ଏକ୍ଜିଟ୍ ପୋଲ୍ : ଓଡିଶାର ୨୧ଟି ଆସନରୁ କାହାକୁ କେତେ ମିଳିବ ଜାଣନ୍ତୁ

Published By : Prameya-News7 Bureau | May 19, 2019 IST

ସପ୍ତମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ୪୪୨ ଟି ଲୋକସଭା ଆସନର ଏକ୍ଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି । ଓଡିଶାର ୨୧ଟି ଲୋକସଭା ଆସନ ପାଇଁ ମଧ୍ୟ ଆକଳନ ପ୍ରକାଶ ପାଉଛି । ଏବିପି ସି ଭୋଟର ଅନୁସାରେ, ଓଡିଶାର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡି ୯ଟି, ବିଜେପି ୧୨ଟି ଆସନ ଅକ୍ତିଆର କରିବାର ସମ୍ଭାବନା ରହିଥିବା ବେଳେ କଂଗ୍ରେସକୁ ଗୋଟିଏ ବି ଆସନ ମିଳିବ ନାହିଁ ।

ଅପରପକ୍ଷରେ ରିପବ୍ଲିକ ଟିଭି ସି ଭୋଟର ଅନୁସାରେ, ବିଜେଡିକୁ ୧୦ଟି, ବିଜେପିକୁ ୧୧ଟି ଆସନ ମିଳିବା ସମ୍ଭାବନା ରହିଛି । କଂଗ୍ରେସକୁ ଗୋଟିଏ ବି ଆସନ ମିଳିବ ନାହିଁ ।

ଟାଇମ୍ସ ନାଓ ଅନୁସାରେ, ବିଜେଡିକୁ ୮ଟି, ବିଜେପିକୁ ୧୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି ।

ଇଣ୍ଡିଆ ଟିଭି ସିଏନଏକ୍ସ ଅନୁସାରେ, ବିଜେଡିକୁ ୧୪ଟି, ବିଜେପିକୁ ୬ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି ।

ରିପବ୍ଲିକ ଜନ୍ କି ବାତ୍ ଅନୁସାରେ, ବିଜେଡିକୁ ୧୦ଟି, ବିଜେପିକୁ ୧୦ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି ।

ଚିନ୍ତାମଣି ୫ ଡଟ୍ସ ଅନୁସାରେ, ବିଜେଡିକୁ ୮ଟି, ବିଜେପିକୁ ୧୩ଟି ଏବଂ କଂଗ୍ରେସକୁ ଗୋଟିଏ ବି ଆସନ ମିଳିବାର ସମ୍ଭାବନା ନାହିଁ ।

ଏବିପି ସିଡିଏସ୍ ଅନୁସାରେ, ବିଜେଡିକୁ ୬ଟି, ବିଜେପିକୁ ୧୩ଟି ଏବଂ କଂଗ୍ରେସକୁ ୨ଟି ଆସନ ମିଳିବାର ସମ୍ଭାବନା ରହିଛି ।

ନ୍ୟୁଜ୍ ୧୮ ଅନୁସାରେ, ବିଜେଡିକୁ ୮ଟି, ବିଜେପିକୁ ୧୩ଟି ଏବଂ କଂଗ୍ରେସକୁ ଗୋଟିଏ ବି ଆସନ ମିଳିବାର ସମ୍ଭାବନା ନାହିଁ ।

ସୂଚନାଯୋଗ୍ୟ ଯେ, ୨୦୧୪ ନିର୍ବାଚନରେ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୨୦ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପିକୁ ଗୋଟିଏ ଆସନ ମିଳିଥିଲା । କଂଗ୍ରେସ ଭାଗରେ ଗୋଟିଏ ବି ଆସନ ପଡିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.