ରଙ୍ଗ ବି କଥା କହେ: ଓଡିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀରେ ଅଜୟଙ୍କ ଚିତ୍ର ପ୍ରଦର୍ଶନୀ ମନେ ପକାଇ ଦେଉଛି ଗାଁ କଥା

Published By : Prameya-News7 Bureau | July 24, 2019 IST

ଭୁବନେଶ୍ବର୨୪|୭; ରଙ୍ଗ ବି କଥା କହେ । ଏଭଳି ଏକ ଥିମ୍ କୁ ନେଇ ଓଡିଶା ମର୍ଡନ ଆର୍ଟ ଗ୍ୟାଲେରୀରେ ଚିତ୍ର ପ୍ରଦର୍ଶନୀ ଚାଲିଛି । ବର୍ତମାନ ସମୟରେ ଦିନକୁ ଦିନ ଗ୍ରାମୀଣ ସଭ୍ୟତା ଅବକ୍ଷୟ ହେବାକୁ ବସିଲାଣି । ତେବେ ଯୁବ ଚିତ୍ର ଶିଳ୍ପୀ ଅଜୟ କୁମାର ନାଏକ ତାଙ୍କ ଚିତ୍ର ମାଧ୍ୟମରେ ଏହି ଗ୍ରାମୀଣ ଜୀବନକୁ ପୁଣିଥରେ ଜୀବନ୍ତ କରିଦେଇଛନ୍ତି ।

{"id":136974}

କେବେ ଶୁଣିଛନ୍ତି ରଙ୍ଗ କଥା କହିବାର । ନା କେବେ ଦେଖିଛନ୍ତି ରଙ୍ଗ କାହାଣୀକୁ ବୟାନ କରିବାର । ଯଦି ଦେଖି ନାହାନ୍ତି, ତେବେ ଦେଖନ୍ତୁ ଏହି ସ୍ଥିର ଚିତ୍ରଗୁଡିକୁ । ଲାଗୁଛି ପ୍ରତିଟି ଚିତ୍ର ଯେମିତି ଗୋଟିଏ ଗୋଟିଏ କାହାଣୀ । ଆଉ ସେ କାହାଣୀ ଭିତରେ ଲୁଚି ରହିଛି ହଜି ଯାଇଥିବା ଗୋଟିଏ ନିଚ୍ଛକ ଗ୍ରାମୀଣ କଥା । ଯାହାକୁ ରଙ୍ଗ ତୁଳୀ ସାହାର୍ଯ୍ୟରେ ଜୀବନ୍ତ ରୂପ ଦେଇଛନ୍ତି ଯୁବ ଚିତ୍ର ଶିଳ୍ପୀ ଅଜୟ କୁମାର ନାଏକ ।

{"id":136975}

ବର୍ତମାନ ସମୟରେ ଦିନକୁ ଦିନ ଗ୍ରାମୀଣ ସଭ୍ୟତା ଅବକ୍ଷୟ ହେବାକୁ ବସିଲାଣି । ଏପରି ସମୟରେ ଅଜୟଙ୍କ ରଙ୍ଗ ତୂଳୀ ସତେ ଯେମିତି ଗାଁ କଥା ମନେ ପକାଇ ଦେଉଛି । ଭୁବନେଶ୍ବର ସ୍ଥିତ ଓଡିଶା ମର୍ଡନ ଆର୍ଟ ଗ୍ୟାଲେରିରେ ‘ ଦ ଭଏସ ଅଫ କଲର ’ ଥିମ୍ ଉପରେ ଅଜୟଙ୍କ ଚିତ୍ର ପ୍ରଦର୍ଶନୀ ଚାଲିଛି ।

{"id":136976}

ଏକ ଶହରୁ ଉର୍ଦ୍ଧ୍ବ ଚିତ୍ର ଏଠାରେ ପ୍ରଦର୍ଶିତ ହୋଇଛି । ଗ୍ରାମୀଣ ଲୋକଙ୍କ ଦୈନନ୍ଦିନ ଜୀବନ ଶୈଳୀ, ଚାଲିଚଳଣ, ବେଶପୋଷାକ, ରହଣୀ ସହଣୀକୁ ନଜରେ ରଖି ଏହି ଚିତ୍ରଗୁଡିକୁ ଆଙ୍କିଥିବା ଅଜୟ କହିଛନ୍ତି ।

{"id":136977}

ଯୁବ ଚିତ୍ରଶିଳ୍ପୀ ଅଜୟଙ୍କ କଳାକୃତି ଦର୍ଶକଙ୍କୁ ଖୁବ ଆକର୍ଷିତ କରୁଛି । ହଜି ଯାଉଥିବା ଗ୍ରାମୀଣ ଦୃଶ୍ୟକୁ ଅତି ନିଖୁଣ ଭାବେ ଅଜୟ ଚିତ୍ରର ରୂପ ଦେଇଛନ୍ତି । ଯାହାକୁ ଦେଖି ବେଶ ଖୁସି ଅନୁଭବ କରୁଛନ୍ତି ଦର୍ଶକ । ଆଉ ଗାଁ ସ୍ମୃତି ସବୁ ତାଜା ହୋଇ ଯାଇଥିବା କରିଛନ୍ତି ଦର୍ଶକ ।

{"id":136979}

ରଙ୍ଗ ବି କଥା କହି ପାରେ । ତାହା ଚିତ୍ର ମାମଧ୍ୟରେ କରି ଦେଖାଛନ୍ତି ଅଜୟ । ଯାହାର ଭରପୁର ମଜା ଉଠାଇ ପାରିବେ ଆପଣ । ଓଡିଶା ମର୍ଡନ ଆର୍ଟ ଗ୍ୟାଲେରୀରେ ଚାଳଇଥିବା ଚିତ୍ର ପ୍ରଦର୍ଶନୀ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.