ୍ନ ସଂସ୍ଥା କରିଥିବା ଏକଜିଟ୍ ପୋଲ୍ ର ଆସିଛି ଗଣିତ । ଇଣ୍ଡିଆ ଟୁଡେ, ଆକ୍ସିସ ମାଇଁ ଇଣ୍ଡିଆ କରିଥିବା ଏକଜିଟ୍ ପୋଲ୍ ରେ ମହାରାଷ୍ଟ୍ରରେ ପୁଣି ବିଜେପି-ଶିବସେନା କ୍ଷମତାକୁ ଫେରୁଛନ୍ତି ।

 ବିଜେପି ଶିବସେନା ମେଣ୍ଟ ୧୬୬ ରୁ ୧୯୪ ସିଟ୍ ରେ ବିଜୟୀ ହେବା ସମ୍ଭାବନା ଥିବା ବେଳେ, କଂଗ୍ରେସ ଏନ୍.ସି.ପି ମେଣ୍ଟ ୭୨ରୁ ୯୦ ସିଟ୍ ରେ ସୀମିତ ରହିବେ । ଏବଂ ଅନ୍ୟମାନେ ୧୦- ୧୩ଟି ସିଟ୍  ପାଇପାରନ୍ତି ।

 ଆକ୍ସିସ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ୍ ଅନୁଯାୟୀ ମହାରାଷ୍ଟ୍ରରେ କେବଳ  ବିଜେପି ୧୦୯ରୁ ୧୨୪ଟି ଆସନ ଜିତିପାରେ, ଶିବସେନା ୫୭ରୁ  ୭୦  ସିଟ୍  ଜିତାପାରେ ।  ସେହିପରି ଏନସିପି ୪୦ ରୁ ୫୦ ଏବଂ କଂଗ୍ରେସ ୩୨ରୁ ୪୦ ସିଟ୍ ଜିତିପାରନ୍ତି ।

 ସେହିପରି ନ୍ୟୁଜ୍ ଏଇଟିନ୍ ଏବଂ ଇପସୋସ କରିଥିବା ଏକଜିଟ୍ ପୋଲ୍ ରେ ବିଜେପି  ଶିବସେନା ୨୪୩ଟି ଆସନ ପାଇପାରନ୍ତି । ଏଥିରେ ବିଜେପି ଏକୁଟିଆ ୧୪୧ ଏବଂ ଶିବସେନା ୧୦୨ ଆସନରେ ଜିତିପାରେ ।  ସେହିପରି କଂଗ୍ରେସ ଏନସିପି ମେଣ୍ଟ ମାତ୍ର ୪୧ଟି ଆସନରେ ବିଜୟୀ ହୋଇପାରନ୍ତି ।  ଏଥିରେ କଂଗ୍ରେସ ୧୭ ଏବଂ ଏନସିପି ୨୨ଟି ସିଟ୍ ଜିତିପାରନ୍ତି । 

କି ବାତ  ଅନୁଯାୟୀ ବିଜେପି  ଶିବସେନା ୨୧୬ କଂଗ୍ରେସ ଏନସିପି୬୫ ଓ ଅନ୍ୟମାନେ ୭ଟି ଆସନ ଜିତିଛନ୍ତି।

  ଟିଭି ନାଇନ ଭାରତ ବର୍ଷର ପୂର୍ବାନୁମାନ ଅନୁଯାୟୀ ବିଜେପି ଶିବସେନା ୧୯୭ କଂଗ୍ରେସ ଏନସିପି ୭୫ ଓ ଅନ୍ୟମାନେ ୧୬ଟି ଆସନରେ ବିଜୟୀ  ହୋଇପାରନ୍ତି।

ହରିୟାଣା ପାଇଁ ଏକଜିଟ୍ ପୋଲ୍ ରେ ମୋଟ ୯୦ ଆସନରୁ ବିଜେପି ୭୧ , କଂଗ୍ରେସ ୧୧ , ଜେଜେପି ୫ ଓ ଅନ୍ୟମାନେ ୩ଟି ଆସନରେ ବିଜୟୀ ହେବେ ବୋଲି ଟାଇମ୍ସ ନାଓ ପୂର୍ବାନୁମାନ କରିଛି ।

 ସେହିପରି ଟିଭି ନାଇନ୍ ଭାରତବର୍ଷର ଏକଜିଟ ପୋଲ୍  ଅନୁସାରେ ବିଜେପି ୪୭, କଂଗ୍ରେସ ୨୩  ,ଆଇ.ଏନ୍.ଏଲ୍.ଡି ୯ଟି ଆସନରେ ଜିତିବେ ।

 ଇଣ୍ଡିଆ ନ୍ୟୁଜ ପୋଲଷ୍ଟାର୍ଟ  ବିଜେପି ୭୫-୮୦  କଂଗ୍ରେସ ୯-୧୨ ଏବଂ ଅନ୍ୟମାନେ ୧-୩ ସିଟ ଜିତିପାରନ୍ତି।  ନ୍ୟୁଜ ଏକ୍ସର ପୂର୍ବାନୁମାନ ଅନୁଯାୟୀ ବିଜେପି ୭୭ କଂଗ୍ରେସ ୧୧ ଏବଂ ଅନ୍ୟମାନେ ୨ଟା ଆସନ୍ରେ ବିଜୟୀ ହୋଇପାନ୍ତି।   ପୋଲ ଅଫ ପୋଲ୍ ସର ପୂର୍ବାନୁମାନ ଅନୁଯାୟୀ ୬୬ ବିଜେପି ଏବଂ କଂଗ୍ରେସ ୧୪ ଏବଂ ଅନ୍ୟମାନେ ୮ଟିରେ ବିଜୟୀ ହେବେ। 

   Related Posts