ବିଭିନ୍ନ ସ୍ଥାନରେ ଆସିକା ପୋଲିସର ଚଢଉ: ବିପୁଳ ପରିମାଣର ମଦ ଜବତ, ୧୦ଗିରଫ

Published By : Prameya-News7 Bureau | November 10, 2020 IST

ଗଞ୍ଜାମ ୧୦।୧୧: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆସିକା ପୋଲିସର ଚଢାଉ । ଏହା ଚଢାଉରେ ବିପୁଳ ପରିମାଣ ଦେଶୀ ମଦ ଓ ମହୁଲି ଜବତ ହୋଇଛି । ଘଟଣାରେ ୧୦ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

{"id":359282,"sizeSlug":"large"}

ଖବର ଅନୁଯାୟୀ, ଚୋରା ମଦ  ଓ ମହୁଲି ମଦର କାରବାର ନେଇ ଅବକାରୀ ବିଭାଗ ନିକଟ ଖବର ରହିଥିଲା । ଏହାପରେ ସୁମନ୍ତପାଲ୍ଲୀ, ପାକାଳପାଲ୍ଲୀ ଓ ଢେଙ୍ଗାପାଲ୍ଲୀ ଅଞ୍ଚଳରେ ଅବକାରୀ ବିଭାଗ ରେଡ୍‌ କରିଥିଲା । ଏହି ରେଡ୍‌ରେ ପାଖାପାଖି ୪୦୦ଲିଟର ଦେଶୀ ମଦ ଜବତ କରିବା ସହିତ ୪ହଜାର ଲିଟର ମହୁଲି ନଷ୍ଟ କରାଯାଇଛି । ଏହାସହିତ ମଦରନ୍ଧା ସାମଗ୍ରୀ ମଧ୍ୟ ଜବତ ହୋଇଛି । ଘଟଣାରେ ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ଏନେଇ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.