ଅବକାରୀ କର୍ମଚାରୀଙ୍କୁ ମାଡ, ଗାଡି ଭଙ୍ଗାରୁଜା କଲେ ଆକ୍ରମଣକାରୀ

Published By : Prameya-News7 Bureau | October 05, 2019 IST

ଅନୁଗୋଳ ୫।୧୦: ଅବକାରୀ ବିଭାଗର କର୍ମଚାରୀଙ୍କୁ ମାଡ଼ ସହ ଗାଡ଼ି ଭଙ୍ଗାରୁଜ୍ଜା । ଅନୁଗୋଳ ବାଗଡ଼ିଆ ମନ୍ଦିରସାହିରେ ଅବକାରୀ ବିଭାଗର କର୍ମଚାରୀଙ୍କୁ ମାଡ଼ । ଆକ୍ରମରେ ଇନ୍ସପେକ୍ଟରଙ୍କ ସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।

{"id":166515}

ସୂଚନାଯୋଗ୍ୟ ଯେ, ମନ୍ଦିର ସାହିରେ ଦେଶୀ ମଦ ତିଆରି ଆଉ ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ପୋଚ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ୩ ଜଣଙ୍କୁ ଗିରଫ କରିଥଲା । ଏହି ସମୟରେ ସାହିର ଅନ୍ୟ କିଛି ସମ୍ପର୍କୀୟ ଅତର୍କିତ ଆକ୍ରମଣ କରଥିଲେ। ଫଳରେ ଅବକାରୀ ବିଭାଗର ଗାଡି ଭାଙ୍ଗି ଯାଇଛି। ଡ୍ରାଇଭର କାହ୍ନୁ ଚରଣ ସ୍ବାଇଁଙ୍କ ମୁଣ୍ଡ ଫାଟିଛି।

{"id":166516}

ଏ ସମ୍ପର୍କରେ ଛେଣ୍ଡିପଦା ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.