Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଏକଜିଟ୍ ପୋଲ୍: ନୀତିଶ କୁମାର ନୁହନ୍ତି ତେଜସ୍ଵୀ ଯାଦବ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିହାରବାସୀଙ୍କ ପ୍ରଥମ ପସନ୍ଦ

7/11/2020 at 8:06 PM

ପାଟନା ୦୭।୧୧: ବିହାର ବିଧାନସଭା ନିର୍ବାଚନରେ ସମସ୍ତ ରାଜନୈତିକ ଦଳ କ୍ଷମତା ହାତେଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରିଛନ୍ତି। ଏହି ନିର୍ବାଚନରେ ବିଭିନ୍ନ ପାର୍ଟିର ଚାରି ଅଲଗା ଅଲଗା ମେଣ୍ଟ ଏବଂ ଛଅ ମୁଖ୍ୟମନ୍ତ୍ରୀ ପଦର ଚେହେରା ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ତେଣୁ ବିହାର ବିଧାନସଭା ନିର୍ବାଚନରେ ବାଜି କିଏ ମାରିବ ଏହାର ଫଳାଫଳ ନଭେମ୍ବର ୧୦ରେ ପ୍ରକାଶ ପାଇବ। ଆଜି ତୃତୀୟ ପର୍ଯ୍ୟାୟ ମତଦାନ ପରେ ସାମ୍ନାକୁ ଆସିଛି ଭୋଟ୍ ବାହୁଡା ମତ ବା ଏକଜିଟ୍ ପୋଲ୍। ସବୁଠୁ ବଡ କଥା ଏକଜିଟ୍‌ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆରଜେଡି ନେତା ତେଜସ୍ଵୀ ଯାଦବ ପ୍ରଥମ ପସନ୍ଦ ଭାବେ ଆର୍ବିଭାବ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ବିହାର ଜନତାଙ୍କ ଦ୍ଵିତୀୟ ପସନ୍ଦ ହୋଇଛନ୍ତି।

ଇଣ୍ଡିଆ-ଟୁଡେ ଏକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ୍ ଅନୁଯାୟୀ ୪୪ ପ୍ରତିଶତ ବିହାରବାସୀ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ପଛରେ ରହିଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ୩୫ ପ୍ରତିଶତ ଜନତା ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି। ଏହା ନୀତିଶ କୁମାରଙ୍କ ପାଇଁ ସବୁଠୁ ବଡ ଝଟକା ସଦୃଶ ହୋଇଛି।

ଅନ୍ୟପଟେ ଏନଡିଏରୁ ସଂପର୍କ ଛିନ୍ନ କରି ଏକାକୀ ନିର୍ବାଚନୀ ମଇଦାନକକୁ ଓହ୍ଲାଇଥିବା ଏଲଜେପି ପ୍ରମୁଖ ଚିରାଗ ପାସଓ୍ଵାନଙ୍କୁ ମାତ୍ର ୭ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ନିଜର ସହମତି ପ୍ରକାଶ କରିଛନ୍ତି। ଚିରାଗ ପାସଓ୍ଵାନ ୨୪୩ ଆସନରୁ ୧୩୫ଟି ଆସନରେ ନିଜର ପ୍ରାର୍ଥୀ ଦେଇଥିଲେ। ସେଥିରୁ ଅଧିକାଂଶ ସେ ଜେଡିୟୁ ବିପକ୍ଷରେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲେ।

   Related Posts