ସାଟେଲାଇଟ୍‌ ଚିତ୍ରରୁ ଧରାପଡ଼ିଲା ଡ୍ରାଗନ୍‌ର ସାଂଘାତିକ ଚକ୍ରାନ୍ତ, ଅରୁଣାଚଳପ୍ରଦେଶରେ ଗାଁ ବସାଇଛି ଚୀନ- ରିପୋର୍ଟ

Published By : Prameya-News7 Bureau | January 18, 2021 IST

ନୂଆଦିଲ୍ଲୀ ୧୮/୦୧: ଚୀନ ସହି ପୂର୍ବ ଲଦାଖରେ ଚାଲିଥିବା ସୀମା ବିବାଦ ମଧ୍ୟରେ ପୁଣି ଏକ ବିପଦ ଘନେଇ ଆସୁଛି। ଜାତୀୟ ଗଣମାଧ୍ୟମ ଏନଡିଟିଭି ହାତରେ ଲାଗିଥିବା ଏକ ସାଟେଲାଇଟ୍‌ ଚିତ୍ର ଚୀନର ଆଉ ଏକ ଚକ୍ରାନ୍ତକୁ ପଦାକୁ ଆଣିଛି। ଚିତ୍ରରୁ ଜଣାପଡ଼ିଛି ଯେ, ଚୀନ ଅରୁଣାଚଳପ୍ରଦେଶରେ ଗାଁ ବସାଇଛି। ୧୦୧ ଘର ଥିବା ଏକ ଗାଁ ଚୀନ ବସାଇଥିବା ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ ଏହି ଗାଁ ଭାରତର ବାସ୍ତବିକ ରେଖାର ୪.୫ କିମି ଭିତରେ ରହିଛି। ତେବେ ଏହି ଫଟୋ ୧ ନଭେମ୍ବର ୨୦୨୦ରେ ନିଆଯାଇଥିବା ଏନଡିଟିଭି ପକ୍ଷରୁ ସୂଚନା ମିଳିଛି।

ଏହି ଗାଁ ଉପରୀ ସୁବନଶିରୀ ଜିଲ୍ଲାର ତ୍ସ୍ୟାରୀ ଚୁ ନଦୀ କୂଳରେ ତିଆରି ହୋଇଛି। ଏହି ସ୍ଥାନ​‌ରେ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ରହି ବିବାଦ ଲାଗିରହିଛି। ଏହାକୁ ସଶସ୍ତ୍ର ଲଢ଼େଇ ସ୍ଥାନ ନାଁରେ ମଧ୍ୟ ଏହି ସ୍ଥାନକୁ ଚିହ୍ନିତ କରାଯାଇଛି। ଜୁନରେ ଦୁଇ ଦେଶର ସେନା ମଧ୍ୟରେ ହିଂସାତ୍ମକ ଲଢ଼େଇର କିଛି ଦିନ ଭିତରେ ଚୀନ ଏହି ଗାଁ ତିଆରି କରିଛି। ଏହି ହାତାହାତିରେ ଭାରତ ୨୦ ଯାବନ ସହିଦ ହୋଇଥିବା ବେଳେ ଚୀନର ଅନେକ ଯବାନଙ୍କ ମୃତ୍ୟୁ ହୋଇଥିଲା।

{"id":394411,"sizeSlug":"large","linkDestination":"none"}

ଏହି ସାଟେଲାଇଟ୍‌ ଚିତ୍ର ୧ ନଭେମ୍ବର ୨୦୨୦ର ହୋଇଥିବା ବେଳେ ୨୬ ଅଗଷ୍ଟ ୨୦୧୯ରେ ଉତ୍ତୋଳନ ହୋଇଥିବା ଫଟୋ ସେଠାରେ କୌଣସି ଗାଁ ନଥିଲା। ଏହାର ଅର୍ଥ ଏହି ନିର୍ମାଣ ପୂର୍ବ ଗୋଟିଏ ବର୍ଷ ମଧ୍ୟରେ କରାଯାଇଛି। ଏନଡିଟିଭି ପକ୍ଷରୁ ଏହି ଫଟୋକୁ ବୈଦେଶିକ ମନ୍ତ୍ରାଳୟକୁ ପଠାଯାଇଥିଲା। କିନ୍ତୁ ମନ୍ତ୍ରାଳୟ ଏହି କଥାକୁ ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇନାହିଁ। ତେବେ ଚୀନ କିଛି ବର୍ଷ ହେଲା ଭାରତ ସୀମାରେ ଅବୈଧ ନିର୍ମାଣ କରୁଥିବା ନେଇ ସୂଚନା ମିଳିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ବୋଲି ଜଣାପଡ଼ିଛି।

ଚିତ୍ର ମିଳିବା ପରେ ପରେ ଅରୁଣାଚଳର ଜଣେ ବିଜେପି ସାଂସଦ ରାଜ୍ୟକୁ ଚୀନର ଅନୁପ୍ରବେଶ ସମ୍ପର୍କରେ ସଂଦସରେ କହିଥିଲେ। ବିଶେଷ କରି ଉପରୀ ସୁବନାଶୀରି ଜିଲ୍ଲା ସମ୍ପର୍କରେ ସେ କହିଥିଲେ। ଆଜି ପୁଣି ସାଂସଦ  ଏନଡିଟିଭିକୁ ସୂଚନା ଦେଇ କହିଛନ୍ତି ଯେ, ଚୀନ ଯେଉଁ ନିର୍ମାଣ କରିଛି ସେଥିରେ ଡବଲ୍‌ ଲେନ୍‌ର ରୋଡ୍‌ ବି ରହିଛି। ତେବେ ଚୀନ ୬୦ରୁ ୭୦ କିମି ଭିତରକୁ ପ୍ରବେଶ କରିଆସିଛି ବୋଲି ସେ କହିଛନ୍ତି।

{"id":394413,"sizeSlug":"large","linkDestination":"none"}

ଏହି ସାଟେଲାଇଟ୍‌ ଫଟୋକୁ ନେଇ ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି ଯେ, ଏହା ହେଉଛି ଚୀନର ମିଲିଟାରି ପୋଷ୍ଟ। ଯାହାକୁ ଏକ ଦଶକ ପୂର୍ବରୁ ଗୁଗଲ୍‌ ଆର୍ଥ ଉତ୍ତୋଳନ କରିଥିଲା। ତେ​‌ବେ ଏହାକୁ ଚୀନ ଏବେ ଅପଗ୍ରେଡ୍‌ କରୁଛି। ଗୁଗଲ ଆର୍ଥର ଫଟୋରୁ ଜଣାପଡ଼ୁଛି, ଏହି ଗାଁ ମ୍ୟାକମୋହନ୍‌ ଲାଇନ୍‌ର ଦକ୍ଷିଣରେ ଅବସ୍ଥିତ ଯାହାକି ଭାରତର ଉତ୍ତରପୂର୍ବ ସୀମା ଓ ତିବ୍ବତ ମଧ୍ୟରେ ପଡ଼ୁଛି। ନୂଆଦିଲ୍ଲୀ ଏହି ଅଞ୍ଚଳକୁ ଭାରତ ଓ ଚୀନ ସୀମା ମାନୁଛି। କିନ୍ତୁ ଚୀନ ଏହାକୁ ବିବାଦୀୟ ସୀମା ବୋଲି ମାନିଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.