ପାଚିକା ଚୟନକୁ କେନ୍ଦ୍ର କରି ଉତ୍ତେଜନା, ମଝି ରାସ୍ତାରୁ ସିଡିପିଓଙ୍କୁ ଭିଡି ନେଲେ ମହିଳା

Published By : Prameya-News7 Bureau | December 03, 2021 IST

ଭୋଗରାଇ ୦୩।୧୨: ଅଙ୍ଗନଓ୍ଵାଡି କେନ୍ଦ୍ରରେ ପାଚିକା ଚୟନକୁ କେନ୍ଦ୍ର କରି ମଝି ରାସ୍ତାରେ ମୁହାଁମୁହିଁ ହେଲେ ସପକ୍ଷବାଦୀ ଓ ବିପକ୍ଷବାଦୀ ଗୋଷ୍ଠୀ। ପରସ୍ପର ହାତାହାତି ଏବଂ ଧସ୍ତାଧସ୍ତି ସହ ଏହି ସମୟରେ ସିଡିପିଓଙ୍କୁ ବି ଭିଡିନେଲେ ମହିଳା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ  ସିଂଲା  ଥାନା ରଘୁନାଥପୁର ପଞ୍ଚାୟତ ବେଲି ଅଙ୍ଗନଓ୍ଵାର୍ଡି କେନ୍ଦ୍ରରେ।

ସୂଚନାରୁ ପ୍ରକାଶ , ଉକ୍ତ ଅଙ୍ଗନଓ୍ଵାଡିରେ କାର୍ଯ୍ୟରତ ଥିବା ପାଚିକା ବ୍ରଜେଶ୍ୱରୀ ପାତ୍ରଙ୍କର  ୨୦୧୮ ମସିହାରେ ମୃତ୍ୟୁ ହୋଇଥିଲା। ଏନେଇ  ବିଭାଗ ପକ୍ଷରୁ ପାଚିକା ଚୟନ ପାଇଁ ୨୦୧୯ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଚୟନ ପ୍ରକ୍ରିୟା ହୋଇଥିଲା। ମାତ୍ର ସେତେବେଳେ ଉତ୍ତେଜନା ହେବାରୁ ସ୍ଥଗିତ ରହିଥିଲା। ଘଟଣାର ଦୁଇ ବର୍ଷ ପରେ ନୂତନ ଭାବେ କୌଣସି ବିଜ୍ଞପ୍ତି ପ୍ରକାଶ ନକରି ୬୭୩ ଚିଠି ମୂଳେ ଚୟନ ହେଉଥିବାରୁ କିଛି ମହିଳା ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିହସ ମୁଖ୍ୟ ଫାଟକ ନିକଟରେ ଦୃଢ଼ ବିରୋଧ ମଧ୍ୟ କରିଥିଲେ।

ଯାହାକୁ କେନ୍ଦ୍ର କରି  ଆଜି ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁ ମୁହିଁ ହେବା ସହିତ ହାତା ହାତି ହୋଇଥିଲେ। ଏପରିକି  ମଝି ରାସ୍ତାରୁ ବସ୍ତା ସିଡିପିଓ ଓ  ସୁପରଭାଇଜରଙ୍କୁ ସ୍କୁଲ ହତା ଭିତରକୁ ଭିଡି ଆଣିଥିଲେ। ଉକ୍ତ ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ  ଉତ୍ତେଜନା ଦେଖା ଦେଇଥିଲା। ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ପରିସ୍ଥିତିକୁ ଆୟତ କରିବା ସହିତ, ଦୀର୍ଘ ସମୟ  ପରେ ଭୋଟିଂ ଆରମ୍ଭ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.