କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଦବଙ୍ଗଗିରି ; ଘରେ ପଶି ଭଙ୍ଗାରୁଜା

Published By : Prameya-News7 Bureau | January 12, 2019 IST

ଜଳେଶ୍ବର ୧୨|୧: ବାଲେଶ୍ବର ଜିଲ୍ଲା ଜଳେଶ୍ବର ମ୍ୟୁନିସିପାଲିଟି ଅଧୀନ ଝାଡେଶ୍ବରପୁର ବସ୍ତିରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଦବଙ୍ଗଗିରି । ଆଜି ସକାଳେ ୨ଟି ବୋଲେରୋ ଗାଡିରେ ୧୦ରୁ ୧୫ ଜଣ ଅବକାରୀ ଅଧିକାରୀ ଗାଁର ସେକ ମନିରୁଦ୍ଦିନଙ୍କ ଘରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଜିନିଷପତ୍ର ଭଙ୍ଗାରୁଜା ସହ ଧମକ ଚମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଘରେ କିଛି ନପାଇ ୨ଟି ପାଉଡର ପ୍ୟାକେଟ ରୋଷେଇ ଘରେ ରଖୁଥିବାବେଳେ ପରିବାର ଲୋକ ଗାଁ ଲୋକଙ୍କୁ ପାଟି କରି ଡାକିଥିଲେ । ଗାଁ ଲୋକ ମିଶି  ଅବକାରୀ ଅଧିକାରୀଙ୍କୁ ଅଟକ ରଖିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ପୋଲିସ ପହଞ୍ଚି ଲୋକଙ୍କ କବଳରୁ ଅବକାରୀ ଅଧିକାରୀଙ୍କୁ ମୁକୁଳାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.