ଚୋରା ମଦ ଭାଟି ଉପରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣରେ ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ

Published By : Prameya-News7 Bureau | October 10, 2020 IST

ନୀଳଗିରି ୧୦।୧୦: ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଦୁଇଟି ଚୋରା ମଦ ଭାଟି ଉପରେ ଚଢ଼ାଉ କରାଯାଇଛି । ବିପୁଳ ପରିମାଣରେ ମହୁଲ ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ । ନୀଳଗିରି ଆଦିବାସୀ ବହୁଳ ଅଂଚଳରେ ଦିନକୁ ଦିନ ଚୋରା ମଦ କାରବାର ବଢି ଚାଲିଥିବା ବେଳେ ଅଞ୍ଚଳବାସୀ ଅତିଷ୍ଠ ହୋଇଗଲେଣି । ମଦ ମାଫିଆମାନେ ଜଙ୍ଗଲ, ପାହାଡ ମୂଳରେ ଚୋରା ମଦ ଭାଟି କରି ଲକ୍ଷ ଲକ୍ଷ ଟଙ୍କାର ଦେଶୀ ମଦ ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଛନ୍ତି ।

ଶୁକ୍ରବାର ନୀଳଗିରି ଅବକାରୀ ଓଆଇସି ଲକ୍ଷସାଧବ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ବରମପୁର ଥାନା ଅଧିନ ମହୁଲବଣି ଅଂଚଳରେ ଦୁଇଟି ଚୋରା ମଦ ଭାଟି ଉପରେ ଅଚାନକ ଚଢ଼ାଉ କରିଥିଲେ । ୨୬୪୦ କେଜି ପୋଚ ଜବତ କରିବା ସହ ବିପୁଳ ପରିମାଣରେ ମଦ ରନ୍ଧା ସାମଗ୍ରୀ ଜବତ କରିଛନ୍ତି । ତେବେ ମଦ ଭାଟି ମାଲିକଙ୍କୁ ଗିରଫ କରିବାରେ ବିଫଳ ହୋଇ ଫେରିଛନ୍ତି । ଏନେଇ ପୃଥକ ପୃଥକ ମାମଲା ରୁଜୁ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.