ନିଲମ୍ବିତ ହେଲେ ଅବକାରୀ SI ସରୋଜ ବାଗ, ଅଫିସ୍‌ରେ ବସି ମଦ ପିଇବାର ଭିଡିଓ ହୋଇଥିଲା ଭାଇରାଲ୍

Published By : Prameya-News7 Bureau | June 30, 2021 IST

ପଟ୍ଟାମୁଣ୍ଡାଇ ୩୦।୬: ନିଲମ୍ବିତ ହେଲେ କେନ୍ଦ୍ରାପଡା ଅବକାରୀ ବିଭାଗର ସବ୍ ଇନ୍ସପେକ୍ଟର ସରୋଜ ବାଗ । ଅଫିସ ଭିତରେ ମଦ ପିଉଥିବାର ଭିଡିଓ ଭାଇରାଲ୍ ପରେ ନିଲମ୍ବିତ କଲେ ଅବକାରୀ ବିଭାଗର କମିଶନର । କେନ୍ଦ୍ରାପଡା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ରଜତ ପ୍ରହରାଜ ସୂଚନା ଦେଇଛନ୍ତି । ମଙ୍ଗଳବାର ଏ ନେଇ ଖବର ପ୍ରସାରଣ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଅଫିସ ଭିତରେ ବସି ମଦ୍ୟପାନ କରୁଥିଲେ ଅବକାରୀ ଅଧିକାରୀ । ଟେବୁଲ ଉପରେ ଥୁଆ ହୋଇଥିଲା ମଦ ଆଉ ଗ୍ଲାସ୍ । ଆଉ ଚେୟାରରେ ରାଜକୀୟ ଢଙ୍ଗରେ ମଦ୍ୟପାନ କରୁଥିଲେ ବାବୁ । ଏଭଳି ଏକ ଭିଡିଓ କେନ୍ଦ୍ରାପଡାରେ ଭାଇରାଲ ହେବାରେ ଲାଗିଥିଲା । ଭିଡିଓରେ ଥିଲେ କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗର ସବ୍ ଇନ୍ସପେକ୍ଟର ସରୋଜ ବାଗ । ବାବୁ ଜଣଙ୍କ ଦୀର୍ଘ ଦିନ ହେବ ଜିଲ୍ଲା ଅଫିସରେ ନିଜର ପତିଆରା ଜାହିର କରିଆସୁଥିଲେ । ଭିଜୁଆଲରେ ଦେଖିବାକୁ ମିଳିଥିଲା କିଭଳି ବାବୁ ଜଣଙ୍କ ଗ୍ଲାସ୍ ରେ ମଦ ପିଉଥିଲେ ।

ଏଭଳି ଦୃଶ୍ୟ କୌଣସି ବାରର ନଥିଲା ବରଂ ଖୋଦ୍ ଜିଲ୍ଲା ଅବକାରୀ ଅଫିସର ଥିଲା । ଏହି ଦୃଶ୍ୟ ଅବକାରୀ ବିଭାଗର ଦାୟିତ୍ବହୀନତାକୁ ପଦାରେ ପକାଇଥିଲା । ବାବୁଙ୍କର ନାଁ କାହାକୁ ଡର ଥିଲା ନା ଭୟ ଯେମିତି ବେଫିକର ଭାବେ ଆଉ ନିର୍ଭୟରେ ବାବୁ ଜଣଙ୍କ ମଦ ପିଇବାରେ ବ୍ୟସ୍ତ ଥିଲେ । ଆଉ ଏ ଖୁସି ହେବାର କାରଣ ବି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଗତ ସୋମବାର ବାବୁ ଜଣଙ୍କ ଜଣେ ଚୋରା ମଦ ବେପାରୀକୁ କାବୁ କରିଥିଲେ ଆଉ ଜବତ ମଦର ପରିମାଣ ୩୬ ଲିଟରରୁ ଉର୍ଦ୍ଧ୍ବ ଥିଲା । ତେବେ ଖାତା କଲମରେ ୩୦ ଲିଟର ଦେଖାଇବେ ବୋଲି ବାବୁ ଜଣଙ୍କ କହୁଥିବାର ଶୁଣିବାକୁ ମିଳିଥିଲା । ତେବେ ଏଭଳି ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ ଚାକିରୀରୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.