ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ବର ସେନାପତି
23/10/2019 at 8:24 AM

ବାଲେଶ୍ବର ୨୩।୧୦: ଭିଜିଲାନ୍ସ ଜାଲରେ ବାଲେଶ୍ବର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ । ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ବର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

ବାଲେଶ୍ବର ସ୍ଥିତ କାର୍ଯ୍ୟାଳୟ, ବାସଭବନ ଓ ଶ୍ବଶୁର ଘରେ ଏକକାଳୀନ ଚଢାଉ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ୍ । ଏହାସହ ଭୁବନେଶ୍ବର ୩ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । କେତେ ସମ୍ପତ୍ତି ଜବତ ହୋଇଛି ତାହାର ସଠିକ୍ ସୂଚନା ମିଳିନାହିଁ ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021