ଅବକାରୀ ବିଭାଗର ଚଢାଉ : ବିପୁଳ ପରିମାଣର ମଦ ଜବତ, ଜଣେ ମହିଳାଙ୍କ ସମେତ ୩ ଗିରଫ
30/06/2019 at 1:09 PM

ଯାଜପୁର ୩୦|୬: ଯାଜପୁର ରୋଡ୍ ଅବକାରୀ ବିଭାଗ ସ୍କ୍ବାର୍ଡ ଦ୍ବାରା କୋରେଇ ଏବଂ ବ୍ୟାସନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ । ବିପୁଳ ପରିମାଣ ମଦ ଜବତ ଓ ଜଣେ ମହିଳା ସମେତ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି ।

କୋରାଇ ଥାନା ପଦି, ଧନେଶ୍ବର ଛକରେ ଥିବା ହ୍ବିଲ୍ ଢାବା ଓ ଯାଜପୁର ରୋଡ୍ ଥାନା ମୁଣ୍ଡମାଳ ଛକରେ ଚଢାଉ କରି ୧୨୩ ବୋତଲ ବିଦେଶୀ ମଦ ଓ ୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି । ଗିରଫ ମାନଙ୍କ ମଧ୍ୟରେ ଜଣେ ମହିଳା ମୁଣ୍ଡମାଳର କନକ ପାତ୍ର ଓ ଅନ୍ୟ ଦୁଇ ଜଣ ପୁରୁଷ ପଦି ଗ୍ରାମର ଲକ୍ଷ୍ମୀଧର ମୁଦୁଲି ଓ ଧନେଶ୍ବର ଅଞ୍ଚଳର ଅରୁଣ ମହାନ୍ତି ବୋଲି ଜଣାପଡିଛି ।
Related Posts
ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ବାପା ମୃତ, ଝିଅ ଗୁରୁତର
20 January 2021
ନାମୀଦାମୀ ବ୍ରାଣ୍ଡର ନକଲି ବିଦେଶୀ ମଦ ଜବତ, ଜଣେ ମହିଳା ଗିରଫ
20 January 2021