ସାଲିଆସାହିରେ ଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢାଉ, ୭ ଗିରଫ

Published By : Prameya-News7 Bureau | July 30, 2021 IST

ଭୁବନେଶ୍ବର ୩୦।୭: ଭୁବନେଶ୍ବର ସାଲିଆସାହିରେ ଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢାଉ ।  ଦେଶୀ ମଦ ରନ୍ଧା ଯାଉଥିବା ସ୍ଥାନରେ ଚଢାଉ କରି  ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗର ଟିମ୍ । ମଦ ରନ୍ଧାରେ ବ୍ୟବହୃତ ହାଣ୍ଡି, କେମିକାଲ ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି ।

ଦେଶୀ ମଦ ମାଫିଆଙ୍କ କାରନାମା ଜଣାପଡିବା ପରେ ଅବକାରୀ ଟିମ୍ ସକାଳୁ ସକାଳୁ ସାଲିଆସାହିରେ ପହଞ୍ଚିଥିଲା । ସେତେବେଳେ ସେଠାରେ ଦେଶୀ ମଦ ରନ୍ଧା ହେବା ଦେଖିଥିଲେ । ତୁରନ୍ତ ସେଠାରେ ରାନ୍ଧୁଥିବା ମଦ ମାଫିଆମାନଙ୍କୁ ଗିରଫ କରିବା ସହ କାରଖାନାକୁ ନଷ୍ଟ କରିଛି ଟିମ୍ । ପୂର୍ବରୁ ମଧ୍ୟ ସାଲିଆସାହିର ନୟାଗଡ ବସ୍ତିରେ ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରିଥିଲା ଟିମ୍ । କିନ୍ତୁ ପୁଣି ଜେଲରୁ ବାହାରି ଏହି ଧନ୍ଦା ଚଲାଉଛନ୍ତି ମଦ ମାଫିଆମା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.