Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ପୂଜା କରି ଘରକୁ ଫେରୁଥିବା ବେଳେ ଗାଡି ଧକ୍କାରେ ଗଲା ଜୀବନ, ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

28/10/2021 at 10:47 PM

ଯାଜପୁର, ୨୮/୧୦: ସଡକ ଦୁର୍ଘଟଣାରେ ମୃତକଙ୍କ ଶବ ବ୍ୟବଚ୍ଛେଦକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଆଜି ସକାଳେ ପାଣିକୋଇଲି ଥାନା ଅନ୍ତର୍ଗତ ଶର୍ମା ପେଟ୍ରୋଲ ପମ୍ପ ନିକଟ ମନ୍ଦିରରୁ ପୂଜା କରି ଘରକୁ ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଥିଲେ କୋରେଇ ଥାନା ଅନ୍ତର୍ଗତ ସାଦକପୁର ଗ୍ରାମର ଅଲେଖ ଦାସ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। 

ଦିନ ସାଢ଼େ ୧୨ଟାରୁ ମୃତ୍ୟୁ ହୋଇଥିଲେ ମଧ୍ୟ ସଂଧ୍ୟା ପର୍ଯ୍ୟନ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା। ତେବେ ପୋଷ୍ଟ ମର୍ଟମରେ ବିଳମ୍ବ ହେବାରୁ ପରିବାର ଲୋକ ଉତ୍ତ୍ୟକ୍ତ ହୋଇ ମେଡିକାଲ ପ୍ରଶାସନର ତ୍ରୁଟି ବୋଲି କହିବା ସହ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ   ହୋ ହାଲ୍ଲା କରିଥିଲେ। ଅଭିଯୋଗ ଅନୁସାରେ ଏତେ ସମୟ ମୃତଦେହ କଣ ପାଇଁ ରହିଲା ବୋଲି ପରିବାର ଲୋକ ପ୍ରଶ୍ନ କରିବା ସହ ସ୍ବାସ୍ଥ୍ୟ ପ୍ରଶାସନ ଲୋକଙ୍କୁ ଠିକ ଭାବେ ସେବା ଦେଇ ପାରୁନଥିବା କହିଥିଲେ।

   Related Posts