ଜଳେଶ୍ବରରେ ଅବକାରୀ ବିଭାଗର ଚଢାଉ ; ୨ ମହିଳାଙ୍କ ସମେତ ୪ ଗିରଫ
27/11/2018 at 4:52 PM

ବାଲେଶ୍ବର ୨୭|୧୧: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ ରେ ଆଜି ବିଭିନ୍ନ ସ୍ଥାନରେ ଜଳେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଚଡାଉ କରାଯାଇ ପାଖାପାଖି ୭୫ଲିଟରୁ ଉର୍ଦ୍ଧ୍ବ ଦେଶୀ ଓ ବିଦେଶୀ ମଦ ଜବଦ ହୋଇଛି । ଏହି ଚଢାଉରେ ଜଳେଶ୍ଵରର ସାନ୍ତିଆ, ନଛିଙ୍କପୁର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରି ୨ ମହିଳା ସମେତ ୪ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏସଆଇ ହରପ୍ରସାଦ ରଣା ସମେତ ଏକ ୧୫ ଜଣିଆ ଟିମ୍ ପକ୍ଷରୁ ଏହି ଚଢା କରାଯାଇଥିଲା ।