ଅବକାରୀ ଅଧିକାରୀଙ୍କୁ ଚୁଟିଧରି ଥାନା ପର୍ଯ୍ୟନ୍ତ ପିଟିପିଟି ନେଲେ ମହିଳା, ଭାଇରାଲ ହେଉଛି ଭିଡିଓ

Published By : Prameya-News7 Bureau | September 13, 2019 IST

ମହେଶ୍ୱର:  ମଧ୍ୟପ୍ରଦେଶ ମହେଶ୍ୱର ୱାର୍ଡ ୮କୁ ଚଢଉ କରିବାକୁ ଯାଇଥିବା ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ମହିଳା ନିସ୍ତୁକ ମାଡ ମାରିଛନ୍ତି। କେବଳ ଏତିକି ନୁହେଁ ଅବକାରୀ ଏସଆଇଙ୍କ ଚୁଟି ଧରି ମହିଳାମାନେ ତାଙ୍କୁ ରାସ୍ତାରେ ଚଲାଇଲାଇ ଥାନା ପର୍ଯ୍ୟନ୍ତ ନେଉଥିବା ବେଳେ କେହି ଜଣେ ଘଟଣାର ମୋବାଇଲରେ ଭିଡିଓ କରି ସୋସାଲ  ମିଡିଆରେ ଅପଲୋଡ କରିଦେଇଛି। ଯାହା ଏବେ ଭାଇରାଲ ହେଉଥିବା ବେଳେ ମଧ୍ୟପ୍ରଦେଶ ପୋଲିସ ସାଧାରଣରେ ଖୁବ୍ ଶରବ୍ୟ ହେଉଛି।

{"id":157112}

ବେଆଇନ ମଦ କାରବାର ସମ୍ପର୍କରେ ସୂଚନା ପାଇ ଅବକାରୀ ସ୍କ୍ୱାର୍ଡ ୱାର୍ଡ ନମ୍ବର ୮କୁ ଚଢଉ କରିବାକୁ ଯାଇଥିଲେ। ତେବେ ସେଠାରେ କର୍ମଚାରୀଙ୍କୁ ଖୁବ୍ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ମହିଳାମାନେ ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଘାତ ମାଡ ମାରିବା ସହ ସେମାନଙ୍କ ମୋବାଇଲ ଫୋନ, ପିସ୍ତଲ ଓ ଲାଠି ଆଦି ଛଡାଇ ନେଇଥିଲେ। ହେଲେ ଏତିକିରେ ସେମାନଙ୍କ ମନ ମାନିନଥିଲା। କିଛି ମହିଳା ଏସଆଇଙ୍କ ଚୁଟି ଧରି ତାଙ୍କୁ ପାଦରେ ଚଲାଇଚଲାଇ ଥାନା ପର୍ଯ୍ୟନ୍ତ ନେଇଥିବା ବେଳେ  ଆଉ କିଛି ତାଙ୍କୁ ମାଡ ମାରୁଥିବା ଦେଖାଯାଇଛି। 

{"id":157114}

ଘଟଣା ସୋସାଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସହରର ବିଭିନ୍ନ ସ୍ଥାନରେ ଚାଲିଥିବା ଅବୈଧ ନିଶା କାରବାର ଉପରେ ପୋଲିସ ଓ ଅବକାରୀ ମିଳିତ ଚଢଉ ଚାଲିଥିବା ବେଳେ କିଛି ଜାଗାରୁ ଚୋରାମଦ ସହ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ସେପଟେ ଅବକାରୀ ଏସଆଇଙ୍କୁ ମାଡ ମାରିଥିବା ୮ ନମ୍ବର ୱାର୍ଡର  ୭ ଜଣଙ୍କ ବିରୋଧରେ ପୋଲିସ ଅଭିଯୋଗପତ୍ର ପ୍ରସ୍ତୁତ କରିଥିବାବେଳେ ସମସ୍ତେ ଫେରାର ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.