Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ପ୍ରଥମଥର ଔପଚାରିକ ହ୍ୱାଇଟ୍ ହାଉସ୍ ପରିଦର୍ଶନ କଲେ ନିର୍ବାସୀତ ତୀବ୍ବତ ରାଷ୍ଟ୍ରପତି ଲବସଙ୍ଗ ସାଙ୍ଗେ, ଆମେରିକା ସହ ରଚିଲେ ସମ୍ପର୍କର ନୂଆ ଇତିହାସ

21/11/2020 at 9:16 PM

ଧର୍ମଶାଲା:  ଚୀନ୍‌ଜ-ଆମେରିକା ତିକ୍ତ ସମ୍ପର୍କ ଆହୁରି ତିକ୍ତ  ହେବାରେ ଲାଗିଛି। ନିର୍ବାସୀତ ତୀବ୍ବତ ପ୍ରଶାସନ ଅଧ୍ୟକ୍ଷ ଡ. ଲବସାଙ୍ଗ ସାଙ୍ଗେ ଶନିବାର ଔପଚାରିକ ଭାବେ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ ହାଉସ୍ ପରିଦର୍ଶନ କରିଛନ୍ତି। ଯାହାକୁ ତୀବ୍ବତ ପ୍ରଶାସନ ଏକ ଐତିହାସିକ ଉପଲବ୍ଧି ବୋଲି ବିଚାର କରୁଛି। ନିର୍ବାସୀତ ତୀବ୍ବତ ରାଷ୍ଟ୍ରପତିଙ୍କୁ ହ୍ୱାଇଟ୍ ହାଉସ୍ ଆମନ୍ତ୍ରଣ କରାଯିବା ଗତ ୬ ଦଶକରେ ପ୍ରଥମ ଘଟଣା।  

ଗତମାସରେ ଡ. ଲବସାଙ୍ଗ ସାଙ୍ଗେଙ୍କୁ ତୀବ୍ବତ ପ୍ରସଙ୍ଗରେ ଆଲୋଚନା ଲାଗି ଯୁକ୍ତରାଷ୍ଟ୍ର ସ୍ୱତନ୍ତ୍ର ସଂଯୋଜକ ରବର୍ଟ ଡେଷ୍ଟ୍ରୋ ହ୍ୱାଇଟ୍ ହାଉସ୍ ଆମନ୍ତ୍ରଣ କରିଥିଲେ। ସେହି ଅନୁସାରେ ସେ ହ୍ୱାଇଟ୍ ହାଉସ ଗସ୍ତ କରି ସେଠାରେ ଡେଷ୍ଟ୍ରୋଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାସୀତ ତୀବ୍ବତ ସରକାରଙ୍କ ମୁଖ୍ୟଙ୍କୁ ଆମେରିକା ଆମନ୍ତ୍ରଣ କରିବାର ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଡ.ଲୋବସାଙ୍ଗ ସାଙ୍ଗେ ହ୍ୱାଇଟ୍ ହାଉସ୍ ଓ ବୈଦେଶିକ ମନ୍ତ୍ରାଳୟ ଗସ୍ତ କରିବାରେ ନିର୍ବାସୀତ ତୀବ୍ବତ ପ୍ରଶାସନର ପ୍ରଥମ ବ୍ୟକ୍ତି ପାଲଟିଛନ୍ତି।

ଦୀର୍ଘ ଦଶନ୍ଧୀରୁ ତୀବ୍ବତୀୟଙ୍କୁ ଆମେରିକା ହ୍ୱାଇଟ୍ ହାଉସ୍ ପ୍ରବେଶରୁ ବଞ୍ଚିତ ରଖିଥିଲା। କାରଣ ତୀବ୍ବତ ନିର୍ବାସୀତ ସରକାର  ଆମେରିକା ସ୍ୱୀକୃତିରୁ ବଞ୍ଚିତ ଥିଲେ।  ତେବେ ଡ.ଲୋବସାଙ୍ଗ ସାଙ୍ଗେଙ୍କ ଏହି ଗସ୍ତ ତୀବ୍ବତୀୟ ପ୍ରଶାସନ ଓ ଏହାର ଗଣତାନ୍ତ୍ରିକ ପ୍ରଣାଳୀକୁ ଆମେରିକା ଏବେ ସ୍ୱୀକାର କରିବାର ଏକ ସଂକେତ ବୋଲି ମନେ କରାଯାଉଛି।  ଡ.ଲୋବସାଙ୍ଗ ଗତ ୧୦ ବର୍ଷରେ ହ୍ୱାଇଟ୍ ହାଉସ୍ ଅଧିକାରୀଙ୍କ ସହ ଅନୁନ୍ୟ ୧୨ଥର ସାକ୍ଷାତ ଆଲୋଚନା କରିଛନ୍ତି। ତେବେ ତାଙ୍କର ଏହି ସବୁ ବୈଠକକୁ ଆମେରିକା ଏପର୍ଯ୍ୟନ୍ତ ଗୋପନ ରଖି ଆସୁଥିଲା। ତେବେ ଚଳିତ ବାର ତୀବ୍ବତ ରାଷ୍ଟ୍ରମୁଖ୍ୟଙ୍କ ଔପଚାରିକ ହ୍ୱାଇଟ୍ ହାଉସ୍‌ ଗସ୍ତ ଆଗାମୀ ଦିନରେ ଆମେରିକୀୟ ଅଧିକାରୀ ଓ ନେତାଙ୍କ ସହ ତୀବ୍ବତ ପ୍ରଶାସନର ଔପଚାରିକ ଭାଗିଦାରୀର ମାର୍ଗକୁ ପ୍ରଶସ୍ତ କରିବ ବୋଲି ଆଶା କରାଯାଉଛି।

ଡା.ଲୋବସାଙ୍ଗଙ୍କ ଏହି ଗସ୍ତକାଳରେ ଅନୁଷ୍ଠିତ ବିଭିନ୍ନ ବୈଠକରେ  ବିଦେଶ ସମ୍ପର୍କିତ ସିନେଟ ସମିତିର ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟ ମାମଲାର ଅଧିକାରୀ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ଛଡା ଏହି ସବୁ ବୈଠକରେ ରିପବ୍ଲିକାନଙ୍କ ସମେତ ଡେମୋକ୍ରାଟିକ ପାର୍ଟିର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।  

   Related Posts