ନିର୍ବାଚନରେ ନିଶା କାରବାର ରୋକିବା ପାଇଁ ଅବକାରୀ ବିଭାଗର ବ୍ୟାପକ ପ୍ରସ୍ତୁତି, ବିଭିନ୍ନ ସ୍ଥାନରେ ଚଢାଉ ଜାରି

Published By : Prameya-News7 Bureau | March 17, 2019 IST

କଟକ ୧୭|୩ : ନିର୍ବାଚନରେ ନିଶା କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କଟକ ଜିଲ୍ଲା ଅବକାରୀ ବିଭାଗ, ଅବକାରୀ ଗୁଇନ୍ଦା ବିଭାଗ ଓ ଫ୍ଲାଇଂ ସ୍କ୍ବାର୍ଡ୍‌ ପୃଥକ ପୃଥକ ଭାବେ ନିଜର ମିଶନ୍‌ ଜାରି ରଖିଛନ୍ତି । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୯ଟି ଚାର୍ଜରେ ଟିମ୍‌ ବିଭକ୍ତ ହୋଇଥିବା ବେଳେ କଣ୍ଟ୍ରୋଲ ରୁମ୍‌ ମଧ୍ୟ ଖୋଲାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ୟାପକ ଚଢାଉ ଜାରି ରହିଥିବା କହିଛି ଅବକାରୀ ବିଭାଗ ।

{"id":94564}

ନିର୍ବାଚନରେ ନିଶା କାରବାରକୁ ରୋକିବା ପାଇଁ କଟକ ଜିଲ୍ଲା ଅବକାରୀ ବିଭାଗ, ଅବକାରୀ ଗୁଇନ୍ଦା ବିଭାଗ ଓ ଫ୍ଲାଇଂ ସ୍କ୍ବାର୍ଡ୍‌ ନିଜ ନିଜ ତରିକାରେ ଆରମ୍ଭ କରିଛନ୍ତି ଅପରେସନ୍‌ । ନିଶା କାରବାର ସମ୍ପର୍କରେ ଖବର ପାଇବା ପାଇଁ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ୍‌ ରୁମ୍ ମଧ୍ୟ ଖୋଲାଯାଇଛି । କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୫୫ ଜଣ ସଦସ୍ୟଙ୍କୁ ନେଇ ୯ଟି ଚାର୍ଜ ଗଠନ କରାଯାଇଛି ଓ ୨ଟି ମୋବାଇଲ୍ ୟୁନିଟ୍‌ ମଧ୍ୟ କରାଯାଇଛି ।ଅବକାରୀ ବିଭାଗ ପକ୍ଷରୁ ଆଠଗଡ, ସଦର, ବାଙ୍କି ଓ ଚୌଦ୍ବାରକୁ ସମ୍ବେଦନଶୀଳ ଭାବେ ନିଆଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ପାଞ୍ଚ ଦିନ ଭିତରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିବା ସହ ୧୭ ଲିଟର ବିଦେଶୀ ମଦ, ୪୯ ଲିଟର ଦେଶୀ ମଦ ଓ ୨୩୨ ଲିଟର ପୋଚ ଜବତ କରାଯାଇଥିବା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

{"id":94567}

ସେହିଭଳି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ବିଭାଗ ଅଧୀନରେ ମୋଟ ୧୦ଟି ଜିଲ୍ଲା ରହିଛି । ତେବେ ୩ଟି ଲେଖାଏଁ ଜିଲ୍ଲାକୁ ଗୋଟିଏ ଟିମ୍‌ ଗସ୍ତ କରି ଅବକାରୀ ଚଢାଉ ଜାରି ରଖିଥିବା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି । ନିକଟରେ ବହୁ ପରିମାଣର ଗଞ୍ଜେଇ ଧରିବା ସହ ୨୨ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ମଧ୍ୟ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଆଗକୁ ଆହୁରି ବ୍ୟାପକ ଚଢାଉ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଇନିସ୍‌ପେକ୍ଟର ସୂଚନା ଦେଇଛନ୍ତି ।

{"id":94568}

ନିର୍ବାଚନ ସମୟରେ ବ୍ୟାପକ ନିଶା କାରବାର ହେଉଥିବା ପୂର୍ବରୁ ବହୁ ନଜିର୍‌ ରହିଛି । ହେଲେ ଆସନ୍ତା ନିର୍ବାଚନକୁ ନିଶାମୁକ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି ଅବକାରୀ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.