Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବିଚ୍ ରାସ୍ତାରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଘେରିଲେ, ଧୀର ଓ ନିମ୍ନମାନର କାର୍ଯ୍ୟକୁ ନେଇ କଂଗ୍ରେସର ଦାବିପତ୍ର

6/10/2021 at 9:37 AM

ବରଗଡ ୦୬/୧୦: ବରଗଡ ପୂର୍ତ୍ତ ବିଭାଗ ପକ୍ଷରୁ ବରଗଡ ସହରରେ ଚାଲି ଥିବା ଉନ୍ନୟନ ମୂଳକ କାର୍ଯ୍ୟ ଧୀର ଗତିରେ ଚାଲିବା ସହ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛି ଟାଉନ କଂଗ୍ରେସ କମିଟି । ଏନେଇ pwd କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଦାବି ପୂରଣ ନ ହେଲେ ବ୍ୟାପକ ଆନ୍ଦୋଳନ ର ଧମକ ଦିଆଯାଇଛି ।

ବରଗଡ ଟାଉନ କଂଗ୍ରେସ କମିଟି ସଭାପତି ସୁଧିର ରଞ୍ଜନ ଜେନା, ବିଧାୟକ ପ୍ରାର୍ଥୀ ନିପନ ଦାସଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରା ସହ pwd ଅଫିସ କୁ ପହଞ୍ଚିଥିଲେ । ତେବେ ଏକ ଘଣ୍ଟା ଧରି pwd ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତଥା କୌଣସି ଅଫିସର ଆସିନଥିଲେ । ଫଳରେ କଂଗ୍ରେସ ଦଳ ତରଫରୁ ରାସ୍ତା ଅବରୋଧ କରାଯାଇଥିଲା ।

ରାସ୍ତାରୋକ ଯୋଗୁଁ ବରଗଡ ସହର ର ମୁଖ୍ୟ ରାସ୍ତା ଅଚଳାବସ୍ଥା ହୋଇପଡିଥିଲା । ପରେ ମୁଖ୍ୟ ରାସ୍ତା ରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିରଞ୍ଚି କୁମାର ମହାନ୍ତି ଙ୍କୁ ଆଣ୍ଠେଇ ବସାଇ ଆଲୋଚନା ହୋଇଥିଲା । ଜିରା ନଦୀରେ ଥିବା ପୁରଣା ବ୍ରିଜ ଭାଙ୍ଗି ନୂତନ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲୁଥିଲେ ହେଁ ତାହା ସମ୍ପୂର୍ଣ୍ଣ ନହେବା, ଠିକାଦାର ଙ୍କ ଅବହେଳା ଯୋଗୁଁ ସମୟ ସୀମା ସାରିଯାଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ନ ହେବାରୁ ନୂତନ ଟେଣ୍ଡର ଆହ୍ୱାନ, ହଳଦୀ ପାଳି ଛକ ଠାରୁ ବିକାଶ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମ ସଠିକ ପ୍ଲାନ ହିସାବରେ ନ ହେବାରୁ ଦୁର୍ଘଟଣା ଘଟୁଥିବା ଓ ନିମ୍ନ ମାନର କାମ ହୋଇଥିବା ଆଦି ଦାବୀ ଉପରେ ଆଲୋଚନା ହୋଇଥିଲା ।

ତେବେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେବାପରେ ରାସ୍ତା ରୋକ ହଟିଥିଲା । pwd କାର୍ଯ୍ୟାଳୟ ରେ ବ୍ୟାପକ ଟେଣ୍ଡର ଫିକ୍ସସିଙ୍ଗ ଓ ପିସି କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା । ତେବେ ସାତଦିନ ମଧ୍ୟରେ ରେ ଏହାର କୌଣସି ପଦକ୍ଷେପ ନିଆ ନ ଗଲେ ସମସ୍ତ ସରକାରୀ, କାର୍ଯ୍ୟାଳୟ ବନ୍ଦ କର ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ଧମକ ଦିଆଯାଇଛି ।

   Related Posts