ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ଯୋଗୁ ଡିଲରଙ୍କ ବିପୁଳ କ୍ଷତି, ଗୋଆରେ ବ୍ୟବସାୟୀ ହରାଇଲେ ୬ କୋଟି ଟଙ୍କା

Published By : Prameya-News7 Bureau | November 06, 2021 IST

ପଣାଜୀ ୬।୧୧: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। ଫଳରେ ସାଧାରଣ ଲୋକେ ଆଶ୍ୱସ୍ତ ହୋଇଥିବା ବେଳେ ପେଟ୍ରୋଲିୟମ କାରବାର କରୁଥିବା ଡିଲର ଏବେ କ୍ଷତିରେ ପଡିଛନ୍ତି।  ଗୋଆକୁ ହିସାବକୁ ନିଆ ଗଲେ ଦୀପାବଳି ପୂର୍ବ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ଏକ୍ସାଇଜ ଡ୍ୟୁଟି ହ୍ରାସ ସାଙ୍ଗକୁ ରାଜ୍ୟ ସରକାରଙ୍କ ମୂଲ୍ୟ ଯୁକ୍ତ ଶୁଳ୍କ (ଭାଟ) ହ୍ରାସ ପେଟ୍ରୋଲ ପମ୍ପ ମାଲିକଙ୍କୁ ୬ କୋଟି ଟଙ୍କା କ୍ଷତିରେ ପକାଇଛି। ଅଲ ଗୋଆ ପେଟ୍ରୋଲ ପମ୍ପ ଡିଲର୍ସ ଆସୋସିଏସନ ସଭାପତି ପରେଶ ଯୋଶୀ ଏହି ଅଭିଯୋଗ କରିଛନ୍ତି।

{"id":539547,"width":838,"height":629,"sizeSlug":"full","linkDestination":"none"}

ଯୋଶୀ କହିଛନ୍ତି ଯେ ରାଜ୍ୟର ୧୩୦ଜଣ ବିତରକ ଏହି କ୍ଷତିରେ ପଡିଛନ୍ତି। ପେଟ୍ରୋଲିୟମ କମ୍ପାନୀମାନେ ଦୀପାବଳି ପୂର୍ବରୁ ଫିଲିଂ ଷ୍ଟେସନ ମାଲିକଙ୍କୁ ସେମାନଙ୍କ ଟାଙ୍କି ଭରି ରଖିବାକୁ କହିଥିଲେ। କାରଣ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଫିଲିଂ ଟର୍ମିନାଲ ବନ୍ଦ ରହିବ ବୋଲି ସୂଚିତ କରିଥିଲେ। ସେହି ଅନୁସାରେ ସେମାନେ ଷ୍ଟକ୍‌ ଅନଲୋଡ କରିବା ପରେ କେନ୍ଦ୍ର ସରକାର ଅଚାନକ ଏକ୍ସାଇଜ ଡ୍ୟୁଟି କାଟ୍ କରିଦେଇଥିବା ବେଳେ ତାଳ ଦେଇ ରାଜ୍ୟ ସରକାର ମଧ୍ୟ ଭାଟ ହ୍ରାସ କରିଦେଇଛନ୍ତି। 

{"id":539548,"sizeSlug":"full","linkDestination":"none"}

ପେଟ୍ରୋଲ ପମ୍ପମାଲିକମାନେ ପୁରୁଣା ଦରରେ ପେଟ୍ରୋଲ ଓ ଡିଜେଲ କିଣି ଟାଙ୍କି ଭରି ରଖିଥିଲେ। ଏଣୁ ସରକାରଙ୍କ ଘୋଷଣା ଦ୍ୱାରା ସେମାନଙ୍କର ବିପୁଳ କ୍ଷତି ହୋଇଛି। ରାଜ୍ୟରେ ଏକ୍ସାଇଜ ଡ୍ୟୁଟି ଓ ଭାଟ ହ୍ରାସ ପରେ ପେଟ୍ରୋଲ ଦରରେ ଅନୁନ୍ୟ ୧୨ ଓ ଡିଜେଲ ଦରରେ ୧୭ ଟଙ୍କା ହ୍ରାସ ହୋଇଛି। ଏହି ଅର୍ଥ ଏବେ ପେଟ୍ରୋଲ ପମ୍ପ ମାଲିକଙ୍କ ପକେଟରୁ ଯାଇଛି। ଜଣେ ଜଣେ ଡିଲର ସେମାନଙ୍କ ଷ୍ଟୋରେଜ କ୍ୟାପାସିଟି ଅନୁସାରେ ୧୦ରୁ ୧୨ ଲକ୍ଷ ଟଙ୍କା କ୍ଷତିରେ ପଡିଥିବା ଯୋଶୀ କହିଛନ୍ତି। ଯାହା ଭରଣା କରିବା ଅଚାନକ ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.