ଆଠଗଡ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, ହଜାର ହଜାର ଲିଟର ପୋଚ ନଷ୍ଟ

Published By : Prameya-News7 Bureau | November 28, 2020 IST

ଆଠଗଡ ୨୮।୧୧: ପୁଣି ଆଠଗଡ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ । ଆଠଗଡ ଓ କଟକ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ କୋରଙ୍ଗା ଗାଁରେ ଚଢାଉ କରାଯାଇଛି । ଜଙ୍ଗଲ ମଧ୍ୟରେ ଗଚ୍ଛିତ ଥିବା ହଜାର ହଜାର ଲିଟର ପୋଚ ନଷ୍ଟ କରିଦିଆଯାଇଛି । ଚଢାଉରେ ୬ରୁ ଅଧିକ ଅବକାରୀ ଟିମ୍ ସାମିଲ ଥିଲେ । ଆଠଗଡ ଅଞ୍ଚଳର ଦେଶୀ ମଦର କୁଟୀର ଶିଳ୍ପ ଭାବେ ପରିଚିତ କରୋଙ୍ଗା ଗାଁ । ଏହି ଗାଁରେ ଖୁଲମଖୁଲା ଦେଶୀ ମଦ ରନ୍ଧା ଦୀର୍ଘ ଦିନ ଧରି ରନ୍ଧା ହେଉଥିଲେ ମଧ୍ୟ ସଂପୂର୍ଣ୍ଣ ବନ୍ଦ କରିପାରୁନି ଅବକାରୀ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.