କରୋନାରେ ଚାଲିଗଲେ କାର୍ଯ୍ୟନିର୍ବାହୀ ଅଧିକାରୀ: ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଶୋକର ଛାୟା

Published By : Prameya-News7 Bureau | October 19, 2020 IST

ନୂଆପଡା୧୯/୧୦: କରୋନାରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ମୃତ୍ୟୁ ହୋଇଛି। ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦରେ ସେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। ଚିକିତ୍ସାାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। କରୋନା କାଳରେ ପ୍ରଫୁଲ୍ଲ କୁମାର ସାହୁ ନିଜର କାର୍ଯ୍ୟ ସଠିକ୍‌ ରୂପେ ସମ୍ପାଦନା କରି ଜଣେ କରୋନା ଯୋଦ୍ଧା ଭାବେ ବେଶ ପରିଚିତ। ସେ ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଜିଲ୍ଲା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଠାରୁ ଆରୋଗ୍ୟ ହୋଇ ପୁଣି ଖଡ଼ିଆଳ ସରକାରୀ ବାସଭବନକୁ ଫେରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଜଣେ କରୋନା ଯୋଦ୍ଧା ଭାବରେ ନିଜର କାର୍ଯ୍ୟ ସଠିକ୍ ଭାବେ ସମ୍ପାଦନା କରିଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଝୁରୁଛନ୍ତି। କେବଳ ଖଡିଆଳ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଫଲ୍ଲ କାମ କରିଛନ୍ତି। ସବୁଠି ତାଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଇଛି। ବର୍ତ୍ତମାନ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.