Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅଶ୍ବିନଙ୍କ ଦମଦାର ବୋଲିଂ, ଦୀର୍ଘଦିନ ପରେ କ୍ରିକେଟ ମୈଦାନରେ ଦେଖାଇଲେ ଜଲଓ୍ବା

5/10/2019 at 2:30 PM

ନୂଆଦିଲ୍ଲୀ୫|୧୦: ଦୀର୍ଘ ୧୦ ମାସଧରି କ୍ରିକେଟରୁ ଦୂରେଇ ରହିଥିବା ରବିନ୍ଦ୍ର ଅଶ୍ବିନ ପୁଣି ଟେଷ୍ଟ ମ୍ୟାଚରେ  ଦମଦାର ବୋଲିଂ କରି ନିଜକୁ ପ୍ରମାଣ କରିଛନ୍ତି। କ୍ରିକେଟରୁ ୧୦ ମାସ ଦୂରେଇ ରହିବା ତାଙ୍କ ଲାଗି ବହୁତ କଷ୍ଟ ଦାୟକ ଥିଲା ବୋଲି ଅଶ୍ବିନ କହିଛନ୍ତି।

୨୦୧୭ ମସିହାରେ ଅଶ୍ବିନ କେବଳ ଟେଷ୍ଟ ମ୍ୟାଚ ଖେଳି ଥିଲେ। କ୍ରିକେଟରୁ ଦୂରେଇ ରହିବା ତାଙ୍କ ପାଇଁ ଯନ୍ତ୍ରଣା ଦାୟକ ଥିଲା। ତେଣୁ ଏଭଳି ଭଲ ଖେଳ ପ୍ରଦର୍ଶନ କରି ନିଜର ଇଚ୍ଛା ପୂରଣ କରିବେ ବୋଲି ଅଶ୍ବିନ କହିଛନ୍ତି। କ୍ରିକେଟ ମୈଦାନକୁ ଅଶ୍ବିନ ଆସିବା ମାତ୍ରେ ଦମଦାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ଅଶ୍ବିନ ୫ ଓ୍ବିକେଟ ଅକ୍ତିଆର କରିଛନ୍ତି।

ଅଶ୍ବିନ ଆହୁରି ମଧ୍ୟ କହିଛନ୍ତି, ଟିଭିରେ ଖେଳ ଦେଖିବା ବେଳେ ତାଙ୍କ ମନ କଷ୍ଟ ହୁଏ। ତେଣୁ ଏତେ ଦିନ ଖେଳରୁ ଦୂରେଇ ରହିବା ନିଶ୍ଚିତ କଷ୍ଟ ଦାୟକ।  ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ଟି ଓ୍ବିକେଟ ନେଇ ସେ ଖୁସି ଥିବା କଥା ଅଶ୍ବିନ କହିଛନ୍ତି।

   Related Posts