ପୃଥିବୀପୃଷ୍ଠରେ ଗୋପନରେ ରହୁଛନ୍ତି Aliens, ମଣିଷର ବୁଦ୍ଧିମତାର ବିକାଶକୁ କରିଛନ୍ତି ଅପେକ୍ଷା: ଇସ୍ରାଏଲର ପୂର୍ବତନ ମହାକାଶ ଗବେଷଣା ମୁଖ୍ୟ ରଖିଲେ ତଥ୍ୟ

Published By : Prameya-News7 Bureau | December 08, 2020 IST

ପୂର୍ବତନ ଇସ୍ରାଏଲ ମହାକାଶ ଗବେଷଣା ମୁଖ୍ୟ ତଥା ବର୍ତ୍ତମାନ ପ୍ରଫେସର ହୈମ ଏସେଦ୍‌ ଜେରୁଜେଲମ ପୋଷ୍ଟକୁ ଏଲିୟନ (ବାହ୍ୟ ଗ୍ରହର ଜୀବ)ଙ୍କ ସମ୍ପର୍କରେ ଦେଇଥିବା ଏକ ସାକ୍ଷାତକାରକୁ ନେଇ  ଏବେ ଚର୍ଚ୍ଚା ଜୋରଧରିଛି। ସାକ୍ଷାତକାରରେ ଏଲିଏନମାନେ ପୃଥିବୀରେ  ଗୋପନ ଅବସ୍ଥାନ କରୁଥିବା କଥା କହିଛନ୍ତି। ସେମାନେ କେବଳ ପୃଥିବୀରେ ଅବସ୍ଥାନ କରୁନାହାନ୍ତି ସରକାରଙ୍କ ସହ କାମ କରି ପୃଥିବୀରେ ସମୟ ବିତାଉଥିବା ଏସେଦ କହିଛନ୍ତି।

{"id":374739,"sizeSlug":"large"}

ପୃଥିବୀରେ ଅବସ୍ଥାନ କରୁଥିଲେ ବି ଅନ୍ୟଗ୍ରହର ଏହି ଜୀବ ଏବେବି ରହସ୍ୟାବୃତ୍ତ ହୋଇ ରହିଛନ୍ତି, କାରଣ ସେମନଙ୍କୁ ଗ୍ରହଣ କରିବା ଲାଗି ମାନବତା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନଥିବା ସେମାନେ କହୁଛନ୍ତି।  ୧୯୮୧ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଇସ୍ରାଏଲ ମହାକାଶ କାର୍ଯ୍ୟକ୍ରମ ସହ ଲିପ୍ତ ଏସେଦ୍‌ କହିଛନ୍ତି ଯେ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୃଥିବୀରେ ଏମାନଙ୍କ ଉପସ୍ଥିତି ସମ୍ପର୍କରେ ଘୋଷଣା କରିବାର ଥିଲା। ତେବେ ଗାଲାକଟିକ୍‌ ଫେଡେରେସନ ଏଥିଲାଗି ବାରଣ କରିଥିଲା।

{"id":374740,"width":577,"height":330,"sizeSlug":"large"}

ସେମାନେ କେବଳ ପୃଥିବୀରେ ଅବସ୍ଥାନ କରୁନାହାନ୍ତି ସେମାନଙ୍କର ଗାଲାକଟିକ୍‌ ଫେଡେରେସନ ନାମରେ ସଙ୍ଗଠନ ମଧ୍ୟ କରିଛନ୍ତି ବୋଲି ଏସେଦ କହିଛନ୍ତି। ଏଥିପାଇଁ ସେମାନେ ପ୍ରଥମେ ଲୋକଙ୍କୁ ଶାନ୍ତ ହେବାକୁ ଦିଅ ଓ ଅପେକ୍ଷା କର ବୋଲି କହିଥିଲେ। ସେମାନେ ଜନ ଉନ୍ମାଦନା ଚାହାନ୍ତି ନାହିଁ। ଏଥିପାଇଁ ଆମକୁ ବୁଝାମଣା ଯୋଗ୍ୟ ଓ ବୁଦ୍ଧିମାନ ହେବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିବାକୁ କହୁଛନ୍ତି।

{"id":374741,"width":575,"height":575,"sizeSlug":"large"}

ଇସ୍ରାଏଲ ପ୍ରକାଶନ ସଂସ୍ଥ ‘ଏଡିୟଟ ଆହାରୋନୋଟ’ ସେମାନଙ୍କ ଉପସ୍ଥିତି ପୁଷ୍ଟି କରିପାରନ୍ତା। କାରଣ ସେମାନେ ଦୀର୍ଘ ସମୟରୁ ଆମମାନଙ୍କ ଗହଣରେ ରହୁଛନ୍ତି।  ତେବେ ଯେ ପର୍ଯ୍ୟନ୍ତ ବହିର୍ମୁଖି ଲୋକେ ଶାନ୍ତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ସେମାନେ ଅନାବୃତ୍ତ ନ ହେବା ଲାଗି ରାଜିନାମା କରିଥିବା ଏସେଦ୍ କହିଛନ୍ତି।  ଯେ ପର୍ଯ୍ୟନ୍ତ ମାନବତା ସ୍ପେସ୍‌ ଓ ସ୍ପେସ୍‌ ସିପ୍‌ ସମ୍ପର୍କରେ ସାଧାରଣ ଅବଧାରଣା ନ ପାଇଛନ୍ତି  ସେ ପର୍ଯ୍ୟନ୍ତ ସେମାନେ ନିଜକୁ ଗୋପନ କରିଛନ୍ତି।

{"id":374742,"width":576,"height":378,"sizeSlug":"large"}

ସେ କହିଛନ୍ତି ଯେ ବହିରଗ୍ରହର ପ୍ରାଣୀଙ୍କ ସହ ଆମେରିକା ସରକାରଙ୍କ ଏକ ଗୋପନ ବୁଝାମଣା ହୋଇଛି। ଏଠାରେ ସେମାନେ ଗବେଷଣା କରିବା ଲାଗି ଏହି ରାଜିନାମା ସ୍ୱାକ୍ଷର କରିଛନ୍ତି। ସେମାନେ ମଧ୍ୟ ମଣିଷଙ୍କ ଭଳି ଗବେଷଣା କରୁଛନ୍ତି ଓ ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ ଉଦଘଟନ କରିବାକୁ ଚାହାଁନ୍ତି, ଏଥିରେ ସେମାନେ ଆମର ସହାୟତା ନେଇଛନ୍ତି ବୋଲି ଏସେଦ କହିଛି। ମଙ୍ଗଳ ଗ୍ରହରେ ସେମାନଙ୍କର ଭୂମିଗତ ବେସ୍‌ ରହିଛି। ଯେଉଁଠାରେ ସେମାନଙ୍କର ପ୍ରତିନିଧି ଓ ଆମେରିକା ମହାକାଶଚାରୀ ଏକତ୍ର କାମ କରୁଛନ୍ତି ବୋଲି ସାକ୍ଷାତକାରରେ ଏସେଦ କହିଛନ୍ତି। ତେବେ ଇସ୍ରାଏଲ ମହାକାଶ ସଂସ୍ଥାନ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଡିତ ଏସେଦଙ୍କ କଥାକୁ ଏତେ ସହଜରେ ଗ୍ରହଣ କରି ହେଉନଥିଲେ ମଧ୍ୟ ଆମେରିକାର ଦ୍ୱାହୀ ଦେଇ ସେ କହୁଥିବା କଥାକୁ ଏବେ ଅବିଶ୍ୱାସ ମଧ୍ୟ କରିହେଉନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.