ବିଧାନସଭା ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌, କେଉଁଠି ହେବ କାହାର ସରକାର ?

Published By : Prameya-News7 Bureau | April 29, 2021 IST

ଭୁବନେଶ୍ବର ୨୯/୪: ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସରିଛି। ଶେଷ ପର୍ଯ୍ୟାୟ ନିର୍ବାଚନରେ ୩୫ ବିଧାନସଭା କ୍ଷେତ୍ରରେ ମତଦାନ ହୋଇଛି। ୧୧,୮୬୦ ମତଦାନ କେନ୍ଦ୍ରରେ ଆଜି ଶାନ୍ତିପୂର୍ଣ୍ଣ ଉପାୟରେ ଭୋଟିଂ ହୋଇଥିବା ଜଣାପଡ଼ିଛି। ସନ୍ଧ୍ୟା ୫ ପର୍ଯ୍ୟନ୍ତ ୭୬.୦୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ ପଶ୍ଚିମବଙ୍ଗ ସମେତ ମୋଟ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହୋଇଥିଲା। ଏବେ ଆସିଛି ଏକ୍‌ଜିଟ୍‌ ପୋଲ୍‌। କେଉଁଠି କେଉଁ ସରକାର ସେନେଇ ଏକ ଆନୁମାନିକ ସଂକେତ ମିଳିପାରିବ। ପଶ୍ଚିମବଙ୍ଗରେ ଆଜି ନିର୍ବାଚନ ସରଥିବା ବେଳେ ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ଶେଷ ହୋଇଛି।   ବିଶେଷ କରି ଆଜି ପଶ୍ଚିମବଙ୍ଗ ଏକଜିଟ୍‌ ପୋଲ ଉପରେ ସମସ୍ତଙ୍କ ନଜର ରହିଛି ।

ଆସାମ- (୧୨୬ ସିଟ୍‌)

ଇଣ୍ଡିଆ ଟୁଡେ ଆକ୍ସିସ୍‌ ମାଇଁ ଇଣ୍ଡିଆ—

ବିଜେପି: ୭୫-୮୫

କଂଗ୍ରେସ୍‌: ୪୦-୫୦

ଅନ୍ୟ:     ୧-୪

ତାମିଲନାଡୁ (୨୩୪ ସିଟ୍‌)- ସିଏନଏକ୍ସ

ବିଜେପି: ୭୪-୮୪

କଂଗ୍ରେସ: ୪୦-୫୦

ଅନ୍ୟ: ୧-୩

ଏବିପି ସି ଭୋଟର ସର୍ଭେ-  (ପଶ୍ଚିମବଙ୍ଗ)

ଟିଏମସି: ୧୫୨-୧୬୪

ବିଜେପି: ୧୦୯-୧୨୧

କଂଗ୍ରେସ ମେଣ୍ଟ: ୧୪-୨୫

ଅନ୍ୟ: ୦

ଏବିପି ସି ଭୋଟର(ଆସାମ)

ଏନଡିଏ: ୫୮-୭୧

ୟୁପିଏ: ୫୩-୬୬

ଅନ୍ୟ: ୦-୫

ଟୁଡେଜ୍‌ ଚାଣକ୍ୟ (ପୁଡୁଚେରୀ)

ବିଜେପି: ୬୧-୭୯

କଂଗ୍ରେସ: ୪୭-୬୫

ଅନ୍ୟ: ୦-୩

ରପବ୍ଲିକ ସିଏନଏକ୍ସ (ପଶ୍ଚିମବଙ୍ଗ)

ଟିଏମସି: ୧୨୮-୧୩୮

ବିଜେପି: ୧୩୮-୧୪୮

କଂଗ୍ରେସ ମେଣ୍ଟ: ୧୧-୨୧

ରପବ୍ଲିକ ସିଏମଏକ୍ସ (ଆସାମ)

ବିଜେପି: ୭୪-୮୪

କଂଗ୍ରେସ: ୪୦-୫୦

ଅନ୍ୟ: ୧-୩

ଟୁଡେଜ୍‌ ଚାଣକ୍ୟ (ଆସାମ)

ବିଜେପି: ୬୧-୭୯

କଂଗ୍ରେସ: ୪୭-୬୫

ଅନ୍ୟ: ୦-୩

  ଟୁଡେଜ୍‌ ଚାଣକ୍ୟ (ତାମିଲନାଡୁ)

ଏଆଇଡିଏମକେ: ୪୬-୬୮

ଡିଏମକେ: ୧୬୪-୧୮୬

ଅନ୍ୟ: ୦-୬

ପଶ୍ଚିମବଙ୍ଗ ବିଧାନସଭା ଲାଗି ଗୁରୁବାର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି। ଏହା ସହ ଗୁରୁବାର ଦେଶର ୫ଟି ରାଜ୍ୟର ବିଧାନସଭା ଲାଗି  ଚୂଡ଼ାନ୍ତ ଭୋଟଗ୍ରହଣ ଶେଷ ହୋଇଛି। ତେବେ ସମସ୍ତଙ୍କ ନଜର ଏବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ରହିଛି। ପଶ୍ଚିମବଙ୍ଗରେ ୨୯୨ ବିଧାନସଭା ଲାଗି ଏଥର ନିର୍ବାଚନରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ଶାସକ ତୃଣମୂଳ କଂଗ୍ରେସ ସହ ବିଜେପି ଓ ବାମପନ୍ଥୀ-କଂଗ୍ରେସ ମେଣ୍ଟ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

ସେପଟେ ତାମିଲନାଡୁରେ ୨୩୪ ସଦସୀୟ ବିଧାନସଭା ନିମନ୍ତେ ଭୋଟ ଗ୍ରହଣ ଶେଷ ହୋଇଥିଲେ ବି ୨ ମେ ଭୋଟ ଗଣତି ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି କେରଳର ୧୪୦ ସଦସୀୟ ବିଧାନସଭା ଲାଗି ଭୋଟ ଗ୍ରହଣ ମଧ୍ୟ ସରିଛି। ଆସାମର ୧୩୦ ଓ ପୁଡୁଚେରୀର ୩୦ ସଦସୀୟ ବିଧାନସଭା ଲାଗି ଭୋଟ ଗ୍ରହଣ ହୋଇ ସାରିଥିବା ବେଳେ ବିଭିନ୍ନ ସଂସ୍ଥା ଆଗାମୀ ସରକାର ନେଇ ଭୋଟ ପରବର୍ତ୍ତି ଆକଳନ କରିଛନ୍ତି। କେବଳ ବେଙ୍ଗଲକୁ ବାଦ ଦେଲେ ଅନ୍ୟ ୪ଟି ରାଜ୍ୟର ଏକଜିଟ୍‌ ପୋଲ ରିପୋର୍ଟ ଏବେ ଆସିବାରେ ଲାଗିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.