Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଏକଜିଟ୍ ପୋଲ୍ ରେଜଲ୍ଟ : ପୁଣିଥରେ କେନ୍ଦ୍ରରେ ଏନଡିଏ ସରକାର କ୍ଷମତାକୁ ଫେରିବା ସମ୍ଭାବନା

20/05/2019 at 9:10 AM

୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ସରିବା ସହିତ ଆସିଯାଇଛି ଏକଜିଟ୍  ପୋଲ୍  ରେଜଲ୍ଟ । ଅଧିକାଂଶ ଏକଜିଟ୍  ପୋଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଏନଡିଏ ପୁଣିଥରେ କେନ୍ଦ୍ରରେ କ୍ଷମତାକୁ ଫେରିବାର ସମ୍ଭାବନା ଦେଖାଦେଇଛି । ରିପବ୍ଲିକ ଟିଭି-ସି ଭୋଟର ଏକଜିଟ୍  ପୋଲରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ୨୮୭ ସିଟ୍  ମିଳିବାର ସମ୍ଭାବନା ଥିବା ବେଳେ କଂଗ୍ରେସ ନେତୃତ୍ବାଧାନୀ ୟୁପିଏକୁ ୧୨୮ ଏବଂ ଅନ୍ୟାନ୍ୟ ଦଳଙ୍କୁ ୧୨୭ଟି ସିଟ୍  ମିଳିବାର ସମ୍ଭାବନା ଅଛି । ସେହିପରି ରିପବ୍ଲିକ ଟିଭି- ଜନ କୀ ବାତ୍ ଏକଜିଟ୍  ପୋଲରେ ଏନଡିଏକୁ ୩୦୫, ୟୁପିଏକୁ ୧୨୪ ଓ ଅନ୍ୟାନ୍ୟ ଦଳଙ୍କୁ ୧୧୩ ଲୋକସଭା ସିଟ୍ ମିଳିବାର ସମ୍ଭାବନା ଅଛି ।

ଟାଇମସ ନାଓ ଏକଜିଟ୍  ପୋଲରେ ଏନଡିଏକୁ ୩୦୬, ୟୁପିଏକୁ ୧୩୨ ଏବଂ ଅନ୍ୟାନ୍ୟ ଦଳଙ୍କୁ ୧୦୪ ସିଟ୍  ମିଳିବ ବୋଲି ପୂର୍ବାନୁମାନ ଲଗାଯାଇଛି । ସେହିପରି ଚିନ୍ତାମଣି-ଫାଇଭ୍ ଡଟ୍ ସ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍  ପୋଲରେ ଏନଡିଏକୁ ୩୪୭, ୟୁପିଏକୁ ୮୯ ଏବଂ ଅନ୍ୟାନ୍ୟ ଦଳଙ୍କୁ ୧୦୭ ସିଟ୍  ମିଳିବା ପୂର୍ବାନୁମାନ ଲଗାଯାଇଛି ।

ନ୍ୟୁଜ ନେସନ ଏକଜିଟ୍  ପୋଲରେ ଏନଡିଏକୁ ୨୮୨ରୁ ୨୯୦ ସିଟ୍ ମିଳିବାର ସମ୍ଭାବନା ଥିବା ବେଳେ ୟୁପିଏକୁ ୧୧୮ରୁ ୧୨୬ ଏବଂ ଅନ୍ୟାନ୍ୟ ଦଳଙ୍କୁ ୧୩୦ରୁ ୧୩୮ ସିଟ୍  ମିଳିବାର ସମ୍ଭାବନା ଅଛି । ଟୁଡେ- ଚାଣକ୍ୟ ଏକଜିଟ୍  ପୋଲରେ ଏନଡିଏକୁ ୩୪୦, ୟୁପିଏକୁ ୭୦ ଏବଂ ଅନ୍ୟାନ୍ୟ ଦଳଙ୍କୁ ୧୩୩ଟି ସିଟ୍  ମିଳିବା ପୂର୍ବାନୁମାନ ଲଗାଯାଇଛି । ନ୍ୟୁଜ ଏକ୍ସ- ନେତା ଏକଜିଟ୍  ପୋଲର୍ ରେ ଏନଡିଏକୁ ୨୪୨ ସିଟ୍ , ୟୁପିଏକୁ ୧୬୨ ସିଟ୍  ଏବଂ ଅନ୍ୟାନ୍ୟ ଦଳଙ୍କୁ ୮୮ଟି ସିଟ୍  ମିଳିବାର ସମ୍ଭାବନା ଅଛି ।

ଆଜତକ-ଆକ୍ସିସ ଏକଜିଟ୍  ପୋଲରେ ଏନଡିଏକୁ ୩୩୯ରୁ ୩୬୫ ସିଟ୍  ମିଳିବାର ପୂର୍ବାନୁମାନ ଲଗାଯାଇଛି । ୟୁପିଏକୁ ୭୭ରୁ ୧୦୮ ଆସନ ମିଳିବାର ପୂର୍ବାନୁମାନ ଲଗାଯାଇଥିବା ବେଳେ ୟୁପିର ଏସ୍ ପି-ବିଏସପି ମହାଗଠବନ୍ଧନକୁ ୧୦ରୁ ୧୬ଟି ସିଟ୍  ମିଳିବାର ପୂର୍ବାନୁମାନ ଲଗାଯାଇଛି । ସେହିପରି ଅନ୍ୟାନ୍ୟ ଦଳଙ୍କୁ ୫୯-୭୯ ଲୋକସବା ସିଟ୍  ମିଳିବା ପୂର୍ବାନୁମାନ ଲଗାଯାଇଛି । ଏନଡିଟିଭି ପକ୍ଷରୁ ବିଭିନ୍ନ ଏକଜିଟ୍  ପୋଲକୁ ନେଇ ପୋଲ୍  ଅଫ୍  ପୋଲସ ଏକଜିଟ୍  ପୋଲ ପ୍ରକାଶ ପାଇଛି । ଏଥିରେ ଏନ୍ ଡିଏକୁ ୩୦୨ ସିଟ୍  ମିଳିବାର ପୂର୍ବାନୁମାନ ଲଗାଯାଇଥିବା ବେଳେ ୟୁପିଏକୁ ୧୨୨ ଏବଂ ଅନ୍ୟ ଦଳଙ୍କୁ ୧୧୮ଟି ଆସନ ଜିତିବାର ସମ୍ଭାବନା ରହିଚି ।

   Related Posts