ଅବକାରୀ ଚଢାଉ, ୧୫ଲିଟର ମହୁଲି ମଦ ଜବତ ସହ ୨କ୍ବିଣ୍ଟାଲରୁ ଅଧିକ ପୋଚ ନଷ୍ଟ : ଖସିଗଲେ ମଦ ମାଫିଆ

Published By : Prameya-News7 Bureau | October 05, 2020 IST

ଆନନ୍ଦପୁର ୫।୧୦: ଆନନ୍ଦପୁର ଥାନା କଣ୍ଟିପାଳ ଦେହୁରୀ ସାହି ନଳ ନିକଟ ଜଙ୍ଗଲରେ ବେଆଇନ ଭାବେ ମହୁଲି ମଦ ପ୍ରସ୍ତୁତ ହେଉଥିବା ଖବର ମିଳିବା ପରେ ଚଢାଇ । ଆନନ୍ଦପୁର ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ନରେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଚଢାଉ କରିଥିଲା । ଚଢାଉ ସମୟରେ ୧୫ ଲିଟର ମହୁଲି ମଦ ଜବତ କରାଯାଇଥିଲା ।

ଏହାସହ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିଲା ସାମଗ୍ରୀ ସହ ୨ କ୍ବିଣ୍ଟାଲ ମହୁଲ ପୋଚକୁ ବିଭାଗୀୟ କର୍ମଚାରୀମାନେ ପୋଡି ଦେଇଥିଲେ । କେତେକ ଡ୍ରମ୍ ରେ ଥିବା ପୋଚକୁ ନାଳରେ ଭସାଇ ଦେଇଥିଲେ । ମାତ୍ର ଅବକାରୀ ଟିମ୍ ପହଁଞ୍ଚିବା ପୂର୍ବରୁ ମଦ ମାଫିଆମାନେ ସେଠାରୁ ଚମ୍ପଟ ମାରିଥିଲେ । ତେବେ ଅବକାରୀ ଟିମ୍ ସମ୍ପର୍କରେ ମାଫିଆମାନେ କିଭଳି ଖବର ପାଉଛନ୍ତି ତାହା ଏବେ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.