ଅବକାରୀ ଟିମ୍‌ର ଚଢାଉ : ବିପୁଳ ପରିମାଣର ବିଦେଶୀ ମଦ ସହ ମହୁଲ ପୋଚ ଜବତ, ୪ ଗିରଫ

Published By : Prameya-News7 Bureau | June 18, 2021 IST

ଭୋଗରାଇ ୧୮।୬: ଜଳେଶ୍ବର ଅବକାରୀ ଓ ଭୋଗରାଇ ଅବକାରୀ ବିଭାଗର ୧୦ ଜଣିଆ ଟିମ୍ ମିଳିତ ଭାବେ ଚୋରା ବିଦେଶୀ ମଦ ଦୋକାନ ଉପରେ ଚଢାଉ କରିଛନ୍ତି । ବିପୁଳ ପରିମାଣର  ବିଦେଶୀ ମଦ ସହିତ ମହୁଲ ପୋଚ ଜବତ କରି ୪ଜଣଙ୍କୁ  ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯୋ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦl, ନହରା, ଜଳଧା, ଉଲୁଡ଼ା ଗ୍ରାମରେ ଚୋରା ବିଦେଶୀ ମଦ ଦୋକାନ ଦୀର୍ଘ ଦିନ ଧରି ଚାଲି ଆସୁଥିଲା । ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ । ଗୁରୁବାର ଦିନ ଅବକାରୀ ବିଭାଗ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି । ଏହି ଚଢାଉ ଜଳେଶ୍ବର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା, ଭୋଗରାଇ ଅବକାରୀ  ଓଆଇସି ଜୟନ୍ତୀ ଆଚାର୍ଯ୍ୟ, କନେଷ୍ଟେବଳ ବାବାଜୀ ପଣ୍ଡିତ, ରାମଚନ୍ଦ୍ର ମହାନ୍ତି, ରାଜୀବ କୁମାର ଭଞ୍ଜ, ପିଙ୍କି ମାରାଣ୍ଡି ପ୍ରମୁଖ ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.