ଭିଜିଲାନ୍ସ ଜାଲରେ ନୟାଗଡ ଜଳସଚେନ ଡିଭିଜନ ନିର୍ବାହୀ ଯନ୍ତ୍ରୀ

Published By : Prameya-News7 Bureau | October 17, 2019 IST

ନୟାଗଡ ୧।୧୦: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜଳସଚେନ ଡିଭିଜନ ନିର୍ବ।ହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବ।ହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢାଉ କରିଛି ।

{"id":170876}

ଆଜି ସକାଳୁ କଟକ ଭିଜିଲାନ୍ସ ସେଲ୍ କର୍ମଚାରୀ ୮ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ବିନୟଙ୍କ ନୟାଗଡ ଅଫିସ, ନୟାଗଡ କ୍ବାର୍ଟର ସମେତ ଭୁବନେଶ୍ବରର ତିନୋଟି ସ୍ଥାନ, ବ୍ରହ୍ମପୁରର ଦୁଇଟି ସ୍ଥାନରେ ଏବଂ ପୁରୀର ଗୋଟିଏ ସ୍ଥାନରେ ଏହି ଚଢାଉ ଚାଲିଥିବା ଜଣାପଡିଛି । ଭିଜିଲାନ୍ସ ଡିଏସପି ସରୋଜ କୁମାର ସାମଲଙ୍କ ନେତୃତ୍ବରେ ନୟାଗଡରେ ଗୋଟିଏ ଟିମ୍ ପହଞ୍ଚିଥିଲେ ମଧ୍ୟ ବିନୟଙ୍କ ଅନୁପସ୍ଥିତି ଯୋଗୁ ଏବଂ ଅଫିସ ଓ କ୍ବାର୍ଟର ବନ୍ଦ ଥିବାରୁ ଚଢାଉ ଆରମ୍ଭ ହୋଇପାରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.