ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ମଦ ପୋଚ ନଷ୍ଟ

Published By : Prameya-News7 Bureau | November 21, 2020 IST

ଆଠଗଡ ୨୧।୧୧: ପୁଣି ଆଠଗଡ ଅବକାରୀ ବିଭାଗର ଚଢାଉ । ଆଠଗଡ ମଦର କୁଟୀର ଶିଳ୍ପ ଭାବେ ପରିଚିତ କୋରଙ୍ଗା ଗାଁରେ ଶନିବାର ସକାଳୁ ଅବକାରୀ ବିଭାଗ ସହ ପୋଲିସ ଓ ପ୍ରଶାସନ ମିଳିତ ଚଢାଉ କରି ବିପୁଳ ପରିମାଣର ମଦ ପୋଚ ନଷ୍ଟ କରିଛନ୍ତି ।

ଦୀର୍ଘଦିନ ହେବ ଆଠଗଡ ଅଞ୍ଚଳରେ ଚୋରା ଦେଶୀ ମଦ ଖୁଲମଖୁଲା ବେପାର ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଶନିବାର କୋରୋଙ୍ଗା ଅଞ୍ଚଳରେ ଚଢାଉ କରାଯାଇ ୩୯୦୦ ଲିଟର ପୋଚ ନଷ୍ଟ କରାଯାଇଛି । ଗତ କିଛି ଦିନ ତଳେ ଚଢାଉ କରି କୋରଙ୍ଗା ଗାଁରେ ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ଦେଶୀ ମଦ ଜବତ କରିଥିଲେ । ଗାଁରେ ମଦ ପୋଚର ପରିମାଣ ଏତେ ଥିଲା ଯେ ଗାଁ ଦାଣ୍ଡରେ ମଦର ବନ୍ୟା ସ୍ଥିତି ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.